ଭୁବନ,୧୨/୧୧/୨୦୧୯(ଓଡ଼ିଶା ସମାଚାର)-ଟ୍ରଷ୍ଟ ଅଫ ରୁରାଲ ଆଣ୍ଡ ଅର୍ବାନ ପିପୁଲ ତୈଳିକ ୟୁଥ (ତୃପ୍ତି) ତରଫରୁ ବିଜୁ ମଣ୍ଡପ ଠାରେ ବୋଇତ ବନ୍ଦାଣ ଉତ୍ସବ-୨୦୧୯ ପାଳନ କରାଯାଇଥିଲା । ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତାଲାଭ କରିଥିବା ୨୪ ଜଣ ବ୍ୟକ୍ତି ଙ୍କୁ ପୁଷ୍ପଗୁଚ୍ଛ,ଉପଢୌକନ,ପ୍ରଶଂସାପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ତୃପ୍ତି ର ସଭାପତି ଜଗବନ୍ଧୁ ପୃଷ୍ଟି ଙ୍କ ଅଧ୍ୟକ୍ଷତା ଓ ଆବାହକ ପୂର୍ଣ୍ଣଚନ୍ଦ୍ର ସାହୁ ଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଆଇଆଇସି ନିର୍ମଳା ଗୋଚ୍ଛାୟତ ଉଦଘାଟକ ଭାବେ ଯୋଗଦେଇଥିବା ବେଳେ , ଓଡିଶା ଚାର୍ଟାଡ ଆକାଉଟାଂଟ ଆସୋସିଏସନର ସଂପାଦକ ରାଜ ନାରାୟୟଣ ତ୍ରିପାଠୀ ମୁଖ୍ୟ ଅତିଥି ,ପଣ୍ଡିତ ପ୍ରମୋଦ କୁମାର ମିଶ୍ର ମୁଖ୍ୟ ବକ୍ତା ଓ ବିମଳ କୁମାର ଥମ୍ବ,ଡା. ଦୟାନିଧି ଦାସ ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ । ଏହି ଅବସରରେ ତୃପ୍ତି ମାଗାଜିନ ଉନ୍ମୋଚନ କରାଯାଇଥିଲା । ତକ୍ଷଶୀଳା ବିଦ୍ୟାର୍ଥୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ଜାତୀୟ ଶିଲ୍ଫୀ ଗୁରୁ ପୁରସ୍କାର ପ୍ରାପ୍ତ ନଡାଶିଳ୍ପୀ ପ୍ରଦୀପ୍ତ କୁମାର ନାୟକ , ଲଦାଖ ପର୍ବତାରୋହୀ ବିଭାରାଣୀ ପାତ୍ର , ପରିବା ଚାଷୀ ନାରାୟଣ ଦାସ , ସମାଜସେବୀ ବିନୟ କୁମାର ପଟ୍ଟନାୟକ , ଯୁବଉଦ୍ୟୋଗୀ ଶୁଭସାଇ ମିଶ୍ର , , ଭୁବନ ଡାକ୍ତରଖାନାର ମୁଖ୍ୟ ଡାକ୍ତର ଡା. ଋମେଶ ଚନ୍ଦ୍ର ସାହୁ ,, ଗୋସେବକ ପ୍ରଦୀପ କୁମାର ଦାସ , ରିଙ୍କୁନ କୁମାର ସାହୁ , ଯୁବ ଉଦ୍ୟୋଗୀ ସତ୍ୟବ୍ରତ ସାହୁ ,ଯୁବ ପ୍ରତିଭା ଅନ୍ତର୍ଯ୍ୟାମୀ ବାରିକ , କୁଟୀର ଶିଲ୍ପୀ ଅନୁସୟା ସାହୁ , ତାଳଚେରର ଯୁବ ପ୍ରତିଭା ବାପି ମହାନ୍ତି , ନୃତ୍ୟ ନିର୍ଦ୍ଦେଶକ ଦୀପ୍ତିରଂଜନ ପାଲ , ସମାଜ ସଂଗଠକ ଗୋବିନ୍ଦ ଚନ୍ଦ୍ର ସାହୁ , ପଲ୍ଲୀ ସଚେତକ ଗୋଲେଖ ମଲ୍ଲିକ , ବିଜୁ ଯୁବ ବାହିନୀ ର ମୁଖ୍ୟ ସଂଯୋଜକ ମୁରଲୀ ମୋହନ ମହାନ୍ତ , ଦିବ୍ୟାଙ୍ଗ କାଠ ଖୋଦେଇ ଶିଲ୍ଫୀ ଉତମ ମଲ୍ଲିକ, ସଂକୀର୍ତନ ଗୁରୁ କୋଦଣ୍ଡଧର ପାତ୍ର , ନଡାଶିଳ୍ପୀ କୁନି ପାତ୍ର , କ୍ରୀଡାବିତ ଲଷ୍ମୀ ପୋଥାଳ , କବୟିତ୍ରୀ ରମା ବେହେରା , କୃତୀ ଶିକ୍ଷକ ରାମଚନ୍ଦ୍ର ସାହୁ , କ୍ରୀଡାବିତ ସଂଜୀବ କୁମାର ନାୟକ , ଉତ୍କଳ ବିଶ୍ୱବିଦ୍ୟାଳୟର ଇତିହାସ ଟପର ସ୍ୱପ୍ମାରାଣୀ ନାୟକ, ସ୍ୱାବଲମ୍ବି ଟୁପୁସି ବିଶ୍ୱକର୍ମା ପ୍ରମୁଖ ଙ୍କୁ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତାଲାଭ କରିଥିବା ସକାଶେ ପୁଷ୍ପଗୁଚ୍ଛ,ଉପଢୌକନ,ପ୍ରଶଂସାପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ସୁଧାକର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଭୁବନ ର ତକ୍ଷଶୀଳା, ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ,ଫାଷ୍ଟଷ୍ଟେପ,ଆଶୀର୍ବାଦ କୋଚିଙ୍ଗ ସେଂଟର ଓ ଅନଳ ର ମାତୃକୃପା ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ବିଦ୍ୟାର୍ଥୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ଚକ୍ରଧର ସାହୁ , ସଂଗ୍ରାମ ବିହାରୀ , କ୍ଷୀରୋଦ ସାହୁ, ସରୋଜ କୁମାର ନାୟକ ସହଯୋଗ କରିଥିଲେ । ଓଡ଼ିଶା ସମାଚାର