Wednesday , February 26 2020
Breaking News
Home / କୃଷି / ତୈଳବୀଜ ଓ ଡାଲିଜାତୀୟ ଶସ୍ୟ କିଣିବ ମାର୍କଫେଡ୍

ତୈଳବୀଜ ଓ ଡାଲିଜାତୀୟ ଶସ୍ୟ କିଣିବ ମାର୍କଫେଡ୍

ଭୁବନେଶ୍ୱର,୦୬/୧୧/୨୦୧୯(ଓଡ଼ିଶା ସମାଚାର)- ମାର୍କଫେଡ଼ ସମବାୟ ସଂସ୍ଥା ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲାରୁ ତୈଳବୀଜ ଓ ଡ଼ାଲିଜାତୀୟ ଶସ୍ୟସଂଗ୍ରହ ପାଇଁ ଆଗ୍ରହ ପ୍ରକାଶ କରିଛି । ଏନେଇ ମାର୍କଫେଡ୍ ନିଜର ପ୍ରସ୍ତୁତ ବୈଠକ ଶେଷ କରିଛି । ବୈଠକରେ ଚଳିତବର୍ଷର ଖରିଫ ଋତୁରେ ହେବାକୁ ଥିବା ଶସ୍ୟ ସଂଗ୍ରହ ନେଇ ସବିଶେଷ ଆଲୋଚନା ହୋଇଥିଲା । ବୈଠକର ନିଷ୍କର୍ସ ଖସଡ଼ା ରାଜ୍ୟ ସମବାୟ ବିଭାଗକୁ ପ୍ରଦାନ କରାଯାଇଛି । ବିଶେଷଭାବେ ବୌଦ୍ଧ, ବରଗଡ଼, ବଲାଙ୍ଗିର, ରାୟଗଡ଼ା, ଗଞ୍ଜାମ, ମୟୁରଭଞ୍ଜ,ସୁନ୍ଦରଗଡ଼, କୋରାପୁଟ, ଓ ଅନୁଗୁଳ ଜିଲ୍ଲାରୁ ଏହି ଶସ୍ୟ ସଂଗ୍ରହ କରାଯିବ । ଚାଷୀମାନଙ୍କୁ ଶସ୍ୟ ବିକିବା ଦିଗରେ ପ୍ରୋସôାହନ ଦେବା ଉଦ୍ଧେଶ୍ୟରେ ମାର୍କଫେଡ୍ ବିଜ୍ଞାପନ ମାଧ୍ୟମରେ ପ୍ରଚାର ପ୍ରସାର କରିବ । କିଭଳି ଭାବେ ମାତ୍ରାଧିକଚାଷୀ ନିଜ ଶସ୍ୟ ବିକି ଲାଭବାନ ହୋଇପାରିବେ ସେ ନେଇସବୁ ପ୍ରକାର ପ୍ରୟାସ କରାଯିବ ବୋଲି ମାର୍କଫେଡ୍ ନିର୍ଦ୍ଧେଶକ ବରୁଣ ରୁୂଜମ ସୂଚନା ଦେଇଛନ୍ତି । ତେବେ ଯେଉଁ ଚାଷୀମାନେଶସ୍ୟ ବିକିବାକୁ ଆଗ୍ରହୀ ଅଛନ୍ତି ସେମାନଙ୍କୁ ‘ଇ-ସମୃଦ୍ଧି’ନାମକ ଏକ ଅନ ଲାଇନ୍ ପୋର୍ଟାଲ୍ ମାଧ୍ୟମରେ ନାମ ପଞ୍ଜୀକରଣ କରିବାକୁ ପଡ଼ିବ । ଏଯାବତ୍ ମାର୍କଫେଡ୍ ପୋର୍ଟାଲ ୍କୁ ସାର୍ବଜନୀନ କରିନଥିବା ବେଳେ ଏହା ଚଳିତ ବର୍ଷ ଡିସେ ́ର୧୫ ପରଠୁ କାର୍ଯ୍ୟକାରୀ ହେବା ନେଇ ମାର୍କଫେଡ୍ ସୂଚନାଦେଇଛି । ସେହିଭଳି ପ୍ରତି ଜିଲ୍ଲାରେ ଥିବା ଆଂଚଳିକ ପ୍ରବନ୍ଧକ ମାନଙ୍କୁ ଚାଷୀ ଓ ଶସ୍ୟ ସ ́ନ୍ଧୀତ ରିପୋର୍ଟ ଦେବାକୁ ନିର୍ଦ୍ଧେଶ ଦିଆଯାଇଛି । ଚାଷୀମାନଙ୍କର ଅନ୍ ଲାଇନ ପଞ୍ଜୀକରଣରେ ମଧ୍ୟ ଆଂଚଳିକ ପ୍ରବନ୍ଧକମାନେ ସବୁ ପ୍ରକାର ସହାୟତା ଦେବା ପାଇଁ ମାର୍କଫେଡ୍ ପକ୍ଷରୁ କୁହାଯାଇଛି ।ଚାଷୀମାନଙ୍କୁ ସଅଳ ଅର୍ଥ ପ୍ରଦାନ କରିବା ଦିଗରେ ମଧ୍ୟ ମାର୍କଫେଡ୍ ଆଗ୍ରହ ପ୍ରକାଶ କରିଛି । ଓଡ଼ିଶା ସମାଚାର

About admin

Check Also

ଶୀତଳ ଭଣ୍ଡାର ନିର୍ମାଣ ନିମନ୍ତେ କେନ୍ଦ୍ରମନ୍ତ୍ରୀଙ୍କୁ ଦାବିପତ୍ର

ଜଳେଶ୍ୱର,୧୭/୦୨/୨୦୨୦(ଓଡ଼ିଶା ସମାଚାର)-ଉତର ବାଲେଶ୍ୱରର ୪ ଟି ବ୍ଲକ ଜଳେଶ୍ୱର,ବସ୍ତା,ବାଲିଆପାଳ ଓ ଭୋଗରାଇ ଅଂଚଳରେ କୃଷି ଉତ୍ପାଦିତ ସାମଗ୍ରୀକୁଉପଯୁକ୍ତ ଭାବେ ସଂରକ୍ଷଣ …

Leave a Reply

Your email address will not be published. Required fields are marked *