Wednesday , December 11 2019
Home / ବିଶେଷ / ତୁମ ପାଇଁ   (କବିତା) –   ସ୍ୱପ୍ନା ପଟ୍ଟନାୟକ

ତୁମ ପାଇଁ   (କବିତା) –   ସ୍ୱପ୍ନା ପଟ୍ଟନାୟକ

ମୁଁ ନୁହେଁ

କୁହୁଡ଼ିର ମିଛ ପ୍ରହେଳିକା

କାକରର ସମ୍ମୋହନରେ

ଆୟୁସ୍ମାନ  ମୋ ଇଛାସବୁ..

ସାଇତିଛି ସେଇ

କସ୍ତୁରୀ ବାସ୍ନାର

ସନ୍ଧାନରେ..

ତମେ ଆସିବ ନିଶ୍ଚୟ

ଭାବନାର ଛନ୍ଦରେ

ଛନ୍ଦାୟିତ ମୋ

ବିଶ୍ୱାସର ପ୍ରତିଟି ମୁହୂର୍ତ୍ତ

ଖାସ ତୁମପାଇଁ…

ସପ୍ତରଙ୍ଗର ବର୍ଣ୍ଣାଳିରେ

ଭରିଦେବ

ଅଲେଖା ହୃଦୟରେ

ଚୁମ୍ବନର ଚିତ୍ରରେଖା..

ଆଉ ଶବ୍ଦର ସୃଜନୀରେ

ଛୁଇଁଯିବ ମୋ

ଅଳସ ସକାଳର

ପ୍ରତିଟି ମୁହୁର୍ତ୍ତ..

-0-

ଦେଉଳ ସାହି , ଢ଼େଙ୍କାନାଳ , ଓଡ଼ିଶା

About admin

Check Also

ଜିଲ୍ଲାରେ ପ୍ରବାସୀ ଶ୍ରମିକ ସହାୟକ ଓ ସାଧନ କେନ୍ଦ୍ର  ଉଦଘାଟିତ

୨ ମାସ ଭିତରେ ଜିଲ୍ଲାର ୧ ଲକ୍ଷ ପାଣି ପାଇପ ମିସ୍ତ୍ରୀଙ୍କ ପଞ୍ଜୀକରଣ ହେବ-ମନ୍ତ୍ରୀ  କେନ୍ଦ୍ରାପଡା,୧୦/୧୨/୨୦୧୯(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ଜିଲ୍ଲାରେ ପ୍ରବାସୀ …

Leave a Reply

Your email address will not be published. Required fields are marked *