Friday , February 28 2020
Breaking News
Home / ରାଜନୀତି / ତିର୍ତୋଲ ଭାଜପା ପକ୍ଷରୁ ଗାନ୍ଧି ସଙ୍କଳ୍ପ ଯାତ୍ରା 

ତିର୍ତୋଲ ଭାଜପା ପକ୍ଷରୁ ଗାନ୍ଧି ସଙ୍କଳ୍ପ ଯାତ୍ରା 

ତାରପୁର, ୦୨/୧୦/୨୦୧୯ (ଓଡ଼ିଶା ସମାଚାର)- ତିର୍ତୋଲ ଭିଜେପି ପକ୍ଷରୁ ରଘୁନାଥପୁର ବ୍ଲକ୍ ଭାଜପାର  ଯୁବ ସଂଗଠକ ତଥା ଜିଲା ପରିଷଦ ପ୍ରାର୍ଥୀ ମାନସ କୁମାର ମହାପାତ୍ରଙ୍କ ନେତୃତ୍ୱରେ ଜଇପୁର ଚକ ନିକଟରୁ କର୍ମୀମାନେ ଗାନ୍ଧି ସଙ୍କଳ୍ପ ଯାତ୍ରା ରେ ବାହାରି ଗୋରଖନାଥ ପିଠରେ ପହଂଚିଥିଲେ । ବାଟରେ ଗାନ୍ଧିଜୀପୁର ଛଳରେ  ଥିବା ମହାତ୍ମାଗାନ୍ଧି ଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଥିଲେ । ଉପସ୍ଥିତ ଥିବା ଲୋକ ମାନଙ୍କୁ ବାପୁଙ୍କ ଜୀବନାଦର୍ଶ ବିଷୟରେ ଆଲୋକପାତ କରାଯାଇଥିଲା ।  ବିଧାୟକ ପ୍ରାର୍ଥୀ ପ୍ରଫେସର ରମାକାନ୍ତ ଭୋଇ ଅତିଥି ଭାବେ ଯୋଗଦେଇ ମାନବ ସମାଜ ଓ ଦେଶର ସର୍ବାଙ୍ଗୀନ ବିକାଶ ପାଇଁ ଗାନ୍ଧିଜିଙ୍କ ଅଧୁରା ସ୍ୱପ୍ନ କୁ ସାକାର କରିବା ଲକ୍ଷରେ ପ୍ରଧାନମନ୍ତ୍ରୀ ମୋଦିଜୀ ସର୍ବଦା ଚେଷ୍ଟିତ ବୋଲି ପ୍ରକାଶ କରିଥିଲେ । ଏହି ବାର୍ତାକୁ ପୁରପଲୀରେ ପହଂଚାଇବା ଦଳର ଆଭିମୁଖ୍ୟ ବୋଲି ସେ ମନ୍ତବ୍ୟ ରଖିଥିଲେଶ ।  ସେହିପରି ବାପୁଙ୍କ ୧୫୦ ତମ ଜୟନ୍ତୀ ଅବସରରେ ମୋଦିଙ୍କ ମନ୍ତ୍ର ସବକା ସାଥ ସବକା ବିକାଶ ର ସଫଳ ରୂପାୟନ ହୋଇ ପାରିଲେ ବାପୁଙ୍କ ପାଇଁ ଶ୍ରେଷ୍ଠ ଶ୍ରଦ୍ଧାଂଜଳି ହେବ ବୋଲି ଶ୍ରୀ ମହାପାତ୍ର  ଆହ୍ୱାନ କରିଥିଲେ ।  ସଙ୍କଳ୍ପ ଯାତ୍ରା ଗୋରଖନାଥ ପିଠରେ ପହଂଚିବା ପରେ କର୍ମୀମାନେ ପିଠ ପରିସରରେ ପଡ଼ିଥିବା ବର୍ଯ୍ୟ ପ୍ଲାଷ୍ଟକ ସଂଗ୍ରହ କରିଥିଲେ । ଏହି ଅବସରରେ କର୍ମୀ ବଟକୃଷ୍ଣ ନାୟକ, ଜଗନ୍ନାଥ ବାରିକ, ବନଜ ନାୟକଙ୍କ ସମେତ ଶତାଧିକ ଦଳିୟ କର୍ମୀ ସାମିଲ ହୋଇଥିଲେ ।  ଓଡ଼ିଶା ସମାଚାର

About admin

Check Also

ଯଯାତୀକେଶରୀ ମହାନ୍ତି କେନ୍ଦ୍ରାପଡା ନଗର ବିଜେଡି ସଭାପତି ନିର୍ବାଚିତ

କେନ୍ଦ୍ରାପଡା ୨୫/୦୨/୨୦୨୦ (ଓଡ଼ିଶା ସମାଚାର)-କେନ୍ଦ୍ରାପଡା ନଗର ବିଜେଡି ସଭାପତି ଭାବେ ଯଯାତୀ କେଶରୀ ମହାନ୍ତି ନିର୍ବାଚିତ ହୋଇଥିବାରୁ ସଭାପତି ଶ୍ରୀ …

Leave a Reply

Your email address will not be published. Required fields are marked *