Sunday , February 23 2020
Breaking News
Home / ତାଜା ଖବର / ତାଳଚେର ବିଧାୟକଙ୍କ ଗାଡ଼ି ପୋଡ଼ିଲେ ଦୁର୍ବୃତ

ତାଳଚେର ବିଧାୟକଙ୍କ ଗାଡ଼ି ପୋଡ଼ିଲେ ଦୁର୍ବୃତ

ଭୁବନେଶ୍ୱର , ୧୯/୦୮/୨୦୧୯(ଓଡ଼ିଶା ସମାଚାର / ଦୀପ୍ତିରଂଜନ କାନୁନଗୋ)- ତାଚଚେର ବିଧାୟକ ବ୍ରଜକିଶୋର ପ୍ରଧାନ ଙ୍କ ରାଜଧାନୀର ଏମଏଲଏ କଲୋନୀରେ ଥିବା ସରକାରୀ କ୍ୱାର୍ଟରରେ ରବିବାର ବିଳମ୍ବିତ ରାତିରେ ଦୁର୍ବୃତମାନେ ପସି ଗାଡ଼ି ଗୁଡ଼ିକରେ ନିଆଁ ଳଗାଇ ଦେଇଛନ୍ତି । ମିଳିଥିବା ସୂଚନା ଅନୁସାରେ ରବିବାର ରାତିରେ ବିଧାୟକ ଶ୍ରୀ ପ୍ରଧାନ କ୍ୱାର୍ଟରରେ ନଥିଲେ । କିନ୍ତୁ ତାଙ୍କ ନିର୍ବାଚନମଣ୍ଡଳୀର କିଛି ଲୋକ କ୍ୱାର୍ଟରରେ ଥିଲେ । ସେମାନଙ୍କୁ ବାହାପଟୁ କବାଟ କିଳି ଦୁର୍ବୃତମାନେ କ୍ୱାର୍ଟର ର ଗ୍ୟାରେଜରେ ଥିବା ଗୋଟିଏ ସାଇକେ, ଗୋଟିଏ ମୋଟରସାଇକେଲ, ୨ ଟି କାର ରେ ନିଆଁ ଲଗାଇ ଦେଇଥିଲେ । କ୍ୱାର୍ଟରରେ ଥିବା ଲୋକମାନେ ବାହାରକୁ ବାହାରିନଥିଲେ । ସେମାନେ ପୋଲିସ୍ , ଫାୟାର କୁ ଖବର ଦେଇଥିଲେ । ସେମାନେ ପହଂଚିବାବେଳକୁ ସବୁ ପୋଡ଼ିଯାଇଥିଲା । ଡ଼ିସିପି , ସାଇଂଟିଫିକ ଟିମ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ରାସ୍ତା ଦୂର୍ଘଟଣାରେ ଅତିରିକ୍ତ ତହସିଲଦାର ଗୁରୁତର ଆହତ

  କେନ୍ଦ୍ରାପଡା ୨୧/୦୨/୨୦୨୦ (ଓଡ଼ିଶା ସମାଚାର)- ୫ନମ୍ବର (କ) ଜାତୀୟ ରାଜପଥର ଗୋପଛକ ନିକଟରେ ଶୁକ୍ରବାର ସନ୍ଧ୍ୟାରେ ଏକ ରାସ୍ତା …

Leave a Reply

Your email address will not be published. Required fields are marked *