Monday , December 16 2019
Breaking News
Home / ତାଜା ଖବର / ତାଜା ଖବର : ଯୁବତୀଙ୍କୁ ପୋଲିସ କର୍ମଚାରୀଙ୍କ ଗଣ ଦୁଷ୍କର୍ମ ଅଭିଯୋଗ

ତାଜା ଖବର : ଯୁବତୀଙ୍କୁ ପୋଲିସ କର୍ମଚାରୀଙ୍କ ଗଣ ଦୁଷ୍କର୍ମ ଅଭିଯୋଗ

ଭୁବନେଶ୍ୱର ,୦୨/୧୨/୨୦୧୯(ଓଡ଼ିଶା ସମାଚାର)- ପୁରୀରେ ଆଉ ଏକ ଲଜ୍ଜା । ଜଣେ ଯୁବତୀଙ୍କର ଅଭିଯୋଗ ଅତ୍ୟନ୍ତ ଚାଂଚଲ୍ୟକର । ସମ୍ପୃକ୍ତ ଯୁବତୀଙ୍କୁ ପୋଲିସ କର୍ମଚାରୀ ର ପରିଚୟ ଦେଇ ବିଶ୍ୱାସ ଜନ୍ମାଇ କାର ରେ ଲିଫ୍ଟ ଦେଇ ପୁରୀରେ ଗଣ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ତେବେ ପିଡ଼ିତାଙ୍କ ଅଭିଯୋଗ ଅନୁଯାୟୀ ସେ ନିମାପଡ଼ା ବସ ଷ୍ଟାଣ୍ଡରେ ବସକୁ ଅପେକ୍ଷା କରିଥିଲେ । ଏକ ଜଳଖିଆ ଦୋକାନରେ ଜଳଖିଆ ଖାଇବା ସମୟରେ ବସ ଛାନିଦେଇଥିଲା । ପର ବସ କୁ ଅପେକ୍ଷା କରିଥିବାବେଳେ ,କ କାର ରେ ୪ ଜଣ ଯୁବକ ସେଠାରେ ପହଂଚିଥିଲେ । ନିଜର ପରିଚୟ ପତ୍ର ଦେଖାଇ ପୋଲିସ୍ କର୍ମଚାରୀ ବୋଲି ପରିଚୟ ଦେବା ପରେ ସମ୍ପୃକ୍ତ ଯୁବତୀ ତାଙ୍କ କାର ରେ ଯାଇଥିଲେ । ତେବେ କାର ଟି ପୁରୀରେ ପହଂଚିଥିଲା । ପୁରୀ ଝାଡ଼େଶ୍ୱରୀ କ୍ଲବ ନିକଟ କ୍ୱାଟର୍ସକୁ ନେଇଥିଲେ । ସେଠାରେ ଗଣ ଦୁଷ୍କର୍ମ କରିଥିଲେ । ତେବେ ଯୁବତୀ କୌଶଳକ୍ରମେ ଜଣଙ୍କ ମନିପର୍ସ ଓ ଆଧାର କାର୍ଡ଼ଟି ହାତେଇ ନେବା ସହିତ ଦୁଷ୍କର୍ମ ସମୟର ଭିଡ଼ିଓ କରିନେଇଥିଲେ । ଓ ଜିତେନ୍ଦ୍ର ସେଠୀ ଜଣକ ନାମ ବୋଲି ଜାଣି ସେଠାରୁ ଖସିଆସି ସେ କୁମ୍ଭାରପଡ଼ା ଥାନାରେ ଅଭିଯୋଗ କରିଥିଲେ । ସମ୍ପୃକ୍ତ ଜଣକ ଜଣେ ନିଲମ୍ବିତ ପୋଲିସ୍ କର୍ମଚାରୀ ବୋଲି ଜଣାଯାଇଛି । ପୋଲିସ୍ ଉକ୍ତ ନିଲମ୍ବିତ ପୁଲିସ କର୍ମଚାରୀ ଜିତେନ୍ଦ୍ର ସେଠୀ ଓ ଅନ୍ୟ ୩ ଜଣଙ୍କୁ ଉଠାଇଆଣି ଜେରା କରୁଛି । ଏହି ଘଯଣା ପରେ ପୁରୀ ରେ ବିଭିନ୍ନ ସଂଗଠନ ପକ୍ଷରୁ ପ୍ରତିବାଦ କରାଯାଇ କୁମ୍ଭାରପଡ଼ା ଥାନା ସମ୍ମୁଖରେ ବିକ୍ଷୋଭ କରାଯାଇ ଯୁବତୀଙ୍କୁ ନ୍ୟାୟ ଦାବି କରିଥିଲେ । ସେହିପରି ଭୁବନେଶ୍ୱର ଠାରେ କଂଗ୍ରେସ ପକ୍ଷରୁ କ୍ୟାଣ୍ଡେଲ ରାଲି କରାଯାଇଛି । ପୁରୀ ଏସପି ଏହି ଘଟଣାକୁ ଗୁରୁତ୍ୱର ସହିତ ନେଇ ତଦନ୍ତ କରୁଛନ୍ତି । ଓଡ଼ିଶା ସମାଚାର

About admin

Check Also

ମୁଡ ଅନୁଷ୍ଠାନ ପକ୍ଷରୁ ନିରାଶ୍ରୟଙ୍କୁ କମ୍ବଳ ବଂଟନ

କେନ୍ଦ୍ରାପଡା ୧୫/୧୨/୨୦୧୯(ଓଡ଼ିଶା ସମାଚାର)-ସ୍ୱେଛାସେବୀ ଅନୁଷ୍ଟାନ ମୁଡ ପକ୍ଷରୁ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ନିକିରାଇ ପଂଚାୟତର ମଠସାହି ଗ୍ରାମରେ ଗ୍ରାମବାସୀଙ୍କ ଉପସ୍ତିତିରେ …

Leave a Reply

Your email address will not be published. Required fields are marked *