Monday , February 24 2020
Home / ତାଜା ଖବର / ତପ୍ତପାଣି ଘାଟିରେ ବସ ଦୁର୍ଘଟଣା, ୮ ମୃତ , ୩୦ ରୁ ଅଧିକ ଆହତ

ତପ୍ତପାଣି ଘାଟିରେ ବସ ଦୁର୍ଘଟଣା, ୮ ମୃତ , ୩୦ ରୁ ଅଧିକ ଆହତ

ବ୍ରହ୍ମପୁର, ୨୯/୦୧/୨୦୨୦ (ଓଡ଼ିଶା ସମାଚାର)-  ଗଂଜାମ ଜିଲ୍ଲା ତପ୍ତପାଣି ଘାଟି ପାଳୁଖୋଳା ନିକଟରେ ଘଟିଛି ଏକ ମର୍ମନ୍ତୁଦ ଦୁର୍ଘଟଣା । ଦୁର୍ଘଟଣାରେ  ୮ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି । ତେବେ ୩୫ ଜଣ ଯାତ୍ରୀ ଆହତ ହୋଇଥିବା ଜଣାଯାଇଛି ।

ମୃତାହତ ମାନଙ୍କ ମଧ୍ୟରେ ସଂଖ୍ୟାଧିକ ମହିଳା ଥିବା ଜଣାପଡ଼ିଛି । ମୃତକଙ୍କ ମଧ୍ୟରୁ ଦୁଇ ଜଣଙ୍କ ପରିଚୟ ମିଳିଛି। ସେମାନେ ହେଉଛନ୍ତି ରାୟଗଡ଼ାର ବିଦ୍ୟୁତ୍ ନାୟକ ଓ ପୁତାବଗଡ଼ର ଝୁନୁ ବେହେରା। ଦିଗପହଣ୍ଡି ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ସେମାନଙ୍କ ମୃତ୍ୟୁ ଘଟିଛି। ବସ୍ ରେ ଥିବା ୩୦ରୁ ଅଧିକ ଯାତ୍ରୀଙ୍କୁ ଦିଗପହଣ୍ଡି ଓ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ବସ୍ଟି ସମ୍ପୂର୍ଣ୍ଣ ଭାବେ ଓଲଟି ପଡ଼ିଥିବା ଯୋଗୁଁ ମୃତାହତଙ୍କ ସଂଖ୍ୟା ବଢ଼ିବା ନେଇ ଆଶଙ୍କା କରାଯାଉଛି । ଏବେ ବି ବସ୍ ଭିତରେ କିଛି ଯାତ୍ରୀ ଫଶି ରହିଛନ୍ତି । ବସ ଚକ ତଲେ ଯାତ୍ରୀ ଚାପି ହୋଇରହିଥିବା ଆଶଙ୍କା କରାଯାଉଛି ।

ଘଟଣାସ୍ଥଳକୁ ସାନଖେମୁଣ୍ଡି, ଦିଗପହଣ୍ଡି, ବ୍ରହ୍ମପୁର, ମୋହନା ଏବଂ ପାତ୍ରପୁରରୁ ଅଗ୍ନିଶମ ବାହିନୀକୁ ପଠାଯାଇଛି । ସେପଟେ ଆବଶ୍ୟକ ପଡ଼ିଲେ କ୍ରେନ୍ ଟିମ୍ କୁ ବି ଘଟଣାସ୍ଥଳକୁ ଅଣାଯିବା ନେଇ ବ୍ୟବସ୍ଥା ହୋଇଥିବା ଚିଫ୍ ଫାଏର ଅଫିସର୍ ସୁକାନ୍ତ ସେଠୀ କହିଛନ୍ତି।

ସୂଚନା ଅନୁସାରେ, ମାରୁତି ନାମକ ଘରୋଇ ବସ୍ ରାୟଗଡ଼ା ଟିକିରିରୁ ବ୍ରହ୍ମପୁର ଆସୁଥିଲା।  ତେବେ ରାତି ପ୍ରାୟ ୩ଟା ସମୟରେ ବସ୍ର ବ୍ରେକ୍ଫେଲ୍ ହେବାରୁ ଭାରସାମ୍ୟ ହରାଇ ବ୍ରିଜ୍ ତଳକୁ ଖସିପଡିଥିଲା। ବସ୍ରେ ୫୦ ପାଖା ପାଖି  ଯାତ୍ରୀ ଥିବା ଅନୁମାନ କରାଯାଉଛି। ବର୍ତମାନ ସୁଦ୍ଧା ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଗ୍ୟାସ କଟର ସାହାଯ୍ୟରେ କଟାଯାଇ ଉଦ୍ଧାର କାର୍ଯ୍ୟ କରାଯାଉଛି । ସଂଘମିତ୍ରା  ନାମକ ଜଣେ ମହିଳା ଓ ତାଙ୍କ ଝିଅ ନିଖୋଜ ଖିବା ଜଣାପଡ଼ିଛି । ଦୃତ ଗତି ଓ ଘନ କୁହୁଡ଼ି ଯୋଗୁ ଏଭଳି ଦୁର୍ଘଟଣା ଘଟିଥିବା କୁହଯୋଉଛି । ବସ ର ଡ଼୍ରାଇଭର ର ପତା ମିଳୁନି । ଓଡ଼ିଶା ସମାଚାର

About admin

Check Also

ନରହନ୍ତା ହାତୀ ଗୋଟିଏ ଦିନରେ ନେଲାଣି ୪ ଜୀବନ , ଘଉଡ଼ାଇବାକୁ ୧୭ ଖଣ୍ଡ ଗ୍ରାମ ବ୍ଲାକ୍ ଆଉଟ

ପିପିଲି, ୨୩/୦୨/୨୦୨୦ (ଓଡ଼ିଶା ସମାଚାର)-ପୁରୀ ଜିଲା ବଳଙ୍ଗା ଓ ପିପିଲି ଥାନା ଅଧୀନ ଅଞ୍ଚଳରେ ରବିବାର ଦନ୍ତା ଉପଦ୍ରବ ଦେଖିବାକୁ …

Leave a Reply

Your email address will not be published. Required fields are marked *