Saturday , July 20 2019
Breaking News
Home / ବିଶେଷ / ତଟରକ୍ଷୀ ବାହିନୀ ପକ୍ଷରୁ ନୌବାଣିଜ୍ୟିକ ବିପର୍ଯ୍ୟୟ ସଚେତନତା ଶିବିର

ତଟରକ୍ଷୀ ବାହିନୀ ପକ୍ଷରୁ ନୌବାଣିଜ୍ୟିକ ବିପର୍ଯ୍ୟୟ ସଚେତନତା ଶିବିର

ପାରାଦ୍ୱୀପ,୦୩/୦୭/୨୦୧୯ (ଓଡ଼ିଶା ସମାଚାର)- ବିଭିନ୍ନ ସମୟରେ ଲଘୁଚାପ ବାତ୍ୟା ଆଦି ସମୁଦ୍ରରେ ସୃଷ୍ଟି ହୋଇଥାଏ । ଏହାର ପ୍ରଭାବରେ ଜନ ଜୀବନ କ୍ଷତି ହେବା ସହ ଧନ ହାନୀ ହୋଇଥାଏ । ଏ ସଂପର୍କରେ ସଚେତନତା ସୃଷ୍ଟି ପାଇଁ ଭାରତୀୟ କୋଷ୍ଟ ଗାର୍ଡ ଜିଲ୍ଲା ମୁଖ୍ୟାଳୟ-୭ ପାରାଦ୍ୱୀପଠାରେ ଏକ ସଚେତନତା ଶିବିର ଆୟୋଯିତ ହୋଇ ଯାଇଛି  । ଏହି ବୈଠକରେ ଭାରତୀୟ ନୌବାହିନୀ , ରାଜ୍ୟ ଓ ଜିଲ୍ଲା ପ୍ରଶାସନ , ଓସଡମା କର୍ତୃପକ୍ଷଙ୍କ ସମେତ ରାଜ୍ୟର ୩ ପ୍ରମୁଖ ବନ୍ଦର ପାରାଦ୍ୱୀପ, ଗୋପାଳପୁର ଓ ଧାମରା ବନ୍ଦର କର୍ତୃପକ୍ଷ ଯୋଗ ଦେଇଥିଲେ । ଦୁଇ ପର୍ଯ୍ୟାୟରେ ଏହି ବୈଠକ ଅନୁଷ୍ଟିତ ହୋଇଥିଲା । ବିଗତ ସାମୁଦ୍ରିକ ଝଡ ଫନି ସମୟରେ ଭାରତୀୟ ତଟରକ୍ଷୀ ବାହିନୀର କାର୍ଯ୍ୟ ଦକ୍ଷତାକୁ ଶିବିରରେ ଯୋଗ ଦେଇ ଥିବା ଅଧିକାରୀମାନେ ଉଚ୍ଚପ୍ରଶଂସା କରିଥିଲେ । ଆଗାମୀ ଦିନ ମାନଙ୍କରେ ତଟରକ୍ଷା ସହ ମତ୍ସ୍ୟଜୀବୀଙ୍କ ସୁରକ୍ଷା ଓ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଜନ ଜୀବନ ରକ୍ଷା କରିବାରେ ତଟ ରକ୍ଷୀ ବାହିନୀ ସହାୟକ ହେବ ବୋଲି ମତ ପ୍ରକାଶ ପାଇଥିଲା । ତଟରକ୍ଷୀ ବାହିନୀର ଡିଆଜିଙ୍କ ସମେତ ବହୁ ଅଧିକାରୀମାନେ ଏହି ଶିବିର ପରିଚାଳନା କରିଥିଲେ । ଓଡ଼ିଶା ସମାଚାର

About admin

Check Also

ପାଟକୁରା: ଦିନ ୧୧ ଟା ସୁଦ୍ଧା ୨୬ ପ୍ରତିଶତ ମତଦାନ

ପାଟକୁରା /ଭୁବନେଶ୍ୱର, ୨୦/୦୭/୨୦୧୯ (ଓଡ଼ିଶା ସମାଚାର / ଦୀପ୍ତି ରଂଜନ କାନୁନଗୋ)- ବହୁ ଚର୍ଚ୍ଚିତ ପାଟକୁରା ବିଧାନସଭା ନିର୍ବାଚନ ପାଇଁ …

Leave a Reply

Your email address will not be published. Required fields are marked *