Saturday , December 7 2019
Home / ବିଶେଷ / ଡିସେମ୍ବର ୨୦ ରୁ ୨୨ ଆୟୋଜିତ ହେବ ୧୦ମ ଓଡ଼ିଶା ପରିବେଶ କଂଗ୍ରେସ

ଡିସେମ୍ବର ୨୦ ରୁ ୨୨ ଆୟୋଜିତ ହେବ ୧୦ମ ଓଡ଼ିଶା ପରିବେଶ କଂଗ୍ରେସ

 ବିଷୟ ବସ୍ତୁ: ପରିବେଶ ଓ ଖଣି

ଭୁବନେଶ୍ୱର ,୦୪/୧୨/୨୦୧୯(ଓଡ଼ିଶା ସମାଚାର)- ପୂର୍ବ ଭଳି ଚଲିତ ବର୍ଷ ଓଡିଶା ପରିବେଶ କଂଗ୍ରେସ ୨୦୧୯ ତରଫରୁ ଡିସେମ୍ବର ୨୦ ରୁ ୨୨ ରିଖ ପର୍ଯ୍ୟନ୍ତ ଭୁବନେଶ୍ୱରସ୍ଥିତ ଆର.ଏମ୍.ଏନ୍.ଏଚ୍ ପରିସରରେ “ଖଣି ଏବଂ ପରିବେଶ’ ବିଷୟକୁ ନେଇ ତିନି ଦିନିର କାର୍ଯ୍ୟକ୍ରମ ଆୟୋଜନ କରାଯିବ । ପ୍ରକୃତି ଆମ ରାଜ୍ୟକୁ ଖଣିଜ ସମ୍ପଦରେ ବିଭବଶାଳୀ କରିଛି । ଖଣି ଆମ ଅର୍ଥନୀତିକୁ ସମୃଦ୍ଧ କରିଛି । କିନ୍ତୁ ସେହି ଖଣି ଆଜି ଅନେକ କ୍ଷେତ୍ରରେ ରାଜ୍ୟର ବିକାଶ ପରିବର୍ତେ ବିନାଶର କାରଣ ପାଲଟିଛି । ବିଶେଷକରି ପରିବେଶ ଏହା ଦ୍ୱାରା ଗଭୀର ଭାବରେ ପ୍ରଭାବିତ ହୋଇଛି । ଖଣି ଅଂଚଳରେ ପାଣି ପବନ, ମାଟି, ଜଙ୍ଗଲ ଇତ୍ୟାଦି ପ୍ରଦୂଷଣ ଏବଂ ଅବକ୍ଷୟର ଶିକାର ହୋଇଛି । ତିନି ଦିନିଆ ପରିବେଶ କଂଗ୍ରେସରେ ଏହି ବିଷୟକୁ ନେଇ ଚର୍ଚ୍ଚା ହେବ । ରାଜ୍ୟ ଏବଂ ରାଜ୍ୟ ବାହାରୁ ୩୦ ଜଣ ଗଭେଷକଙ୍କର ପ୍ରବନ୍ଧ ସବୁକୁ ସମ୍ପାଦିତ କରାଯାଇ ଏକ ପୁସ୍ତକ ପ୍ରକାଶ ପାଇବ, ଯାହା ଉପରେ ତିନି ଦିନ ଧରି ଆଲୋଚନା ହେବ । “ଦାୟିତ୍ୱସମ୍ପନ୍ନ ଖଣି ଖନନ ଓ ଖଣି ଶିଳ୍ପ’ ଉପରେ ଏକ ବିଶେଷ ଅଧିବେଶନ ଅନୁଷ୍ଠିତ ହେବ ଯେଉଁଥିରେ ଖଣି ଶିଳ୍ପ ମାନେ ଭାଗ ନେବେ । ସେହିପରି ଖଣି ଦ୍ୱାରା ପ୍ରଭାବିତ ଅଂଚଳର ଲୋକ ଏବଂ ଜନ ଆନ୍ଦୋଳନ ଗୁଡିକ “ଭୁକ୍ତଭୋଗୀଙ୍କ ସ୍ୱର’ ଶୀର୍ଷକ ବିଶେଷ ଅଧିବେସନରେ ଭାଗ ନେବେ । ତିନିଦିନର ମୁଖ୍ୟ କାର୍ଯ୍ୟକ୍ରମ ପୂର୍ବରୁ ୧୫ ଡିସେମ୍ବର ରବିବାର ଦିନ ଆର.ଏମ୍.ଏନ୍.ଏଚ୍ ପରିସରରେ ବିଭିନ୍ନ ବର୍ଗର ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଖଣି ଏବଂ ପରିବେଶ ବିଷୟକୁ ନେଇ ପ୍ରବନ୍ଧ ଲିଖନ, ଚିତ୍ରାଙ୍କନ ଓ ତର୍କ ପ୍ରତିଯୋଗିତାର ଆୟୋଜନ କରାଯିବ ଏବଂ କଂଗ୍ରେସ ପୂର୍ବବର୍ତୀ କାର୍ଯ୍ୟକ୍ରମ ହିସାବରେ କେନ୍ଦୁଝର ଓ ଝାରସୁଗୁଡା ଠାରେ ପରିବେଶ ଓ ଖଣି ବିଷୟକୁ ନେଇ ଦୁଇଟି ଜିଲ୍ଲା ସ୍ତରୀୟ କର୍ମଶାଳା ଆୟୋଜନ କରାଯିବାର ବ୍ୟବସ୍ଥା ରହିଛି । ଏହି କର୍ମଶାଳାରେ ଗଭେଷକ, ବୁଦ୍ଧିଜୀବି, ଛାତ୍ର, ସାମାଜିକ କର୍ମୀ ଇତ୍ୟାଦି ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷ ଯୋଗ ଦେବେ । ଯାହାର ସାରାଂଶ ତିନି ଦିନର ମୁଖ୍ୟ କାର୍ଯ୍ୟକ୍ରମକୁ ଆଗକୁ ନେବାରେ ଖୋରାକ ଯୋଗାଇବ । ଏହି ତିନିଦିନିଆ ପରିବେଶ କଂଗ୍ରେସ କାର୍ଯ୍ୟକ୍ରମରେ ଚାରିଗୋଟି ପ୍ରମୁଖ ପ୍ରତିଫଳନର ବ୍ୟବସ୍ଥା ରହିଛି ଯଥା: ୧. ଏକ ତଥ୍ୟ ସମ୍ବଳିତ ପୁସ୍ତକର ଉନ୍ମୋଚନ ୨. ଯୁବ ବୈଜ୍ଞାନିକ ସମ୍ମାନ୍ନ ୩. ସବୁଜ ପ୍ରତିନିଧି ସମ୍ମାନ୍ନ ୪. ଏସ୍.ବି ମିଶ୍ର ସବୁଜ ଶିଳ୍ପ ସଂସ୍ଥା ସମ୍ମାନ୍ନ ପ୍ରକାଶ ଥାଉକି ଏଚ.ଡି.ଏଫ୍ – ସି.ଡି.ଏ.ଆର୍, ସି.ଇ.ଡି, ଶିକ୍ଷା, ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ, ଜେଭିୟର ବିଶ୍ୱବିଦ୍ୟାଳୟ, ଓଡିଶା ପରିବେଶ ସମିତି ପ୍ରମୁଖ ଅନୁଷ୍ଠାର ମିଳିତ ଆନୁକୂଲ୍ୟରେ ଏହି ଓଡିଶା ପରିବେଶ କଂଗ୍ରେସ ବିଗତ ୯ ବର୍ଷଧରି ଆୟୋଜିତ ହୋଇ ଆସୁଛି । ଚଳିତ ବର୍ଷ ଏହାର ୧୦ମ ଅଧିବେଶନ ଅନୁଷ୍ଠିତ ହେବାକୁ ଯାଉଛି । ଏଥିରେ ମହାମହୀମ ରାଜ୍ୟପାଳ, ରାଜ୍ୟ ଏବଂ କେନ୍ଦ୍ରର ମନ୍ତ୍ରୀ ଓ ଅଧିକାରୀ ମାନଙ୍କ ବ୍ୟତୀତ ଉକôଳ ବିଶ୍ୱବିଦ୍ୟାଳୟ, ରମାଦେବୀ ମହିଳା ବିଶ୍ୱ ବିଦ୍ୟାଳୟ, ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟର କୁଳପତି, ଅନ୍ୟାନ୍ୟ ଅନୁଷ୍ଠାନର ବିଶିଷ୍ଟ ବ୍ୟକ୍ତି ମାନଙ୍କୁ ଆମନ୍ତ୍ରଣ କରାଯାଇଛି । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଓଡିଶା ପରିବେଶ କଂଗ୍ରେସର ଅଧ୍ୟକ୍ଷ ଶ୍ରୀ ଧିରେନ କୁମାର ରାୟ, କାର୍ଯ୍ୟକାରି ସଂପାଦକ ଶ୍ରୀ ସୁଦର୍ଶନ ଦାସଙ୍କ ସମେତ ଡ: ବିଧୂ ଭୂଷଣ ସାମନ୍ତ, ଜୟକୃଷ୍ମ ପାଣିଗ୍ରାହୀ, ନିରଦ ଖୁଂଟିଆ, ବିଜୟ ପ୍ରଧାନ, ସୁବ୍ରତ ରାଉତ, ଦିଲ୍ଲିପ ସାବତ, ସରିତା ସାମଲ ପ୍ରମୁଖ ଯୋଗ ଦେଇଥିଲେ । ଓଡ଼ିଶା ସମାଚାର

About admin

Check Also

ବାଦାମବାଡ଼ିରେ ନିର୍ମାଣ ହେବ ଫ୍ଲାଏଓଭର୍

କଟକ, ୦୭/୧୨/୨୦୧୯(ଓଡ଼ିଶା ସମାଚାର)-ବାଦାମବାଡ଼ି ଛକରେ ନିର୍ମାଣ ହେବ ଓଭରବ୍ରିଜ୍ । ଯେଉଁ ବ୍ରିଜଟି ବାଦାମବାଡ଼ି ସରକାରୀ ବସଷ୍ଟାଣ୍ଡ ପଛ ରାସ୍ତାରୁ …

Leave a Reply

Your email address will not be published. Required fields are marked *