Thursday , September 19 2019
Breaking News
Home / ଶିକ୍ଷା / ଡିସେମ୍ବରରୁ ସ୍କୁଲ ପିଲାଙ୍କ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା

ଡିସେମ୍ବରରୁ ସ୍କୁଲ ପିଲାଙ୍କ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା

ଭୁବନେଶ୍ୱର,୧୧/୦୯/୨୦୧୯(ଓଡ଼ିଶା ସମାଚାର)-ପୂର୍ବରୁ ରାଜ୍ୟରେ କେବଳ ପ୍ରଥମରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଥିଲା । ତେବେ ଗତବର୍ଷଠାରୁ ରାଜ୍ୟରେ ସାମଗ୍ରିକ ଯୋଜନା ଆରମ୍ଭ ହେବା ପରେ ପ୍ରଥମରୁ +୨ ପର୍ଯ୍ୟନ୍ତ ପିଲାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ନିଷ୍ପତି ହୋଇଛି । ଅନେକ ସମୟରେ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି ହୋଇଥିଲେ ବି ସେମାନେ ଏହାକୁ ଅଣଦେଖା କରିଥାନ୍ତି । ଫଳରେ ସେମାନଙ୍କର ପଢ଼ାରେ ବ୍ୟାଘାତ ସୃଷ୍ଟି ହୋଇଥାଏ । ବିଶେଷକରି ବହୁ ଗରିବ ଛାତ୍ରଛାତ୍ରୀ ଏପରି ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ମଧ୍ୟବିତ୍ ପରିବାରର ପିଲାମାନେ ମଧ୍ୟ ଏପରି ଅବହେଳାର ଶିକାର ହୋଇଥାନ୍ତି । ଏନେଇ ସ୍କୁଲ ଓ ଗଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏକ ଅଭିନବ ପ୍ରୟାସ ଆରମ୍ଭ କରିବାକୁ ଯାଉଛି । ଆସନ୍ତା ଶିକ୍ଷାବର୍ଷରୁ ପ୍ରଥମରୁ +୨ ପର୍ଯ୍ୟନ୍ତ ସବୁ ଛାତ୍ରଛାତ୍ରୀଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ । ଜୁଲାଇ ଏବଂ ଡିସେମ୍ବରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ତତ୍ୱାବଧାନରେ ପ୍ରତ୍ୟେକ ସ୍କୁଲରେ ୨ଜଣ ଡାକ୍ତର ସବୁ ପିଲାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିବେ । ଏହା ସହିତ ରକ୍ତ ପରୀକ୍ଷା ଏବଂ ଆବଶ୍ୟକ ସ୍ଥଳେ ଆଖି ପରୀକ୍ଷା ମଧ୍ୟ କରାଯିବ । ରାଜ୍ୟ ଗଣଶିକ୍ଷା ବିଭାଗ ଏବଂ କିଛି ସ୍ୱେଚ୍ଛାସେବୀ ସଂଗଠନର ମିଳିତସହଯୋଗରେ ଏହି ଯୋଜନା କାର୍ଯ୍ୟକାରୀ କରାଯିବ ବୋଲି ନିଷ୍ପତିି ହୋଇଛି । କୌଣସି ଛାତ୍ରଛାତ୍ରୀଙ୍କର ସ୍ୱାସ୍ଥ୍ୟ ସମସ୍ୟା ଥିବ ତେବେ ସମ୍ପୃକ୍ତ ଛାତ୍ରଛାତ୍ରୀଙ୍କର ନାମ, ବୟସ ଓ ଶ୍ରେଣୀ ଭୁବନେଶ୍ୱର ଶିକ୍ଷା ଅଧିକାରୀଙ୍କୁ ପ୍ରଦାନ କରିବେ । ପରେ ସେହି ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପୁଣି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କରାଯିବ । ରୋଗ ଥିଲେ ଚିକିତ୍ସା କରାଯାଇ ପିଲାମାନଙ୍କୁ ମାଗଣାରେ ଔଷଧ ବଂଟନ କରାଯିବ । ସ୍ୱାସ୍ଥ୍ୟ ପରୀକ୍ଷା ଶେଷ ହେବା ପରେ ସବୁ ପିଲାଙ୍କର ରିପୋର୍ଟ ଜିଲ୍ଲାୱାରୀ ସିଡିଏମ୍ଓଙ୍କୁ ପ୍ରଦାନ କରାଯିବ । ଯଦି କୌଣସି ଛାତ୍ରଛାତ୍ରୀଙ୍କର କିଛି ଅଧିକ ସମସ୍ୟା ଯଥା ଆଖି, ଛାତି କିମ୍ବା ହିମୋଗ୍ଲୋବିନ୍ ଅଭାବ ତଥା ଆନେମିଆ ଛାତ୍ରଛାତ୍ରୀଙ୍କ ପୁଣି ସ୍ୱାସ୍ଥ୍ୟ ପରୀକ୍ଷାକରାଯିବ । ଏହି ପରୀକ୍ଷା ପୂର୍ବରୁ ପିଲାଙ୍କ ଅଭିଭାବକଙ୍କୁ ଅବଗତ କରାଯିବ ।ସ୍ୱାସ୍ଥ୍ୟ ପରୀକ୍ଷା ସାଙ୍ଗକୁ ପ୍ରତିବର୍ଷ ଉଭୟ ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କୁ କାଉନସେଲିଂକରିବା ଲାଗି ମଧ୍ୟ ଯୋଜନା କରାଯାଇଛି ।ଯେଉଁ ଛାତ୍ରଛାତ୍ରୀମାନେ ସ୍କୁଲ ଆସିବାକୁ ଭୟ କରୁଛନ୍ତି କିମ୍ବା ଯେଉଁପିଲାଙ୍କର ପାଠପଢ଼ାରେ ସମସ୍ୟା ହେଉଛି ସେମାନଙ୍କ ଲାଗି ସ୍କୁଲରେ ସ୍ୱତନ୍ତ୍ର କାଉନସେଲିଂ ବ୍ୟବସ୍ଥା କରିବାକୁ ମଧ୍ୟ ନିଷ୍ପତିି ହୋଇଛି । ପ୍ରକାଶ ଥାଉ କି, ରାଜ୍ୟରେ ମୋଟ୍ ୬୫ହଜାର ୨୭୯ଟି ସ୍କୁଲରହିଥିବା ବେଳେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ରହିଛି ୫୯ ଲକ୍ଷ୭୨ହଜାର ୮୭୦ । ପ୍ରାଥମିକ ଛାତ୍ରଛାତ୍ରୀଙ୍କ ଲାଗି ଏହି ବ୍ୟବସ୍ଥା ପୂର୍ବରୁ ଆରମ୍ଭ ହୋଇଥିଲେହେଁ ଏଣିକି ସମଗ୍ର ଶିକ୍ଷା ଯୋଜନାରେ ସାମିଲ ହୋଇଥିବା ସବୁ ପିଲାଙ୍କୁ ମିଳିବ ଏହି ସୁବିଧା । ଆସନ୍ତା ଡିସେମ୍ବର ପ୍ରଥମ ସପ୍ତାହରେ ସ୍ୱାସ୍ଥ୍ୟପରୀକ୍ଷା କରାଯିବ ବୋଲି ଜଣାପଡ଼ିଛି । ତେବେ ଆସନ୍ତାବର୍ଷ ଠାରୁ ବାର୍ଷିକ ୨ଥର ଏହି ପରୀକ୍ଷାହେବ । ଏହାବ୍ୟତୀତ ପ୍ରତିବର୍ଷ ନାମଲେଖା ସମୟରେ ଏକ ହେଲ୍ଥ କମନ୍ ଫର୍ମ ଅଭିଭାବକଙ୍କ ଦ୍ୱାରା ପୂରଣ କରିବା ବାଧ୍ୟତାମୁଳକ ହେବ । ଯେଉଁ ପିଲାଙ୍କର କିଛି ସ୍ୱାସ୍ଥ୍ୟଗତ ସମସ୍ୟା ଥିବ ସମ୍ପୃକ୍ତ ରୋଗ ସମ୍ପର୍କରେ  ଅଭିଭାବକମାନେ ସେହି ଫର୍ମରେ ପୂରଣ କରିବେ । ଓଡ଼ିଶା ସମାଚାର

About admin

Check Also

ଅନ୍ତେଶ୍ୱର ନୋଡ଼ାଲ ଉଚ୍ଚ ବିଦ୍ୟାଳୟରେ ତାଲା ପକାଇଲେ ଛାତ୍ରଛାତ୍ରୀ

ନିଶ୍ଚିନ୍ତକୋଇଲି, ୧୭/୦୯/୨୦୧୯( ଓଡ଼ିଶା ସମାଚାର/ ଅଭୟ ଜେନା): ନିଶ୍ଚିନ୍ତକୋଇଲି ବ୍ଲକ୍ ଅନ୍ତର୍ଗତ ଲେଣ୍ଡୁରା ଭଗବାନପୁର ଅନ୍ତେଶ୍ୱର ନୋଡ଼ାଲ ଉଚ୍ଚ ବିଦ୍ୟାଳୟର …

Leave a Reply

Your email address will not be published. Required fields are marked *