Friday , February 28 2020
Breaking News
Home / ବିଶେଷ / ଡିଏଭି ପୋଖରୀପୁଟରେ ସାଇବର କ୍ରାଇମ୍ ସଚେତନତା 

ଡିଏଭି ପୋଖରୀପୁଟରେ ସାଇବର କ୍ରାଇମ୍ ସଚେତନତା 

ଭୁବନେଶ୍ୱର ,୨୯/୧୧/୨୦୧୯(ଓଡ଼ିଶା ସମାଚାର)-ଡିଏଭି ପୋଖରୀପୁଟରେସାଇବର କ୍ରାଇମ୍ ସଚେତନତା କାର‌୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର‌୍ୟ୍ୟକ୍ରମରେ ବିଦ୍ୟାଳୟର ଅଧ୍ୟକ୍ଷା ଡ.ସୁଜାତା ମୁଖ୍ୟ ଅତିଥିଙ୍କର ସ୍ୱାଗତ ପରିଚୟ ପ୍ରଦାନ କରିଥିଲେ । ଏସିପି ସଞ୍ଜୀବ ଶତପଥୀ ଉପସ୍ଥିତ ହୋଇ ଛାତ୍ରଛାତ୍ରୀଙ୍କୁ ସାଇବର କ୍ରାଇମରୁ ମୁକିଳିବାର କଳା କୌଶଳ ଉପରେ ଆଲୋକପାତ କରିଥିଲେ । କମ୍ପ୍ୟୁଟର , ଇଣ୍ଟରନେଟ୍ ,ହେକିଙ୍ଗ ,ଭାଇରସ , ଇ-ମେଲ୍ ,ଗୁଗୁଲ୍ ପେ , ଇ-ବେଙ୍କିଙ୍ଗ ସେବା , ସ୍ମାର୍ଟକାର୍ଡ଼ , କ୍ରେଡ଼ିଟ୍ କାର୍ଡ ଆଦି କ୍ଷେତ୍ରରେ କିପରି ସଚେତନତା ଅବଲମ୍ୱନ କରିବା ସେ କ୍ଷେତ୍ରରେ ଅନେକ ଗୁରୁତ୍ୱପୂର୍ଣ୍ଣ କଥା କହିଥିଲେ । ଛାତ୍ରଛାତ୍ରୀମାନେ ବିଭିନ୍ନ ଅନଲାଇନ୍ ଗେମ୍ ରୁ ନିଜକୁ ନିବୃତ ରଖିବା ସହିତ ସୁସ୍ଥ ସମାଜ ଗଠନରେ ସହାୟକ ହେବା ନିମନ୍ତେ ପରାମର୍ଶ ଦେଇଥିଲେ ।ଷଷ୍ଠ ଓ ସପ୍ତମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ଦ୍ୱାରା ଏକ ପଥପ୍ରାନ୍ତ ନାଟକ ପ୍ରଦର୍ଶିତ ହୋଇଥିଲା ।

 

ଏହି ଅବସରରେ ବିଦ୍ୟାଳୟର ସାଇବର ହବ୍ କ୍ଲବ୍ ତରଫରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ଏସିପି ସଞ୍ଜୀବ ଶତପଥୀ ପୁରସ୍କାର ପ୍ରଦାନ କରିଥିଲେ । ବିଦ୍ୟାଳୟର ବରିଷ୍ଠ ନିରୀକ୍ଷକ ଶିତିକଣ୍ଠ ପତି ମୁଖ୍ୟ ଅତିଥିଙ୍କୁ ଉପଢ଼ୌକନ ପ୍ରଦାନ ପୂର୍ବକ ସମ୍ମାନିତ କରିଥିଲେ । ଉକ୍ତ କାର‌୍ୟ୍ୟକ୍ରମକୁ କବିତାରାଣୀ ଖାର୍ସାଲ୍ ସଂଯୋଜନା କରିଥିବା ବେଳେ ଏହି କାର‌୍ୟ୍ୟକ୍ରମରେ ନିରୀକ୍ଷିକା ସ୍ମରଣିକା ପଟ୍ଟନାୟକ , ସସ୍ମିତା ରାଉତ , ଗୀତାଞ୍ଜଳି ହୋତା , ପି.ଏସ୍‌.ରାଓ , ବିଶ୍ୱମୋହନ ମହାନ୍ତି ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀଗଣ ସକ୍ରିୟ ଅଂଶ ଗ୍ରହଣ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ମାର୍ଚ୍ଚ ପହିଲାରୁ ଗାଡ଼ି ଯାଞ୍ଚ କଡ଼ାକଡ଼ି ହେବ

ଭୁବନେଶ୍ୱର ,୨୮/୦୨/୨୦୨୦ (ଓଡ଼ିଶା ସମାଚାର)- ଲୋକଙ୍କୁ ଯଥେଷ୍ଟ ସମୟ ଦିଆଯାଇଛି, ଆଉ ବହୁ ସଂଖ୍ୟାରେ ଲୋକେ ଇତିମଧ୍ୟରେ ନିଜ ଗାଡ଼ିର …

Leave a Reply

Your email address will not be published. Required fields are marked *