Wednesday , November 20 2019
Breaking News
Home / ବିଶେଷ / ଡମପଡ଼ା ତହସିଲଦାରଙ୍କ ସମୀକ୍ଷା ବୈଠକ

ଡମପଡ଼ା ତହସିଲଦାରଙ୍କ ସମୀକ୍ଷା ବୈଠକ

ଟାଙ୍ଗୀ, ୧୧/୧୧/୨୦୧୯(ଓଡ଼ିଶା ସମାଚାର)- ଡମପଡ଼ା ତହସିଲଦାର କ୍ଷୀତିଶ ବେହେରା ଏକ ସମୀକ୍ଷା ବୈଠକ କରିଥିଲେ । ନୂତନ ଭାବେ ଡମପଡ଼ା କାର୍ଯ୍ୟାଳୟରେ ତହସିଲଦାର ଭାବରେ ସେ ଯୋଗଦେବା ପରେ ପ୍ରଥମ କରି ଏହି ବୈଠକ କରିଥିବା ଜଣାପଡ଼ିଛି । ଏହି ବୈଠକରେ ୫-ଟି’ର କାର୍ଯ୍ୟକାରିତା ସମ୍ପର୍କରେ କର୍ମଚାରୀଙ୍କ ସହ ଆଲୋଚନା କରିଥିଲେ । ଏଥି ସହିତ ଚେତନାମାନସିକ ବିଦ୍ୟାଳୟକୁ ୩୧ଡି.ମି ଅତିରିକ୍ତ ଜମି ଲିଜ୍ ଦେବା ପାଇଁ ବିଦ୍ୟାଳୟ କର୍ତୃର୍ପକ୍ଷଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ତାଳବସ୍ତ ପଞ୍ଚାୟତର ରାଉତରାପୁର ଓ ସାମନ୍ତରାପୁର ଗ୍ରାମକୁ ନୂତନ ରାଜସ୍ୱ ଗ୍ରାମଭାବରେ ମାନ୍ୟତା ପ୍ରଦାନ ସହିତ ଜମିଜମାର ସେଟେଲମେଂଟ ପାଇଁ ଜିଲ୍ଲାପାଳଙ୍କୁ ସୁପାରିସ୍ କରାଯିବ ବୋଲି ନିଷ୍ପତିି ଗ୍ରହଣ କରାଯାଇଛି । ଫାନି ବାତ୍ୟାରେ କ୍ଷତିଗ୍ରସ୍ତ ୬୭ଜଣଙ୍କୁ ଗୃହ ନିର୍ମାଣ ପାଇଁ ଆର୍ଥିକ ଅନୁଦାନ ପ୍ରଦାନ କରାଯାଇଥିଲା । ସେହିପରି ଭଗୀପୁର ଗ୍ରାମର ତାପସ ଜେନାଙ୍କୁ ଘର ପୋଡ଼ି ସହାୟତା ପାଇଁ ୩ ହଜାର ୨୦୦ଟଙ୍କା ଦେବାକୁ ପ୍ରତିଶ୍ରୁତି ଦେଇଥିଲେ । ଅନ୍ୟପକ୍ଷରେ ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କ ସମ୍ପର୍କରେ ମଧ୍ୟ ତହସିଲଦାର ଆଲୋଚନା କରିଥିଲେ । ଓଡ଼ିଶା ସମାଚାର

About admin

Check Also

ମହାତ୍ମାଗାନ୍ଧି ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାର ଜନ ଅଭିଯୋଗ ଶୁଣାଣି

କେନ୍ଦ୍ରାପଡା ୧୯/୧୧/୨୦୧୯(ଓଡ଼ିଶା ସମାଚାର)-ମହାତ୍ମା ଗାନ୍ଧି ଜାତୀୟ ଗ୍ରାମୀଣ କର୍ମ ନିଯୁକ୍ତି ଯୋଜନା ୨୦୧୯-୨୦ଆର୍ଥିକ ବର୍ଷ ନିମନ୍ତେ ମଙ୍ଗଳବାର ପୂର୍ବାହ୍ନରେ କେନ୍ଦ୍ରାପଡା …

Leave a Reply

Your email address will not be published. Required fields are marked *