Thursday , September 19 2019
Breaking News
Home / ବ୍ୟବସାୟ ବାଣିଜ୍ୟ / ଡଟର୍ସ ଡେ’ ପାଇଁ ମଂଟେ କାର୍ଲୋର ସ୍ୱତନ୍ତ୍ର ପୋଷାକ ସମ୍ଭାର

ଡଟର୍ସ ଡେ’ ପାଇଁ ମଂଟେ କାର୍ଲୋର ସ୍ୱତନ୍ତ୍ର ପୋଷାକ ସମ୍ଭାର

ଭୁବନେଶ୍ୱର,୦୯/୦୮/୨୦୧୯(ଓଡ଼ିଶା ସମାଚାର)- ଚଳିତ ବର୍ଷର ଡଟର୍ସଡେ’ (ଝିଅ ଦିବସ)କୁ ଦୃଷ୍ଟିରେ ରଖି ଦେଶର ଅଗ୍ରଣୀ ପୋଷାକ କଂପାନି ମଂଟୋ କାର୍ଲୋ ପକ୍ଷରୁ ସ୍ୱତନ୍ତ୍ର ପୋଷାକ ସମ୍ଭାରକୁ ଉନ୍ମୋଚନ କରାଯାଇଛି । ଡଟର୍ସ ଡେ’ରେ ନିଜ ଝିଅକୁ କେଉଁଉପହାର ଦେବେ ତାହାକୁ ନେଇ ଚିନ୍ତିତଥିବା ଅଭିଭାବକମାନଙ୍କ ଚିନ୍ତା ଦୂରକରିବା ଲାଗି କଂପାନି ଏହି ସମ୍ଭାର ପ୍ରସ୍ତୁତ କରିଛି । ଅଲୀଅଳି ଝିଅମାନଙ୍କପାଇଁ ମଟେଂ କାର୍ଲୋ ପ୍ରସ୍ତୁତ କରିଛି ସ୍ୱତନ୍ତ୍ର ଧରଣର ଟପସ୍, ଟିଜ୍, ଡ୍ରେସ୍ ଏବଂ ଆହୁରି ବହୁତ କିଛି । ବିଭିନ୍ନ ବର୍ଗର ପସନ୍ଦକୁ ନଜରରେ ରଖି ଏହି ପୋଷାକଗୁଡ଼ିକୁ ପ୍ରସ୍ତୁତ କରାଯାଇଛି ।ଏହି ପୋଷାକଗୁଡ଼ିକ ଆରାମ ଓ ଷ୍ଟାଇଲ୍ର ଏକ ଜବରଦସ୍ତ ମିଶ୍ରଣ ।ଏହି ପୋଷାକ ସମ୍ଭାର ବିଷୟରେ ମଂଟେକାର୍ଲୋର କାର୍ଯ୍ୟନିର୍ବାହୀ ନିର୍ଦେଶୀକା,ମୋନିକା ଓସୱାଲ କହିଛନ୍ତି ଯେ,”ଆମେ ମଟେଂ କାର୍ଲୋରେଗ୍ରାହକମାନଙ୍କ ଆକର୍ଷଣୀୟ ଜୀବନ ଶୈଳୀକୁ ଦୃଷ୍ଟିରେ ରଖି ଗ୍ରାହକଙ୍କୁ ସଦ୍ୟତମ ପୋଷାକ ପ୍ରଦାନ କରିବା ଲାଗି ଜଣାଶୁଣା । ଅଲୀଅଳି ଝିଅମାନଙ୍କ ଲାଗି ଅଭିଭାବକ ମାନଙ୍କର ରହିଥିବା ଭଲ ପାଇବାର ପରିପ୍ରକାଶ କରିବା ଲାଗି ଏକ ସ୍ୱତନ୍ତ୍ର ସମ୍ଭାର ବିକଶିତ କରିବା ଆମକୁ ବହୁତ ଖୁସିଦେଇଛି । ଏବେ ମଂଟେ କାର୍ଲୋ ର ସହିତ ନିଜ ଝିଅ ପ୍ରତି ରହିଥିବା ଭଲପାଇବାକୁ ଅଧିକ ସ୍ୱାଦପୂର୍ଣ୍ଣ ଓ କ୍ଲାସିକ୍ ରୂପରେ ପ୍ରକାଶ କରି ତାହାର ଖୁସିକୁ ନୂତନ ଦିଗ ପ୍ରଦାନ କରନ୍ତୁ ।” ମଂଟେକାର୍ଲୋର ଏହି ପୋଷାକ ବିଭିନ୍ନ ସ୍ୱତନ୍ତ୍ରବ୍ରାଣ୍ଡ୍ ଆଉଟ୍ଲେଟ୍, ମଲ୍ଟି ବ୍ରାଣ୍ଡ୍ ଷ୍ଟୋର୍ଏବଂ ଅନଲାଇନ୍ ଷ୍ଟୋର୍ରେ ମଧ୍ୟଉପଲବ୍ଧ ହେଉଛି । ଓଡ଼ିଶା ସମାଚାର

About admin

Check Also

ପାରାଦ୍ୱୀପ ବନ୍ଦର ନିଷିଦ୍ଧାଂଚଳ ପାଇଁ ୪ଟି ବସ ର ଶୁଭ ଉଦଘାଟନ

ପାରାଦ୍ୱୀପ ,୧୪/୦୯/୨୦୧୯(ଓଡ଼ିଶା ସମାଚାର)- ପାରାଦ୍ୱୀପ ବନ୍ଦର ନିଷିଦ୍ଧାଂଚଳକୁ କର୍ମଚାରୀ ମାନଙ୍କର ସୁରକ୍ଷା ଓ ସୁରକ୍ଷୀତ ଗମନା ଗମନାକୁ ଦୃଷ୍ଟିରେ ରଖି …

Leave a Reply

Your email address will not be published. Required fields are marked *