Friday , October 18 2019
Breaking News
Home / ବ୍ୟବସାୟ ବାଣିଜ୍ୟ / ଟ୍ରାଫିକ୍ ନିୟମ ମାନି ଗାଡ଼ି ଚଳାଇଲେ ଦୁର୍ଘଟଣା କମିବା ସହିତ ଜୀବନ ସୁରକ୍ଷିତ ରହିପାରିବ

ଟ୍ରାଫିକ୍ ନିୟମ ମାନି ଗାଡ଼ି ଚଳାଇଲେ ଦୁର୍ଘଟଣା କମିବା ସହିତ ଜୀବନ ସୁରକ୍ଷିତ ରହିପାରିବ

ସାଲେପୁର ,୨୫/୦୯/୨୦୧୯ (ଓଡ଼ିଶା ସମାଚାର/ ଅଭୟ ଜେନା): ଟ୍ରାଫିକ୍ ନିୟମମାନି ଗାଡ଼ିୁଚଳାଇବା ଜଣେ ସଚେତନ ଗାଡ଼ିଚାଳକର ପ୍ରଥମ ଓ ପରମ କର୍ତବ୍ୟ ବୋଲି ସାଲେପୁର ଷ୍ଟେଟ୍ ବ୍ୟାଙ୍କ୍ ଶାଖାର ଚିଫ୍ ମ୍ୟାନେଜର ଗୋକୁଳକୃଷ୍ଣ ମିଶ୍ର ପ୍ରକାଶ କରିଛନ୍ତି ।  ଅପରାହ୍ନରେ ସାଲେପୁର ସହର ଉପକଣ୍ଠ ମାଛୁଆତି ଠାରେ ସ୍କାଏ ଅଟୋର ଏଠାରେ ଥିବା ଏକ ଶାଖାରେ କମ୍ପାନୀର ଅଲଟୋ ଇଲାଇଟ୍ କାର୍ ର ଅନାଭରଣ  କାର୍ଯ୍ୟକ୍ରମରେ ଚିଫ୍ ମ୍ୟାନେଜର ଶ୍ରୀ ମିଶ୍ର ମୁଖ୍ୟ ଅତିଥିଭାବେ ଯୋଗଦେଇ ନୂତନ ମଡ଼େଲ କାରରେ ଅନେକ ଅତ୍ୟାଧୁନିକ ବୈଷୟିକ ଜ୍ଞାନ କୈାଶଳ ବିନିଯୋଗ ହୋଇଥିବାରୁ ପରିବେଶକୁ କେତେକାଂଶରେ ପ୍ରଦୂଷଣମୁକ୍ତ କରିପାରିବ ବୋଲି ପ୍ରକାଶ କରିଥିଲେ । ଏହି ଅନାଭରଣ ଉସôବରେ ଟିମ୍ ଲିଡ଼ର ସୂର୍ଯ୍ୟନାରାୟଣ ମହାପାତ୍ର , ଏସ୍ ଏନ୍ ଅବିନାଶ ପ୍ରଧାନ, ଏସ୍ ଆର ବିଶ୍ୱାଳ, ବି.ପି. ରଥ, ଏସ୍ . ପି. ଦାଶ ଉପସ୍ଥିତ ଥିଲେ । ମେହେନ୍ଦ୍ର ବେହୁରା ଓ ଜ୍ଞାନରଂଜନ ସାହୁ କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ସହଯୋଗ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସାଲେପୁର ଅଂଚଳର ବହୁ ବିଶିଷ୍ଟ ବ୍ୟକ୍ତି ଓ ଗଣମାଧ୍ୟମର ପ୍ରତିନିଧିମାନେ ଯୋଗଦେଇଥିଲେ ।  ଓଡ଼ିଶା ସମାଚାର

About admin

Check Also

ଇ-ବାଇକ୍  ବିକ୍ରୟ କେନ୍ଦ୍ର ଉଦଘାଟିତ 

ଗରଦପୁର,୧୪/୧୦/୨୦୧୯ (ଓଡ଼ିଶା ସମାଚାର)-ଗରଦପୁର ବଜାରରେ ଏକ ଇ-ବାଇକ୍ ବିକ୍ରୟ କେନ୍ଦ୍ର ଆଜି ଉଦଘାଟିତ ହୋଇଯାଇଛି ।  ଏହି ଉତ୍ସବରେ ମୁଖ୍ୟ …

Leave a Reply

Your email address will not be published. Required fields are marked *