Friday , September 20 2019
Breaking News
Home / ତାଜା ଖବର / ଟ୍ରକ ଚାପାରେ ଜଣେ କଲେଜ ଛାତ୍ର ମୃତ, ଅନ୍ୟ ଜଣେ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର

ଟ୍ରକ ଚାପାରେ ଜଣେ କଲେଜ ଛାତ୍ର ମୃତ, ଅନ୍ୟ ଜଣେ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର

ଘଟଣା ସ୍ଥଳରେ ଉତେଜନା, ଯାନବାହାନ ଚଳାଚଳ ବନ୍ଦ
କେନ୍ଦ୍ରାପଡା ୧୪/୦୮/୨୦୧୯(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ କଟକ-ଚାନ୍ଦବାଲି ରାସ୍ତାର ଜମଧର ଛକ ନିକଟରେ ବୁଧବାର ଅପରାହ୍ନ ପ୍ରାୟ ୪ଟା ସମୟରେ ଏକ ୧୦ ଚକିଆ ଟ୍ରକ ଧକ୍କାରେ ୨ ଜଣ ସ୍କୁଟି ଆରୋହୀ କଲେଜ ଛାତ୍ରଙ୍କ ମଧ୍ୟରୁ ଘଟଣା ସ୍ଥଳରେ ଜଣେ ଛାତ୍ରଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣକୁ ଗୁରୁତର ଆହତ ଅବସ୍ଥାରେ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର ହୋଇଥିବା ଜଣାପଡିଛି । ଘଟଣାରୁ ପ୍ରକାଶ ଯେ ସଦର ଥାନା ଅନ୍ତର୍ଗତ ଭାଗବତପୁର ପଞ୍ଚାୟତ ପଟକୁରା ଗ୍ରାମର ବାବାଜୀ ସାହୁଙ୍କ ପୁଅ ଗୌତମାନନ୍ଦ ସାହୁ(୨୦) ଓ ତାଙ୍କର ଅନ୍ୟ ଜଣେ ସାଙ୍ଗ ଶରତ ଚନ୍ଦ୍ର ଦାସଙ୍କ ପୁଅ ଦେବଦତ ଦାସ(୧୮) ଗୁଲନଗର ହୋଟେଲ ମ୍ୟାନେଜମେଂଟ କଲେଜରୁ କ୍ଲାସ ସାରି ଏକ ସ୍କୁଟିରେ ଘରକୁ ଫେରୁଥିବା ବେଳେ କଟକ-ଚାନ୍ଦବାଲି ରାସ୍ତାର ଜମଧର ଛକ ନିକଟରେ ବୁଧବାର ଅପରାହ୍ନ ପ୍ରାୟ ୪ଟା ସମୟରେ ବିପରୀତ ଦିଗରୁ ଆସୁଥିବା ଏକ ୧୦ ଚକିଆ ଟ୍ରକ ( ନଂ-ଓଆର୦୫-ଏଏ୧୮୧୫) ସେମାନଙ୍କୁ ସମ୍ମୁଖ ଭାଗରୁ ଧକ୍କା ଦେବା ସହ ପ୍ରାୟ ଏକଶହ ମିଟର ସ୍କୁଟିକୁ ଘୋଷାରି ନେଇଥିଲା । ଫଳରେ ଗୌତମାନନ୍ଦର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିବା ବେଳେ ଦେବଦତତ୍ତ ଗୁରୁତର ଭାବେ ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ଗୁରୁତର ଦେବଦତତ୍ତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିିଥିଲେ । ତାର ଅବସ୍ଥା ସଂକଟାପନ୍ନ ହେବାରୁ ତାକୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ତେବେ ଏହି ଘଟଣାକୁ ନେଇ ସାଧାରଣରେ ପ୍ରବଳ ଉତେଜନା ଦେଖାଦେବାରୁ ଦୀର୍ଘ ସମୟ ଧରି ରାସ୍ତାରେ ଯାନବାହାନ ଅଟକି ରହିଥିଲା । ଖବରପାଇ ସଦର ଥାନା ପୋଲିସ ଘଟଣା ସ୍ଥଳରେ ପହଂଚି ଉତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିଥିଲେ । ଉତ୍ୟକ୍ତ ଲୋକଙ୍କୁ ବୁଝା ସୁଝା କରିବା ପରେ ସନ୍ଧ୍ୟା ପ୍ରାୟ ୬ଟା ସମୟରେ ଯାନବାହାନ ଚଳାଚଳ ଆରମ୍ଭ ହୋଇଥିଲା । ଉକ୍ତ ସ୍ଥାନରେ ବାରମ୍ବାର ଦୁର୍ଘଟଣା ଘଟି ଧନ ଜୀବନ ହାନି ହେଉଥିଲେ ମଧ୍ୟ ପରିବହନ କର୍ତୃପକ୍ଷ ଓ ପ୍ରଶାସନିକ ସ୍ତରରେ କୌଣସି ପଦକ୍ଷେପ ନିଆ ଯାଉନଥିବା ସ୍ଥାନୀୟ ଅଂଚଳବାସୀ ଅଭିଯୋଗ କରିଛନ୍ତି । ତେବେ ସଂପୃକ୍ତ ଟ୍ରକ ଡ୍ରାଇଭର ଅତ୍ୟଧିକ ମଦ୍ୟପାନ କରି ଗାଡି ଚଳାଉଥିବାରୁ ସଂପୂର୍ଣ୍ଣ ଡାହଣପଟକୁ ମାଡିଆସି ୨ ସ୍କୁଟି ଆରୋହୀ ଛାତ୍ରଙ୍କ ଉପରେ ଟ୍ରକ ଚଢାଇଦେଇଥିବା ପ୍ରତ୍ୟକ୍ଷଦର୍ଶୀଙ୍କ ଠାରୁ ସୂଚନା ମିଳିଛି । ଡାକ୍ତରଖାନା ସୁତ୍ରରୁ ମଧ୍ୟ ଟ୍ରକ ଡ୍ରାଇଭର ବିହାରର ହରେକୃଷ୍ଣ ରାୟ(୫୨) ଅତ୍ୟଧିକ ମଦ୍ୟପାନ କରିଥିବା ସୂଚନା ମିଳିଛି । ଦୂର୍ଘଟଣା ପରେ ଉତ୍ୟକ୍ତ ଲୋକଙ୍କ ଆକ୍ରମଣର ଶିକାର ହୋଇଥିବା ଟ୍ରକ ଡ୍ରାଇଭରକୁ ପୋଲିସ ଉଦ୍ଧାରକରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିବା ଜଣାପଡିଛି । ସଦର ପୋଲିସ ଦୁର୍ଘଟଣା ଘଟାଇ ଥିବା ଟ୍ରକକୁ ଜବତ କରିବା ସହିତ ୨୨୭/୧୯ରେ ଏକ ମାମଲା ରୁଜୁ କରି ଘଟଣାର ଅନୁସନ୍ଧାନ କରୁଥିବା ଥାନା ସୁତ୍ରରୁ ସୂଚନା ମିଳିିଛି । ଓଡ଼ିଶା ସମାଚାର

About admin

Check Also

ସଂକ୍ଷେପରେ ତାଜା ଖବର : ମୋଷ୍ଟ ୱାନଟେଡ଼୍ପିଏଲଏଫଆଇ ଏରିଆ କମାଣ୍ଡର ସୁଦାମା ସିଂହଗିରଫ  

ରାଉରକେଲା,୧୯/୦୯/୨୦୧୯(ଓଡ଼ିଶା ସମାଚାର)-ମୋଷ୍ଟ ୱାନଟେଡ଼୍ ପିଏଲଏଫଆଇ ଏରିଆ କମାଣ୍ଡର ସୁଦାମା ସିଂହ ଗିରଫ  । ବିସ୍ରା ରୁ ତାକୁ ଗିରଫ କରାଯାଇଛି …

Leave a Reply

Your email address will not be published. Required fields are marked *