Friday , February 28 2020
Breaking News
Home / ବିଶେଷ /   ଟେକାପଥର ମାଡ଼କରିବା ଘଟଣାରେ ପ୍ରତିଶୋଧ ପରାୟଣ ହେଲେ ମାଓବାଦୀ – ଘର ଓ ଗାଡ଼ି ପୋଡ଼ିଲେ , ଅପହରଣ କଲେ

  ଟେକାପଥର ମାଡ଼କରିବା ଘଟଣାରେ ପ୍ରତିଶୋଧ ପରାୟଣ ହେଲେ ମାଓବାଦୀ – ଘର ଓ ଗାଡ଼ି ପୋଡ଼ିଲେ , ଅପହରଣ କଲେ

ମାଲକାନଗିରି, ୨୬/୦୧/୨୦୨୦ (ଓଡ଼ିଶା ସମାଚାର)- ମାଲକାନଗିରି ଜିଲା ସ୍ୱାଭିମାନ ଅଞ୍ଚଳରେ ଶନିବାର ରାତିରେ ମାଓବାଦୀଙ୍କୁ କଡ଼ା ବିରୋଧ କରାଯାଇଛି। ଉକ୍ତ ଅଞ୍ଚଳର ଜନ୍ତୁରାଇ ଗାଁକୁ ୨୦ ରୁ ୨୫ ଜଣ ମାଓବାଦୀ ଆସି ଉନ୍ନୟନମୂଳକ କାର‌୍ୟ୍ୟକୁ ବିରୋଧ କରିବା ଲାଗି ଗ୍ରାମବାସୀଙ୍କୁ ଆଦେଶ ଦେଇଥିଲେ। ମାତ୍ର ଗ୍ରାମବାସୀ ଏହାର ବିରୋଧ କରିବା ଫଳରେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ପରେ ମାଓବାଦୀ ଗୁଳିଚାଳନା କରିବାରୁ ଗ୍ରାମବାସୀ ଟେକା ପଥର ମାଡ଼ କରିବା  ସହ ପାରମ୍ପରିକ ଅସ୍ତ୍ରଶସ୍ତ୍ରରେ ପାଲଟା ଆକ୍ରମଣ କରିଥିଲେ। ଘଟଣାସ୍ଥଳରେ ଜଣେ ମାଓବାଦୀଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଗ୍ରାମବାସୀ ହନ୍ତାଳଗୁଡ଼ା ବିଏସ୍ଏଫ କାର‌୍ୟ୍ୟାଳୟକୁ ହସ୍ତାନ୍ତର କରିଛନ୍ତି। ସେଠାରୁ ଗୁରୁତରଙ୍କୁ ଚିକିତ୍ସାଲାଗି ଜିଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିବା ବେଳେ ମୃତ ମାଓବାଦୀଙ୍କୁ ଏସପିଙ୍କ କାର‌୍ୟ୍ୟାଳୟକୁ ପଠାଯାଇଛି। ଅନ୍ୟପକ୍ଷରେ  ଜଣେ ମାଓବାଦୀଙ୍କ ମୃତ୍ୟୁ ଓ ଅନ୍ୟ ଜଣେ ଗୁରୁତର ହେବା ଘଟଣା ରେ ମାଓବାଦୀମାନେ ପ୍ରତିଶୋଧ ପରାୟଣ ହୋଇପଡ଼ିଛନ୍ତି ।  ୧୫ ଟି ଘର ଓ ୭ ଟି ବାଇକ୍ ରେ ନିଆଁ ଲଗାଇଦେବା ସହିତ ୩ ଜଣ ଙ୍କୁ ଅପହରଣ କରି ନେଇଛନ୍ତି ।  ଏହି ଘଟଣା ପରେ ଆଖପାଖ ୩ ଟି ଗାଁ ର ଗ୍ରାମବାସୀ ଏକାଠି ହୋଇ ପାରମ୍ପାରିକ ଅସ୍ତ୍ର ଶସ୍ତ୍ର ଧରି ମାଓବାଦୀଙ୍କ ମୁକାବିଲା  କରିବା ପାଇଁ ବାହାରିଛନ୍ତି । କେତେକ ଲୋକ ଭୟରେ ପୋଲିସ କ୍ୟାମ୍ପରେ ଆଶ୍ରୟ ନେଇଥିବାବେଳେ ସୁରକ୍ଷା କର୍ମୀ ପହଂଚିଛନ୍ତି । ଓଡ଼ିଶା ସମାଚାର

About admin

Check Also

ମାର୍ଚ୍ଚ ପହିଲାରୁ ଗାଡ଼ି ଯାଞ୍ଚ କଡ଼ାକଡ଼ି ହେବ

ଭୁବନେଶ୍ୱର ,୨୮/୦୨/୨୦୨୦ (ଓଡ଼ିଶା ସମାଚାର)- ଲୋକଙ୍କୁ ଯଥେଷ୍ଟ ସମୟ ଦିଆଯାଇଛି, ଆଉ ବହୁ ସଂଖ୍ୟାରେ ଲୋକେ ଇତିମଧ୍ୟରେ ନିଜ ଗାଡ଼ିର …

Leave a Reply

Your email address will not be published. Required fields are marked *