Saturday , January 25 2020
Breaking News
Home / ତାଜା ଖବର / ଟାଟାଏସି ଡ଼୍ରାଇଭର ରାସ୍ତା କଡ଼ରେ ଗାଡ଼ିରଖି ହୋଟେଲକୁ ଖାଇବାକୁ ଯାଉଥିବା ବେଳେ ଧକ୍କା ଦେଲା ପଲସର

ଟାଟାଏସି ଡ଼୍ରାଇଭର ରାସ୍ତା କଡ଼ରେ ଗାଡ଼ିରଖି ହୋଟେଲକୁ ଖାଇବାକୁ ଯାଉଥିବା ବେଳେ ଧକ୍କା ଦେଲା ପଲସର

ସାଲେପୁର, ୧୧/୧୧/୨୦୧୯(ଓଡ଼ିଶା ସମାଚାର/ ଅଭୟ ଜେନା ) -ଆଜି ଦିନ ପ୍ରାୟ ୨ଟା ସମୟରେ ଏକ ଟାଟା ଏସି ଡ୍ରାଇଭର ରାସ୍ତା କଡ଼ରେ ଗାଡ଼ି ରଖି ଅପର ପାଶ୍ୱର୍ରେ ଥିବା ଏକ ହୋଟେଲକୁ ଖାଇବାକୁ ଯାଉଥିବା ସମୟରେ କଟକରୁ ସାଲେପୁର ଅଭିମୁଖେ ଆସୁଥିବା ଏକ ପଲ୍ସର ଗାଡ଼ି ତାଙ୍କୁ ଧକ୍କା ଦେବା ଫଳରେ ଉଭୟ ଗୁରୁତର ଆହତ ହୋଇ ରାସ୍ତା ଉପରେ ପଡିରହିଥିଲେ । ସ୍ଥାନୀୟ ଲୋକେ ଉଭୟଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ କଟକ ବଡ଼ ମେଡ଼ିକାଲକୁ ୧୦୮ ଆମ୍ବୁଲାନ୍ସ ଯୋଗେ ପଠାଇଥିବା ଜଣାଯାଇଛି । ଖବର ପାଇ ସାଲେପୁର ପୋଲିସ ଘଟଣାସ୍ଥଳରେ ପହଂଚି ବାଇକ୍ ଓ ପିକଅପ୍ ଭ୍ୟାନକୁ ଜବତ କରି ଥାନାକୁ ଆଣିଛି । ଖବରରୁ ପ୍ରକାଶ ଯେ କଟକ-ସାଲେପୁର ରାସ୍ତାର ଭାତପଡ଼ା ସିମେଂଟ ଇଟା ଫ୍ୟାକ୍ଟ୍ରି ନିକଟରେ ଏକ ଟାଟା ଏସି ନଂଓ.ଡି.୦୫କ୍ୁ୍ୟ ୩୫୯୨ ଗାଡ଼ିଟିକୁ ଚାଳକ ରାସ୍ତା ପାଶ୍ୱର୍ରେ ରଖି ବିପରୀତ ପାଶ୍ୱର୍ରେ ଥିବା ଏକ ହୋଟେଲକୁ ଖାଇବାକୁ ଯାଉଥିବା ସମୟରେ କଟକରୁ ସାଲେପୁରକୁ ଦ୍ରୁତ ଗତିରେ ଆସୁଥିବା ପଲ୍ସର ଗାଡ଼ି ନଂ-ଓ.ଡି.୦୪ଏଲ୍ ୭୫୫୮ ମୋଟରସାଇକେଲ୍ଟି ଟାଟା ଏସି ଡ୍ରାଇଭର ସହ ଧକ୍କା ହେବାରୁ ଉଭୟ ରାସ୍ତା ଉପରେ ରକ୍ତାକ୍ତ ଅବସ୍ଥାରେ ପଡିରହିଥିଲେ । ସ୍ଥାନୀୟ ଲୋକେ ଉଭୟଙ୍କୁ ଗୁରୁତର ଆହତ ଅବସ୍ଥାରେ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ଚିକିତ୍ସା ନିମନ୍ତେ କଟକ ବଡ଼ ମେଡ଼ିକାଲକୁ ପଠାଇଛନ୍ତି । ଉଭୟଙ୍କ ଅବସ୍ଥା ସଂକଟାପନ୍ନ ଥିବା ଜଣାଯାଇଛି । ପଲ୍ସର ଗାଡ଼ି ଚାଳକଙ୍କ ଘର ଚନ୍ଦ୍ରାଦେଇପୁର ଗ୍ରାମରେ ହୋଇଥିବାବେଳେ ତାଙ୍କର ନାମ ଭବାନୀଶଙ୍କର ରଣା(୩୫) ଓ ଟାଟା ଏସି.ଚାଳକଙ୍କ ଘର ଆଠଗଡ଼ କଖଡ଼ି ଅଂଚଳର କାଳିଆ ବେଦାନ୍ତ(୪୫) ବୋଲି ଜଣାଯାଇଛି । ଓଡ଼ିଶା ସମାଚାର

About admin

Check Also

ପି.ସି.ବିଦ୍ୟା ମନ୍ଦିର ୧୯୯୫ ବ୍ୟାଚର ବନ୍ଧୁମିଳନ: ଗୁରୁ ଓ ବରିଷ୍ଠ ନାଗରିକଙ୍କୁ ସମ୍ବର୍ଦ୍ଧନା

ରଘୁନାଥପୁର, ୨୪/୦୧/୨୦୨୦ (ଓଡ଼ିଶା ସମାଚାର)- ରଘୁନାଥପୁର ପୂର୍ଣ୍ଣଚନ୍ଦ୍ର ବିଦ୍ୟା ମନ୍ଦିରର ୧୯୯୫ ବ୍ୟାଚର ବନ୍ଧୁ ମିଳନ ଉତ୍ସବରେ ଶିକ୍ଷକ ଓ …

Leave a Reply

Your email address will not be published. Required fields are marked *