Wednesday , December 11 2019
Home / ବିଶେଷ /  ଜୟପୁରରେ ଜିଲାପାଳଙ୍କ ଅଭିଯୋଗ ଶୁଣାଣି

 ଜୟପୁରରେ ଜିଲାପାଳଙ୍କ ଅଭିଯୋଗ ଶୁଣାଣି

ଜୟପୁର, ୨୦/୧୧/୨୦୧୯(ଓଡ଼ିଶା ସମାଚାର)- ସ୍ଥାନୀୟ ଉପଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜିଲାପାଳ ମଧୁସୂଦନ ମିଶ୍ର ଉପସ୍ଥିତ ରହି ଅଭିଯୋଗ ଶୁଣାଣି କରିଥିଲେ । ଏହି ଶୁଣାଣିରେ ମୋଟ ୪୬ ମାମଲାର ଶୁଣାଣି ହୋଇଥିବା ବେଳେ ଏଥିରେ ୫ଟି ଗୋଷ୍ଠୀଗତ ଅଭିଯୋଗ ସାମିଲ ରହିଛି । ଏହି ଶୁଣାଣିରେ ଭିନ୍ନକ୍ଷମଙ୍କୁ ସରକାର ଙ୍କ ପକ୍ଷରୁ ଜାଗା ଦିଆଯିବାକୁ କହିଥିବା ବେଳେ ଏ ପର୍ଯ୍ୟନ୍ତ ତାଙ୍କୁ ମିଳିନଥିବା ନେଇ ଆଜି ଜିଲାପାଳଙ୍କୁ ତାଙ୍କ ଗୁହାରି କରିଥିଲେ । ଏଥିସହ ଜୟନଗରର ମନୋଜକୁମାର ପାଣିଗ୍ରାହୀ ସେ ଜଣେ ଭିନ୍ନକ୍ଷମ ହୋଇଥିଲେ ସୁଧା ତାଙ୍କୁ ସରକାରଙ୍କ ତରଫରୁ ସାଇକଲ୍ କି ଅନ୍ୟ କୌଣସି ସୁବିଧା ମିଳୁ ନ ଥିବା ନେଇ ଅଭିଯୋଗ କରିଥିଲେ । ତାଙ୍କ ସହ ଖ୍ରୀଷ୍ଟିଆନପେଟାର ସୁଦିନ ନାଗ କିଛି ବର୍ଷହେବ ଅସୁ୍ସ୍ଥ ହେତୁ ତାଙ୍କ ହାତ ଓ ଗୋଡ କାମ କରୁନଥିବା ହେତୁ ଭିନ୍ନକ୍ଷମ ପ୍ରମାଣପତ୍ର ପାଇଁ ବିଭିନ୍ନ ସମୟରେ ଆବେଦନ କରିଥିଲେ ବି ତାଙ୍କୁ ଏହି ପ୍ରମାଣପତ୍ର ପ୍ରଦାନ କରାଯାଉନଥିବା ଅଭିଯୋଗ କରିଥିଲେ । ଯେଉଁଥିପାଇଁ ସେ ସରକାରଙ୍କ ସୁବିଧା ସୁଯୋଗ ସହ ପେନସନ୍ ନପାଇଁ ବହୁ ହଇରାଣରେ ଚଳୁଥିବା ନେଇ   ଜିଲାପାଳଙ୍କୁ ଜଣାଇଥିଲେ । ଜିଲାପାଳ ଅଭିଯୋଗ ଶୁଣି ସମ୍ପୃକ୍ତ ବିଭାଗ ଏ ଦିଗରେ ଶୀଘ୍ର କାର୍ଯ୍ୟ କରିବ ବୋଲି ପ୍ରତିଶ୍ରୁତି ଦେଇଥିବା ଜଣାଯାଇଛି । ଏହି ଅଭିଯୋଗ ଶୁଣାଣିରେ ଏସପି ମୁକେଶ କୁମାର ଭାମୁ, ଉପଜିଲାପାଳ ଲୋକନାଥ ଦଳବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

ଘରଡିହ ଓ ଜମି ପଟ୍ଟାରୁ ହଟିବ”ଏହା ହସ୍ତାନ୍ତର ଯୋଗ୍ୟ ନୁହେଁ

ଜୟପୁର ବାସୀଙ୍କୁ ମିଳିଥିବା ଘରଡିହ ଓ ଜମି ପଟ୍ଟନାରେ ଲେଖା ହୋଇଥିବା “ଏହି ଜମି ହସ୍ତାନ୍ତର ଯୋଗ୍ୟ ନୁହେଁ\’ ହଟାଇବାକୁ ବିଭିନ୍ନ ସମୟରେ ଦାବି ହୋଇଛି । ଏ ନେଇ ସରକାର ତହସିଲ୍ ଅଫିସକୁ ଏହି ହସ୍ତାନ୍ତର ଯୋଗ୍ୟ ନୁହେଁ ହଟାଇବାକୁ ନିର୍ଦେଶ ଦେଇଥିବା ସତ୍ୱେ ଏହାକୁ କାର୍ଯ୍ୟକାରୀ କରାଯାଉନଥିବା ନେଇ ଜିଲାପାଳଙ୍କ ନିକଟରେ  ଅଭିଯୋଗ କରାଯାଇଥିଲା । ଏହାକୁ ଗୁରୁତ୍ୱଦେଇ ଜିଲାପାଳ ତହସିଲଦାରଙ୍କୁ ଏହା ପଟ୍ଟାରୁ ହସ୍ତାନ୍ତର ଯୋଗ୍ୟ ନୁହେଁ ହଟାଇବା ନେଇ ଜମି ମାଲିକଙ୍କୁ ଠାରୁ ଆବେଦନ ଆଣି ଏହାକୁ ଶୀଘ୍ର କାର୍ଯ୍ୟକାରୀ କରିବାକୁ ଆଦେଶ ଦେଇଛନ୍ତି । ଓଡ଼ିଶା ସମାଚାର

About admin

Check Also

ଜିଲ୍ଲାରେ ପ୍ରବାସୀ ଶ୍ରମିକ ସହାୟକ ଓ ସାଧନ କେନ୍ଦ୍ର  ଉଦଘାଟିତ

୨ ମାସ ଭିତରେ ଜିଲ୍ଲାର ୧ ଲକ୍ଷ ପାଣି ପାଇପ ମିସ୍ତ୍ରୀଙ୍କ ପଞ୍ଜୀକରଣ ହେବ-ମନ୍ତ୍ରୀ  କେନ୍ଦ୍ରାପଡା,୧୦/୧୨/୨୦୧୯(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ଜିଲ୍ଲାରେ ପ୍ରବାସୀ …

Leave a Reply

Your email address will not be published. Required fields are marked *