Thursday , September 19 2019
Breaking News
Home / ଶିକ୍ଷା / ଜୟପାଟଣା ଶିଶୁମନ୍ଦିରରେ ଜିଲ୍ଲାସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ

ଜୟପାଟଣା ଶିଶୁମନ୍ଦିରରେ ଜିଲ୍ଲାସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ

କଳାହାଣ୍ଡି, ୦୭/୦୯/୨୦୧୯(ଓଡ଼ିଶା ସମାଚାର/ ସଂଜୟ କୁମାର ସିଂହ)- କଳାହାଣ୍ଡିଜିଲ୍ଲା ଜୟପାଟଣା ଶିଶୁ ବିଦ୍ୟାମନ୍ଦିରରେ ଜିଲ୍ଲାସ୍ତରୀୟ ଜ୍ଞାନବିଜ୍ଞାନ ମେଳା ଅନୁଷ୍ଠିତ ହୋଇ ଯାଇଛି । ଏହି ଜ୍ଞାନବିଜ୍ଞାନ ମେଳା ମୁଖ୍ୟଅତିଥି ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ରାଉତଙ୍କ କରକମଳରେ ଉଦ୍ଘାଟିତ ହୋଇଥିବା ବେଲେ ମୁଖ୍ୟବକ୍ତା ଭାବରେ ଶ୍ରୀଯୁକ୍ତ ପରମାନନ୍ଦ ପଟେଲ ଯୋଗ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ କଳାହାଣ୍ଡି ବିଭାଗ ନୀରିକ୍ଷକ ଶ୍ରୀଯୁକ୍ତ ଜିତେନ୍ଦ୍ର କୁମାର ପଣ୍ଡା, ବିଭାଗ ପ୍ରମୁଖ ଶ୍ରୀଯୁକ୍ତ ଗରିବ ସୁନାନୀ ଓ ବିଦ୍ୟାଳୟର ସମ୍ପାଦକ ଶ୍ରୀଯୁକ୍ତ ସୀତାରାମ ନାଏକ ଉପସ୍ଥିତ ଥିଲେ । ପ୍ରଧାନ ଆଚାର୍ଯ୍ୟ ଶ୍ରୀ ମନୋଜ କୁମାର ମୁଣ୍ଡ ଅତିଥି ପରିଚୟ ପ୍ରଦାନ କରିଥିଲେ । କଳାହାଣ୍ଡି ଜିଲ୍ଲାର ଚାରିଟି ସଂକୁଳର ଛାତ୍ରଛାତ୍ରୀ ଏହି ବିଜ୍ଞାନ ମେଳାରେ ଭାଗ ନେଇଥିଲେ । ଉକ୍ତ ବିଜ୍ଞାନମେଳାରେ ବିଜ୍ଞାନ ପ୍ରକଳ୍ପ ୩୪ଟି, ପ୍ରଶ୍ନମଂଚ, ବିଜ୍ଞାନ, ସଂସ୍କୃତିଜ୍ଞାନ, ବୈଦିକଗଣିତ, ପତ୍ରବାଚନ- ବିଜ୍ଞାନ, ଗଣିତ, ସଂସ୍କୃତିଜ୍ଞାନ, ପ୍ରୟୋଗ- ଗଣିତ, ବିଜ୍ଞାନ ଏବଂ ଗଚ୍ଚିତ ଚାର୍ଟ ପ୍ରଦର୍ଶନ ଇତ୍ୟାଦି କାର୍ଯ୍ୟକ୍ରମ ଅନୁଷ୍ଠିତହୋଇଯାଇଛି । ଆଜିଏହି ଅବସରରେ ପ୍ରାନ୍ତ ପରୀକ୍ଷା ପ୍ରମୁଖଶ୍ରୀଯୁକ୍ତ ଅଶ୍ୱିନ କୁମାର ନାଏକ ଉପସ୍ଥିତ ଥିଲେ । ବିଭାଗ ଦ୍ୱାରା ପ୍ରଥମ ପୁରସ୍କାର ବିଜେତା ସଂଭାଗ ସ୍ତରୀୟ ଜ୍ଞାନବିଜ୍ଞାନ ମେଳାରେ ଭାଗନେବେ, ସଂଭାଗରେ ପ୍ରଥମ ପୁରସ୍କାର ବିଜେତା ପ୍ରାନ୍ତ ଜ୍ଞାନବିଜ୍ଞାନ ମେଳାରେ ଭାଗନେବେ ଓ ପ୍ରାନ୍ତ ଜ୍ଞାନବିଜ୍ଞାନ ମେଳାର ପ୍ରଥମ ପୁରସ୍କାର ବିଜେତା ଅଖିଳଭାରତୀୟ ଜ୍ଞାନବିଜ୍ଞାନ ମେଳାରେ ଭାଗନେବେବୋଲି ନୀରିକ୍ଷକ ସୂଚନା ଦେଇଛନ୍ତି । ଓଡ଼ିଶା ସମାଚାର

About admin

Check Also

ଅନ୍ତେଶ୍ୱର ନୋଡ଼ାଲ ଉଚ୍ଚ ବିଦ୍ୟାଳୟରେ ତାଲା ପକାଇଲେ ଛାତ୍ରଛାତ୍ରୀ

ନିଶ୍ଚିନ୍ତକୋଇଲି, ୧୭/୦୯/୨୦୧୯( ଓଡ଼ିଶା ସମାଚାର/ ଅଭୟ ଜେନା): ନିଶ୍ଚିନ୍ତକୋଇଲି ବ୍ଲକ୍ ଅନ୍ତର୍ଗତ ଲେଣ୍ଡୁରା ଭଗବାନପୁର ଅନ୍ତେଶ୍ୱର ନୋଡ଼ାଲ ଉଚ୍ଚ ବିଦ୍ୟାଳୟର …

Leave a Reply

Your email address will not be published. Required fields are marked *