Thursday , September 19 2019
Breaking News
Home / ଶିକ୍ଷା / ଜୟଦେବ ଭବନରେ ରାଜ୍ୟସ୍ତରୀୟ ଜାତୀୟ ଗ୍ରନ୍ଥାଗାରିକ ଦିବସ ପାଳିତ

ଜୟଦେବ ଭବନରେ ରାଜ୍ୟସ୍ତରୀୟ ଜାତୀୟ ଗ୍ରନ୍ଥାଗାରିକ ଦିବସ ପାଳିତ

ଭୁବନେଶ୍ୱର , ୧୩/୦୮/୨୦୧୯(ଓଡ଼ିଶା ସମାଚାର)-ଶିକ୍ଷା ହିଁ ସମାଜର ଆଲୋକବର୍ତିକା ଯାହାର ପ୍ରଗତି ନିମନ୍ତେ ପାଠାଗାର ର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ଆଜି ରାଜ୍ୟ ସୂଚନା ଭବନରେ ପାଠାଗାର ଆନ୍ଦୋଳନର ଜନକ ଡଃ ଏସ୍,ଆର , ରଙ୍ଗନାଥନ୍ ଜୟନ୍ତୀ ଉତ୍ସବ ତଥା ରାଜ୍ୟ ମହାବିଦ୍ୟାଳୟ ଗ୍ରନ୍ଥାଗାରିକ ସଂଘ ଦ୍ୱାରା ଆୟୋଜିତ ରାଜ୍ୟସ୍ତରୀୟ ଜାତୀୟ ଗ୍ରନ୍ଥାଗାରିକ ଦିବସ ପାଳନ ଅବସରରେ ମୁଖ୍ୟଅତିଥିଭାବରେ ଯୋଗଦେଇ ରାଜ୍ୟ ଉଚ୍ଚଶିକ୍ଷାମନ୍ତ୍ରୀ ଡଃ ଅରୁଣ କୁମାର ସାହୁ ଏହା ପ୍ରକାଶ କରିଛନ୍ତି । ଭୁବନେଶ୍ୱର ମଧ୍ୟ ବିଧାୟକ ତଥା ସଂଘର ସଭାପତି ଅନନ୍ତ ନାରାୟଣ ଜେନା ଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟବକ୍ତା ଭାବରେ ଅବସରପ୍ରାପ୍ତ ଗ୍ରନ୍ଥାଗାରିକ ତଥା ପରମଭୂଷଣ ଡଃ ବନବିହାରୀ ଶୁକ୍ଳା , ସମ୍ମାନୀତ ଅତିଥିଭାବରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ , ଓୟୁଏଟି ମୁଖ୍ୟ ଗ୍ରନ୍ଥାଗାରିକ ରବିନ୍ଦ୍ର କୁମାର ମହାପାତ୍ର ଓ ସଂଘର ପ୍ରତିଷ୍ଠାତା ଓ ପୂର୍ବତନ ସଂପାଦକ ଅର୍ଜ୍ଜୁନ କୁମାର ଜେନା, ପି.ଏନ କଲେଜ ଅଫ୍ ଲାଇବ୍ରେରୀ ସାଇନସର ଅଧ୍ୟକ୍ଷ ଲଲାଟେନ୍ଦୁ କେଶରୀ ଭୋଳ, ପ୍ରମୁଖ ଯୋଗଦେଇ ଜାତୀୟ ଗ୍ରନ୍ଥାଗାରିକ ଦିବସର ତାର୍ତ୍ପର୍ଯ୍ୟ ଓ ଗ୍ରନ୍ଥାଗାର ବିଜ୍ଞାନର ଜନକ ଡଃ ଏସ,ଆର. ଋଙ୍ଗନାଥନଙ୍କ ଅବଦାନ ଉପରେ ଆଲୋକପାତକରିବା ସହ ଗ୍ରନ୍ଥାଗାରର ବିକାଶପ୍ରତି ଯତ୍ନଶୀଳ ହୋଇ ପାଠକ ମାନଙ୍କର ନିକଟତର ହେବାକୁ ଗ୍ରନ୍ଥାଗାରିକ ମାନଙ୍କୁ ଆହ୍ୱାନ ଦେଇଥିଲେ । ଏହି ଅବସରରେ ମନ୍ତ୍ରୀ ଶ୍ରୀଯୁକ୍ତ ସାହୁ ଓ ଶ୍ରୀଯୁକ୍ତ ଦାଶ ସଂଘର ସ୍ମରଣିକା ଉନ୍ମୋଚନ କରି ଗ୍ରନ୍ଥାଗାରିକ ମାନଙ୍କ ବିଭିନ୍ନ ସମସ୍ୟା ପ୍ରତି ସଚେତନ ଓ ଏହାର ସମାଧାନ ପାଇଁ ପ୍ରତିଶୃତିବଦ୍ଧ ବୋଲି ପ୍ରକାଶ କରିଥିଲେ । ବିଭିନ୍ନ ମହାବିଦ୍ୟାଳୟର ସେବାନିବୃତ ଓ ସେବାରତ ବିଶିଷ୍ଟ ଲାଇବ୍ରେରୀଆନ ମାନଙ୍କୁ ଅତିଥିମାନଙ୍କ ଦ୍ୱାରା ମାନପତ୍ର ଓ ଉପଢୈାକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ସଂଘର କାର୍ଯ୍ୟକାରୀ ସଭାପତି ହୃଷିକେଶ ମିଶ୍ର ଅତିଥିମାନଙ୍କୁ ଆମନ୍ତ୍ରଣ କରିଥିବାବେଳେ ନନ୍ଦ କିଶୋର ଧୀର ଅତିଥି ପରିଚୟ ପ୍ରଦାନକରିଥିଲେ । ମୁଖ୍ୟ ଅତିଥିଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ଜଳନ ସହ ସଂପାଦକ ପ୍ରଦୀପ୍ତକୁମାର ସାହୁଙ୍କ ଦ୍ୱାରା ସଂପାଦକୀୟ ବିବରଣୀ ପାଠ କରାଯାଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ସହ-ସଂପାଦକ କୃଷ୍ଣ ଚନ୍ଦ୍ର ପ୍ରଧାନ, ଆଦିତ୍ୟ କୁମାର ମିଶ୍ର, ଶିବଚରଣ ସାହୁ, ସୁଶାନ୍ତ କୁମାର ରାଉତ, ଦୀନବଂଧୁ ପରିଡା , ବିଜୟ ଧଳ , ଲଲାଟ କିଶୋର ମହାନ୍ତି. ହିମାଂଶୁ ଭୂଷଣ ଚମ୍ପତିରାୟ , ଦେବବ୍ରତ ସାମଲ , ଘନଶ୍ୟାମ ବେହେରା, ଡଃ ମହେନ୍ଦ୍ର କୁମାର ବିଶ୍ୱାଳ, ଅଭିମନ୍ୟୁ ସାମଲ, ସସ୍ମିତା ନାୟକ, ଓ ଭବେଶନାୟକ ପ୍ରମୁଖ ସହଯୋଗ କରିଥିଲୋ । ଶେଷରେ ଶାଶ୍ୱତ ରଂଜନ ପ୍ରଧାନ ଧନ୍ୟବାଦ ପ୍ରଦାନ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ଅନ୍ତେଶ୍ୱର ନୋଡ଼ାଲ ଉଚ୍ଚ ବିଦ୍ୟାଳୟରେ ତାଲା ପକାଇଲେ ଛାତ୍ରଛାତ୍ରୀ

ନିଶ୍ଚିନ୍ତକୋଇଲି, ୧୭/୦୯/୨୦୧୯( ଓଡ଼ିଶା ସମାଚାର/ ଅଭୟ ଜେନା): ନିଶ୍ଚିନ୍ତକୋଇଲି ବ୍ଲକ୍ ଅନ୍ତର୍ଗତ ଲେଣ୍ଡୁରା ଭଗବାନପୁର ଅନ୍ତେଶ୍ୱର ନୋଡ଼ାଲ ଉଚ୍ଚ ବିଦ୍ୟାଳୟର …

Leave a Reply

Your email address will not be published. Required fields are marked *