Thursday , September 19 2019
Breaking News
Home / କୃଷି / ଜୈବିକ ପଦ୍ଧତିରେ ଚାଷ ପ୍ରଶିକ୍ଷଣ

ଜୈବିକ ପଦ୍ଧତିରେ ଚାଷ ପ୍ରଶିକ୍ଷଣ

କୋରାପୁଟ, ୧୩/୦୮/୨୦୧୯(ଓଡ଼ିଶା ସମାଚାର)- କୋରାପୁଟ ଜିଲା ଦଶମନ୍ତପୁର ବ୍ଲକରେ ଆଦିବାସୀଙ୍କୁ ଜୈବିକ ପଦ୍ଧତିରେ ଚାଷ ପ୍ରଶିକ୍ଷଣ ପ୍ରଦାନ ପୂର୍ବକ ସେମାନଙ୍କୁ ଆର୍ଥିକ ସଶକ୍ତ ହେବାରେ ସହାଯ୍ୟ କରାଯାଉଛି । ଚଳିତ ବର୍ଷ ଓଟିଏଲପି ପ୍ଲସ ଓ ସିୱାଇଏସଡି ସଂସ୍ଥା, କୋରାପୁଟ ସହାୟତାରେ ୧୦୮୮୦ କେଜି ଖମ୍ବଆଳୁ ଓ ଜୈବିକ ସାର ଉକ୍ତ ବ୍ଲକର କର୍ତାସ ଜାନିଗୁଡା ଗ୍ରାମର ୨୩ଜଣ ପରିବାରଙ୍କୁ ପ୍ରଦାନ କରାଯାଇଛି । ସହାୟତା ପାଇ ସେମାନେ ୧୦ ହେକ୍ଟର ଜମିରେ ଖମ୍ବଆଳୁ ଚାଷ କରିଛନ୍ତି । ତେବେ ଅନୁଷ୍ଠାନର ବିଶାରଦମାନେ ଦୈନିକ ପରିଦର୍ଶନ କରି ଚାଷୀମାନଙ୍କୁ ଚାଷ କ୍ଷେତ୍ରରେ ଜ୍ଞାନକୈଶଳ ଯୋଗାଉଛନ୍ତି । ସିୱାଇଏସଡି ଅନୁଷ୍ଠାନର ସନ୍ତୋଷ ଦାସ ପ୍ରତି ୧୫ ଦିନରେ ଚାଷୀଙ୍କ ସହ ବୈଠକ କରିବା ସହ ଚାଷ ଜମି ପରିଦର୍ଶନ କରି ଚାଷର ଉନ୍ନତି ପାଇଁ ଚାଷୀଙ୍କୁ ପ୍ରଶିକ୍ଷଣ ପ୍ରଦାନ କରୁଛନ୍ତି । ଏଥିରେ ଭିଡିସିର ରତନ ଜାନୀ ମଧ୍ୟ ସହଯୋଗ କରୁଥିବା ଜଣାଯାଇଛି । ଓଡ଼ିଶା ସମାଚାର

About admin

Check Also

ଓମଫେଡ଼ ସଭାପତି ଭାବେ ନିଜକୁ ପ୍ରଚାର କରୁଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ନିନ୍ଦା ପ୍ରସ୍ତାବ

ଜଗତସିଂହପୁର,୧୩/୦୯/୨୦୧୯(ଓଡ଼ିଶା ସମାଚାର)- ବିଭିନ୍ନ ସଭା ସମିତି ତଥା ଗଣ ମାଧ୍ୟମରେ ନିଜକୁ ଓମଫେଡ଼ ସଭାପତି ଭାବେ ପରିଚୟ ଦେଉଥିବା ଜନୈକ …

Leave a Reply

Your email address will not be published. Required fields are marked *