Friday , October 18 2019
Breaking News
Home / ବ୍ୟବସାୟ ବାଣିଜ୍ୟ / ଜେଏସପିଏଲ ଦ୍ୱାରା ଇଞ୍ଜିନିୟର୍ସ ଦିବସ ପାଳିତ

ଜେଏସପିଏଲ ଦ୍ୱାରା ଇଞ୍ଜିନିୟର୍ସ ଦିବସ ପାଳିତ

ଅନୁଗୋଳ, ୧୮/୦୯/୨୦୧୯(ଓଡ଼ିଶା ସମାଚାର)- ଜେଏସପିଏଲ ପରିସରରେ ଇଂଜିନିୟର୍ସ ଦିବସ – ୨୦୧୯, ଯାହାକି ଭାରତ ରତ୍ନ ତଥା ପ୍ରଖ୍ୟାତ ଇଂଜିନିୟର ଡଃ. ମୋକ୍ଷଗୁଣ୍ଡମ ବିଶ୍ଚେସ୍ୱରେୟାଙ୍କ ଜନ୍ମ ବାର୍ଷିକୀ ଅବସରରେ ପାଳିତ ହୋଇଯାଇଅଛି  । ଏହି ଅବସରରେ ଶତାଧିକ ଇଂଜିନିୟର ସେମାନଙ୍କର ନୂତନ ଇଂଜିନିୟରିଙ୍ଗ କଳା କୌଶଳ ତଥା ନୂତନ ଚିନ୍ତାଧାରା ଦୁଇ ଦିନ ବ୍ୟାପୀ ଅନୁଷ୍ଠିତ ହୋଇଥିବା ଇଂଜିନିୟର୍ସ ଦିବସ -୨୦୧୯ରେ ପ୍ରଦର୍ଶିତ କରିଥିଲେ  । ଏହି କାର୍ଯ୍ୟକ୍ରମରେ ଜେଏସପିଏଲର ମୁଖ୍ୟ ପରିଚାଳନା ଅଧିକାରୀ- ଓଡିଶା, ପଙ୍କଜ ଗୌତମ, ର୍ନିବାହୀ ନିର୍ଦ୍ଧେଶକ – ମେସଟେନାନୟସ, ସୁରେଶ କୁମାର, ଇ୍ଳାତ ନିମ’ାଣ ମୁଖ୍ୟ,ଶ୍ରୀ ଦାମୋଦର ମଶଲଲ ଏବଂ ଅନ୍ୟାନ୍ୟ ବିଭାଗୀୟ ମୁଖ୍ୟ ତଥା ହଜାର ହଜାର ସଂଖ୍ୟାରେ କର୍ମଚାରୀ ଯୋଗ ଦେବା ସହ ପ୍ରଖ୍ୟାତ ଇଂଜିନିୟର ତଥା ଭାରତ ରତ୍ନ ଡଃ. ମୋକ୍ଷଗୁଣ୍ଡମ ବିଶ୍ୱେସ୍ରେୟାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ  । ଏହି ଭବ୍ୟ କାର୍ଯ୍ୟକ୍ରମରେ ଯୋଗଦାନ କରି ଶ୍ରୀ ପଙ୍କଜ ଗୌତମ,”ଆଜିର ଦିବସ ହେଉଛି ଭାରତ ରତ୍ନ ତଥା ରାଷ୍ଟ୍ରନାୟକ,ପ୍ରଖ୍ୟାତ ଇଂଜିନିୟର ଡଃ. ମୋକ୍ଷଗୁଣ୍ଡମ ବିଶ୍ୱେସ୍ୱରେୟାଙ୍କ ରାଷ୍ଟ୍ରରଜଳ ସଂପଦର ସୁବିନିଯୋଗ ପାଇଁ କରିଯାଇଥିବା ଡ୍ୟାମ, ଯାହାକି କୃଷିର ଉନ୍ନତି କରିବା ସେଙ୍ଗ ସେଙ୍ଗ ବନ୍ୟା ନିୟନ୍ତ୍ରଣ ହେଇ ପାରୁଛି ଏବଂ ତତଫଳରେ ବହୁ ମୂଲ୍ୟ ଜୀବନ ରକ୍ଷା ହେଇପାରୁଛି ବୋଲି ପ୍ରକାଶ କରିଥିଲେ  । ଏହି ଉପଲକ୍ଷେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ ଜେଏସପିଏଲ ଅନୁଗୋଳରେ କାର୍ଯ୍ୟରତ ଶତାଧିକ ଇଂଜିନିୟରମାନେ ଅଂଶ ଗ୍ରହଣ କରିଥିଲେ  । ଏଥିରେ ମୁଖ୍ୟତଃ ରୁବିକ କିଊବ ଚାଲେଞ୍ଜ, ଡିବେଟ, ହକ୍ଷନୋଇ ପ୍ରତିଯୋଗିତା, କୁଇଜ ଇତ୍ୟାଦି ପ୍ରତିଯୋଗିତା ହୋଇଥିବା ସହ ଡଃ. ମୋକ୍ଷଗୁଣ୍ଡମ ବିଶ୍ୱେସ୍ରେୟାଙ୍କ ସ୍ମୃତିରେ ଜନ୍ମ ଦିନ କେକ କଟା ଯାଇଥିଲା  । ପରିଶେଷରେ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଭାଗୀମାନଙ୍କୁ ପୁରସ୍କୃତ କରଯାଇଥିଲା  । ଏହି ଅବସରରେ ସୁରେଶ କୁମାର ସମସ୍ତ ପ୍ରତିଭାଗୀମାନଙ୍କୁ ପ୍ରଶଂସା କରିବା ସହ ଇଂଜିନିୟରମାନଙ୍କର ନୂତନ ଚିନ୍ତାଧାରା ଏବଂ କାର୍ଯ୍ୟଶୈଳୀକୁ ଭୂୟସୀ ପ୍ରଶଂସା କରିଥିଲେ  । ଜେଏସପିଏଲର ଅନ୍ୟତମ ବରିଷ୍ଠ ଅଧିକାରୀ ତଥା ଦୀର୍ଘ ୨୫ ବର୍ଷରୁ ଊଦ୍ଧ୍ୱର୍ ସମୟ ଧରି ଜେଏସପିଏଲରେ କାର୍ଯ୍ୟରତ ଦାମୋଦର ମିତଲ ନିଜର ବ୍ୟକ୍ତିିଗତ ଅନୁଭୂତି ତଥା ଇଂଜିନିୟର୍ସ ଦିବସ – ୨୦୧୯ ର ବିଶେଷତ୍ୱ ଉପରେ ଆଲୋକପାତ କରିଥିଲେ  । ଏହି ଉପଲକ୍ଷେ ଜେଏସପିଏଲର ୨୦୧୮-୧୯ ବର୍ଷର “ଏକଜିକ୍ୟୁଟିଭ ଅଫ ଦି ଇୟର’ଏବଂ ଆନ୍ତରିକ ପ୍ରଶିକ୍ଷକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା  । ଜେଏସପିଏଲ ମାନବ ସଂବଳ ବିଭାଗ ମୁଖ୍ୟ ଆଲୋକ ମାଲହୋତ୍ରାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସଫଳତାର ସହ ଆୟୋଜିତ ହୋଇଥିବା ଏହି ଇଂଜିନିୟର୍ସ ଦିବସ – ୨୦୧୯ରେ ଅନ୍ୟାନ୍ୟ ବିଭାଗ ମଧ୍ୟସହାୟତା ପ୍ରଦାନ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ଇ-ବାଇକ୍  ବିକ୍ରୟ କେନ୍ଦ୍ର ଉଦଘାଟିତ 

ଗରଦପୁର,୧୪/୧୦/୨୦୧୯ (ଓଡ଼ିଶା ସମାଚାର)-ଗରଦପୁର ବଜାରରେ ଏକ ଇ-ବାଇକ୍ ବିକ୍ରୟ କେନ୍ଦ୍ର ଆଜି ଉଦଘାଟିତ ହୋଇଯାଇଛି ।  ଏହି ଉତ୍ସବରେ ମୁଖ୍ୟ …

Leave a Reply

Your email address will not be published. Required fields are marked *