Monday , February 24 2020
Home / ଶିକ୍ଷା / ଜୁପିଟର୍ ଗ୍ରୁପ୍ ଅଫ୍ ଇନ୍‌ଷ୍ଟିଚ୍ୟୁସନ୍ ପୁରସ୍କୃତ

ଜୁପିଟର୍ ଗ୍ରୁପ୍ ଅଫ୍ ଇନ୍‌ଷ୍ଟିଚ୍ୟୁସନ୍ ପୁରସ୍କୃତ

ଭୁବନେଶ୍ୱର,୨୦/୦୧/୨୦୨୦ (ଓଡ଼ିଶା ସମାଚାର)-ସାରଳା ବିଶ୍ୱଭାଷା ସମ୍ମିଳନୀ ଅବସରରେ ଜୁପିଟର ଗ୍ରୁପ୍ ଅଫ୍ ଇନ୍‌ଷ୍ଟିଟୁସନ୍‌କୁ ଶିକ୍ଷା କ୍ଷେତ୍ରରେ ଶ୍ରେଷ୍ଠ ଅବଦାନ ପାଇଁ ବେଷ୍ଟ୍ ଏଜୁକେସନ୍ ଇନଷ୍ଟିଟୁସନ୍ ଆୱାର୍ଡ ଓଡ଼ିଶା ବିଧାନସଭାର ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ପ୍ରଦାନ କରିଛନ୍ତି । ସୂଚନାଯୋଗ୍ୟ ଯେ, ୨୦୨୦ରେ ସ୍ଥାପିତ ଜୁପିଟର୍ ହାଇଅର୍ ସେକେଣ୍ଡାରୀ ସ୍କୁଲ୍ ୨୦୧୯ ପରୀକ୍ଷାରେ ଶତକଡ଼ା ୧୦୦ ପ୍ରତିଶତ ପାସ୍ ହାର ହାସଲ କରି ଶିକ୍ଷା କ୍ଷେତ୍ରରେ ଏକ ବିପ୍ଲବ ଆଣିଥିଲା । ଏଥିସହ ୨୦୧୯ରେ ବେଷ୍ଟ ୨୦ ମଧ୍ୟରୁ ଜୁପିଟରର ୪ ଜଣ ଛାତ୍ର ସ୍ଥାନ ପାଇଥିଲେ । ଏମ୍‌ବିସି ଟିଭି ଆୟୋଜିତ ଏହି ସାରଳା ବିଶ୍ୱଭାଷା ସମ୍ମିଳନୀରେ ସାଂସଦ ସସ୍ମିତ ପାତ୍ର, ପୂର୍ବତନ ସାଂସଦ ପ୍ରସନ୍ନ ପାଟଶାଣୀ, ବିଧାୟକ ଅନନ୍ତ ଜେନା, ଓଡିଏମ୍ ସ୍କୁଲର ଚେୟାରମ୍ୟାନ୍ ମୀନକେତନ ଜେନା, ଏମ୍‌ବିସି ଟିଭିର ମୁଖ୍ୟ ସଂପାଦକ ପଣ୍ଡିତ ବିଶ୍ୱନାଥ ଶତପଥୀ ପ୍ରମୁଖଙ୍କ ଉପସ୍ଥିତରେ ଜୁପିଟର ହାଇଅର ସେକେଣ୍ଡାରୀ ସ୍କୁଲର ଅଧ୍ୟକ୍ଷ କେ. ଭରତ ଚନ୍ଦ୍ର ଆୱାର୍ଡ ଗ୍ରହଣ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଅନ୍ତର୍ଜାତୀୟ ମାତୃଭାଷା ଦିବସ

କଟକ,୨୩/୦୨/୨୦୨୦ (ଓଡ଼ିଶା ସମାଚାର)- ନୂଆବଜାରସ୍ଥିତ ସରସ୍ୱତୀ ଶିଶୁବିଦ୍ୟାମନ୍ଦିର ପରିସରରେ ଅନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ ହୋଇଯାଇଛି । ମୁଖ୍ୟଅତିଥି ଭାବେ …

Leave a Reply

Your email address will not be published. Required fields are marked *