Monday , December 16 2019
Breaking News
Home / ଶିକ୍ଷା / ଜୀରାଳ ଉ.ପ୍ରା. ବିଦ୍ୟାଳୟର ଶିକ୍ଷକଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା 

ଜୀରାଳ ଉ.ପ୍ରା. ବିଦ୍ୟାଳୟର ଶିକ୍ଷକଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା 

ଗରଦପୁର,୧୨ /୧୧/୨୦୧୯ (ଓଡ଼ିଶା ସମାଚାର)- ଗରଦପୁର ବ୍ଲକ ରାମଚନ୍ଦ୍ରପୁର ପଂଚାୟତର ଜୀରାଳ ଉ.ପ୍ରା. ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ ଅଲେଖ ଚନ୍ଦ୍ର ପଟ୍ଟନାୟକ ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ଦିଆ ଯାଇଛି । ଏହି ଅବସରରେ ବିଦ୍ୟାଳୟ ପରିସରରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବ୍ଲକ ସହ ଶିକ୍ଷାଧିକାରିଣୀ ଶ୍ରୀମତୀ ସୁଷମା ମଲ୍ଲିକ, ସହ ଶିକ୍ଷାଧିକାରୀ ଅଜୟ କୁମାର ବେହେରା ପ୍ରମୁଖ ଯୋଗ ଦେଇ ଶ୍ରୀ  ପଟ୍ଟନାୟକଙ୍କ ଗୁଣଗାନ କରିଥିଲେ ତତ୍ ସହିତ ବିଦାୟୀ ଶିକ୍ଷକଙ୍କ ସମୟାନୁବର୍ତିତା, ପରୋପକାରିତା ଓ  ବିଦ୍ୟାଳୟ ପ୍ରତି ତାଙ୍କର ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ । ବିଦାୟୀ ଶିକ୍ଷକଙ୍କୁ ପୁଷ୍ପଗୁଚ୍ଛ ଓ ଉତରୀୟ ପ୍ରଦାନ କରାଯାଇଥିଲା । ଗରଦପୁର ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ସଭାପତି ମହେଶ୍ୱର ପାଣି, ବରିଷ୍ଠ ଶିକ୍ଷକ  ଗତିକୃଷ୍ଣ ଦାସ, ନୃସିଂହ ଚରଣ ସେନାପତି, ଡମ୍ବରୁଧର ପଣ୍ଡା, ଶିକ୍ଷୟତ୍ରୀ ଅନୁପମା ବିଶ୍ୱାଳ ଏବଂ ବିଦ୍ୟାଳୟ ଶିକ୍ଷା କମିଟିର ସମସ୍ତ ସଭ୍ୟ ସଭ୍ୟା ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

ବିଜୟ ମହାବିଦ୍ୟାଳୟରେ ମହିଳା ଆତ୍ମସୁରକ୍ଷା ଅଭିଯାନ ଉଦଯାପିତ

ଗରଦପୁର,୧୫/୧୨/୨୦୧୯(ଓଡ଼ିଶା ସମାଚାର)- ତେଣ୍ଡାକୁଡ଼ା ପଂଚାୟତସ୍ଥିତ ବିଜୟ ମହାବିଦ୍ୟାଳୟ ପରିସରରେ ମହିଳା ଆତ୍ମ ସୁରକ୍ଷା ଅଭିଯାନ ଉଦଯାପନ ଉତ୍ସବ ପାଳିତ ହୋଇ …

Leave a Reply

Your email address will not be published. Required fields are marked *