Monday , December 16 2019
Breaking News
Home / ବିଶେଷ / ଜିଲ୍ଲା ସ୍ତରୀୟ ବିଶ୍ୱ ଏଡସ ଦିବସ ପାଳିତ

ଜିଲ୍ଲା ସ୍ତରୀୟ ବିଶ୍ୱ ଏଡସ ଦିବସ ପାଳିତ

କେନ୍ଦ୍ରାପଡା,୦୧/୧୨/୨୦୧୯(ଓଡ଼ିଶା ସମାଚାର)-ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ଜିଲ୍ଲା ସ୍ତରୀୟ ବିଶ୍ୱ ଏଡସ ଦିବସ ପାଳନ ଉପଲକ୍ଷେ ଆଜି ସକାଳେ ସରକାରୀ ନର୍ସିଂ ସ୍କୁଲର ଛାତ୍ରଛାତ୍ରୀମାନେ ଏକ ସଚେତନତା ଶୋଭାଯାତ୍ରାରେ ସହର ପରିକ୍ରମାକରି ଏଡସ ସମ୍ପର୍କରେ ସଚେତନତା ସୃଷ୍ଟି କରିଥିଲେ । ଏହାପରେ ଜିଲ୍ଲା ଚିକିତ୍ସାଳୟ ସମ୍ମିଳନୀ କକ୍ଷରେ ଆୟୋଜିତ ସଭାକୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା.ଉର୍ମିଳା ମିଶ୍ର  ପ୍ରଦୀପ ପ୍ରଜ୍ୱଳନ କରି ଉଦଘାଟନ କରିଥିଲେ । ଚଳିତ ବର୍ଷ ପାଇଁ  “ସଚେତନ କରିବା ପାଇଁ  ଗୋଷ୍ଠି ହେଉଛି ପ୍ରକୃତ କ୍ଷେତ୍ର ”ଶୀର୍ଷକ ଥିମ ଉପରେ ସେ ଆଲୋଚନା କରିଥିଲେ  ।  ନିଜର ସ୍ୱାସ୍ଥ୍ୟ ସୁରକ୍ଷିତ ରହିଲେ ସମାଜ ସୁରକ୍ଷିତ ରହିପାରିବ ବୋଲି ସେ ମତବ୍ୟକ୍ତ କରିଥିଲେ । ଜିଲ୍ଲା କୁଷ୍ଠରୋଗ ଅଧିକାରୀ ଡା.ପ୍ରଦିପ କୁମାର ଦାସ,ଜିଲ୍ଲା ଯକ୍ଷ୍ମାରୋଗ ଅଧିକାରୀ ଡା.ପ୍ରଦୀପ କୁମାର ବେହେରା,ଜାତୀୟ ସ୍ୱାସ୍ଥ୍ୟ ମିଶନର ପ୍ରକଳ୍ପ ପରିଚାଳକ ପ୍ରକାଶ କୁମାର ବାନାର୍ଜୀ ପ୍ରମୁଖ ଯୋଗଦେଇ କହିଥିଲେ ଯେ ଏଡସ  ରୋଗୀମାନଙ୍କୁ ଆମେ ନୈତିକ ସମର୍ଥନ ଦେବା ଆବଶ୍ୟକ । ଏବେ ମଧ୍ୟ ସମାଜରେ ଏଡସ ପ୍ରତି ପ୍ରତିକୂଳ ଧାରଣା ଥିବାରୁ କିଛି କିଶୋର,  କିଶୋରୀ ଓ ପିଡିତମାନେ ନିଦାନ ଓ ଔଷଧ ସେବନରୁ ବଂଚିତ ହେଉଛନ୍ତି । ସଚେତନତା ମାଧ୍ୟମରେ ସମାଜର ସେଭଳି ଧାରଣାକୁ  ବଦଳାଇବାକୁ ପଡିବ ବୋଲି ସେମାନେ କହିଥିଲେ । ଏଡସ ଓ ତାର ପ୍ରତିକାର ସମ୍ପର୍କରେ ସୂଚନା ପ୍ରଦାନ କରାଯାଇଥିଲା  ଯେ ଜିଲ୍ଲାରେ ୭୫୦ ଜଣ ଏଡସ ପିଡିତଙ୍କ ମଧ୍ୟରୁ ୧୭୨ ଜଣ ମୃତ୍ୟୁ ବରଣ କରିଥିବା ବେଳେ ଅଦ୍ୟାବଧି ୨ଲକ୍ଷ ୧୮ ହଜାର ୩୭୭ ଜଣ ବ୍ୟକ୍ତିଙ୍କୁ ଏଚ.ଆଇ.ଭି. ଓ ଏଡସ ସମ୍ପର୍କରେ କାଉନସେଲିଙ୍ଗ କରାଯାଇ ୧ଲକ୍ଷ ୯୭ ହଜାର ୪୫୦ ଲୋକଙ୍କ ରକ୍ତ ପରୀକ୍ଷା କରାଯାଇଛି । ସଚେତନତା କାର୍ଯ୍ୟକ୍ରମ ଯୋଗୁ ମୃତ୍ୟୁ ହାର ଧିରେ ଧିରେ କମିବାରେ ଲାଗିଛି । ୭୫୦ ଏଡସ ପିଡିତଙ୍କ ମଧ୍ୟରୁ ୪୧୦ ଜଣ ମଧୁବାବୁ ପେନସନ ନେଉଛନ୍ତି ।  ବିଶ୍ୱରେ ଏବେ ୫ କୋଟି ଲୋକ ଏଡସ ଆକ୍ରାନ୍ତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ୨୧ ଲକ୍ଷ କିଶୋର ଅଛନ୍ତି । ଏହି ସଭାରେ ସ୍ୱାସ୍ଥ୍ୟ ସୂଚନା ଅଧିକାରୀ ଆଲୋକ ମହାନ୍ତି, ନେଚର୍ସ କ୍ଲବର ସମ୍ପାଦକ ବିରଜା ପ୍ରସାଦ ପତି, ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକର ମେଡିକାଲ ଅଫିସର  ଓ ସରକାରୀ ନର୍ସିଂ ସ୍କୁଲର ଛାତ୍ରଛାତ୍ରୀମାନେ ଯୋଗଦେଇଥିଲେ । ଏହି ଅବସରରେ ଜିଲ୍ଲାପାଳ ସମର୍ଥ ବର୍ମା ସକାଳେ ନୂତନ ପଞ୍ଜିକରଣ କାଉଁଟରକୁ ଉଦଘାଟନ କରିଥିଲେ । ମୋ ସରକାର ଯୋଜନାରେ ଡାକ୍ତରଖାନା ପରିସରରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଜାତୀୟ ସ୍ୱାସ୍ଥ୍ୟ ମିଶନ ପକ୍ଷରୁ ହେଲପ ଡେସ୍କ ଉଦଘାଟିତ ହୋଇଥିଲା । ଓଡ଼ିଶା ସମାଚାର

About admin

Check Also

ଅସୁରେଶ୍ଵର ଗୋରକ୍ଷଣୀ ର ପ୍ଲାଟିନମ୍ ଜୁବୁଲି ଉଦଯାପିତ.

ନିଶ୍ଚିନ୍ତକୋଇଲି,୧୫/୧୨/୨୦୧୯(ଓଡ଼ିଶା ସମାଚାର)- (ଓଡିଶା ସମାଚାର /ଅଭୟ ଜେନା ): ଆଜି ସନ୍ଧ୍ୟା  ରେ  ନିଶ୍ଚିତକୋଇଲି ବ୍ଲକ ଅସୁରେଶ୍ୱର ଗୋରକ୍ଷଣୀ ପ୍ଲାଟିନମ୍ …

Leave a Reply

Your email address will not be published. Required fields are marked *