Saturday , January 25 2020
Breaking News
Home / ବିଶେଷ / ଜିଲ୍ଲା ସ୍ତରୀୟ ଜାତୀୟ ପ୍ରେସ ଦିବସ ପାଳିତ

ଜିଲ୍ଲା ସ୍ତରୀୟ ଜାତୀୟ ପ୍ରେସ ଦିବସ ପାଳିତ

କେନ୍ଦ୍ରାପଡା ୧୬/୧୧/୨୦୧୯(ଓଡ଼ିଶା ସମାଚାର)-କେନ୍ଦ୍ରାପଡାରେ ଜିଲ୍ଲା ସ୍ତରୀୟ ଜାତୀୟ ପ୍ରେସ ଦିବସ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଶନିବାର ପୂର୍ବାହ୍ନରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ଆନୁକୂଲ୍ୟରେ ଉପନିର୍ଦେଶକ ଚନ୍ଦ୍ରକାନ୍ତ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଜିଲ୍ଲା ପରିଷଦ ସଭାପତି ମାନସ କୁମାର ପରିଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ କେନ୍ଦ୍ରାପଡା ଜିଲ୍ଲା ବନ୍ୟା ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟରେ ପ୍ରଭାବିତ ହେଉଥିବା ବେଳେ ଜିଲ୍ଲାର ବିକାଶକୁ ଆଗକୁ ନେବା ପାଇଁ ଯେଉଁ କଲମ ଚାଳନା ଜାରି ରଖିଛନ୍ତି ତାହା ଅତ୍ୟନ୍ତ ପ୍ରଶଂସନୀୟ ବୋଲି ଉତ୍ଥାପନକରି ସାମ୍ବାଦିକମାନଙ୍କ ପେଷାରେ ନିର୍ଭିକତା ଅତି ଜରୁରୀ ବୋଲି ମତବ୍ୟକ୍ତ କରିଥିଲେ । ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ରାଉତ ଯୋଗଦେଇ ସାମ୍ବାଦିକମାନେ ଚତୁର୍ଥସ୍ତମ୍ବ ବୋଲି ଉତଥାପନ କରି ଜନଜାଗରଣରେ ସେମାନଙ୍କ ଭୂମିକା କାଳଜୟୀ ବୋଲି ପ୍ରକାଶକରି ସରକାରଙ୍କୁ ଦିଗଦର୍ଶନ ଦେବାରେ ସେମାନଙ୍କ ଭୂମିକା ଅତୁଳନୀୟ ବୋଲି କହିଥିଲେ । ଗଣତନ୍ତ୍ରର ସୁରକ୍ଷା,ନିର୍ବାଚନରେ ସୁରକ୍ଷା ଓ ସାମାଜିକ ଜୀବନଯାପନରେ ଶୃଙ୍ଖଳା ବଜାୟୀ ରଖିବା ସହ ରାଷ୍ଟ୍ରର ସଂହତିକୁ ମଜଭୁତ କରିବା ଲକ୍ଷ୍ୟରେ ସଦାସର୍ବଦା କଲମ ଚାଳନା କରିବାକୁ ଆହ୍ୱାନ ଦେଇଥିଲେ । ମୁଖ୍ୟବକ୍ତା ଭାବେ ଦୈନିକ ଶୃତିର ସମ୍ପାଦକ ପଣ୍ଡିତ ସର୍ବେଶ୍ୱର ମିଶ୍ର ଯୋଗଦେଇ ସାମ୍ବାଦିକ ଓ ଗଣମାଧ୍ୟମର ନୀତି ନିୟମ ଓ ସୁରକ୍ଷା ସମ୍ବଦ୍ଧୀୟ ପ୍ରେସ କାଉନସିଲ ଗଠନ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ସାମ୍ବାଦିକମାନେ କାମଳ ସାମ୍ବାଦିକତାକୁ ପରିତ୍ୟାଗ କରି ସଦାସର୍ବଦା ସତ୍ୟ ସମ୍ବାଦ ପରିବେଷଣ କରିବାକୁ ପରାମର୍ଶ ଦେଇଥିଲେ । ସେହିପରି ସାମ୍ବାଦିକତା ଜାତୀୟ ପ୍ରଗତିର ଅଂଶ ଏବଂ ସାମ୍ବାଦିକମାନେ ସମାଜ,ଦେଶ, ମାନବବାଦ ଓ ପୃଥିବୀର ହିତ ପାଇଁ ସମସ୍ତ ପ୍ରଲୋଭନ,ଭୟ ଓ ଆଶଙ୍କାକୁ ଦୁରେଇଦେଇ କଲମଚାଳନା କରିବା ଉଚିତ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ପରିକ୍ଷୀତ ପାତ୍ର, ଗଣେଶ ଚନ୍ଦ୍ର ସାମଲ, ଆଶିଷ ସେନାପତି, ଚିତରଞ୍ଜନ ଦାସ, ଅମରବର ବିଶ୍ୱାଳ, ବୁଦ୍ଧିଜୀବି ଅଜୟ ସାମଲ, ଡଃ.ସର୍ବେଶ୍ୱର ସେଣ ପ୍ରମୁଖ ଜାତୀୟ ପ୍ରେସ ଦିବସର ଚଳିତବର୍ଷର ଆଲୋଚ୍ୟ ବିଷୟ ଉପରେ ମତବ୍ୟକ୍ତ କରିଥିଲେ । ଭାବଗ୍ରାହୀ କଳାନିକେତନ ପକ୍ଷରୁ ସ୍ୱାଗତ ସଂଗୀତ ପରିବେଷଣ କରାଯାଇଥିଲା । ଏହି ଉପଲକ୍ଷେ ଆୟୋଜିତ ସ୍କୁଲ ଓ କଲେଜ ସ୍ତରୀୟ ବକ୍ତୃତା ପ୍ରତିଯୋଗୀତାର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରାଙ୍କ ସମେତ ଜିଲ୍ଲାର ସାମ୍ବାଦିକମାନେ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

ପି.ସି.ବିଦ୍ୟା ମନ୍ଦିର ୧୯୯୫ ବ୍ୟାଚର ବନ୍ଧୁମିଳନ: ଗୁରୁ ଓ ବରିଷ୍ଠ ନାଗରିକଙ୍କୁ ସମ୍ବର୍ଦ୍ଧନା

ରଘୁନାଥପୁର, ୨୪/୦୧/୨୦୨୦ (ଓଡ଼ିଶା ସମାଚାର)- ରଘୁନାଥପୁର ପୂର୍ଣ୍ଣଚନ୍ଦ୍ର ବିଦ୍ୟା ମନ୍ଦିରର ୧୯୯୫ ବ୍ୟାଚର ବନ୍ଧୁ ମିଳନ ଉତ୍ସବରେ ଶିକ୍ଷକ ଓ …

Leave a Reply

Your email address will not be published. Required fields are marked *