Tuesday , February 25 2020
Breaking News
Home / ସ୍ୱାସ୍ଥ୍ୟ / ଜିଲ୍ଲା ସ୍ତରୀୟ ଜାତୀୟ କୃମିନାଶକ ଦିବସ ଉଦଘାଟିତ

ଜିଲ୍ଲା ସ୍ତରୀୟ ଜାତୀୟ କୃମିନାଶକ ଦିବସ ଉଦଘାଟିତ

କେନ୍ଦ୍ରାପଡ଼ା  ୧୦/୦୨/୨୦୨୦ (ଓଡ଼ିଶା ସମାଚାର)-ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଆନୁକୁଲ୍ୟରେ ମାର୍ଶାଘାଇ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ସଭାଗୃହରେ ସୋମବାର ଜିଲ୍ଲା ସ୍ତରୀୟ ଜାତୀୟ କୃମିନାଶକ ଦିବସକୁ ଜିଲ୍ଲାପାଳ ସମର୍ଥ ବର୍ମା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିବା ସହିତ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର  ଅଧିକାରୀ ଓ ସ୍ୱାସ୍ଥ୍ୟକର୍ମୀମାନେ ସ୍କୁଲ ଓ କଲେଜର ଛାତ୍ରଛାତ୍ରୀମାନଙ୍କୁ ଯେପରି ସଠିକ ଭାବରେ କୃମିନାଶକ ବଟିକା ପ୍ରଦାନକରି ଏହି କାର୍ଯ୍ୟକ୍ରମକୁ ସଫଳ କରାନ୍ତି ସେଥିପ୍ରତି ଗୁରୁତ୍ୱାରୋପ କରିଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା.ଉର୍ମିଳା ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ(ପରିବାର କଲ୍ୟାଣ)ଡା.ସଚି ମିଶ୍ର,ମାର୍ଶାଘାଇ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରର ମେଡିକାଲ ଅଫିସର,ମାର୍ଶାଘାଇ ବିଡିଓ,ମାର୍ଶାଘାଇ ବ୍ଲକ ଶିକ୍ଷା ଅଧିକାରୀ ଓ ଡିଏମଆରସିଏସ କୃଷ୍ଣ ଚନ୍ଦ୍ର ଲୋହା ପ୍ରମୁଖ ଉପସ୍ଥିତ ରହି କୃମିନାଶକ ଦିବସ ପାଳନ ସମ୍ପର୍କରେ ଆଲୋଚନା କରିଥିଲେ । ଆଜି ଠାରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ୧ ରୁ ୧୯ବର୍ଷ ବୟସ ପର୍ଯ୍ୟନ୍ତ ଜିଲ୍ଲାର ୩ଲକ୍ଷ ୭୬ହଜାର ୪୬୯ଜଣ ବାଳକ ଓ  ବାଳିକାମାନଙ୍କୁ ଆସନ୍ତା ୧୭ତାରିଖ ମଧ୍ୟରେ ଜିଲ୍ଲାର ସମସ୍ତ ସ୍କୁଲ,କଲେଜ ଓ ଅଙ୍ଗନୱାଡି କେନ୍ଦ୍ର ମାନଙ୍କରେ କୃମିନାଶକ ବଟିକା ପ୍ରଦାନ କରାଯିବ । ଓଡ଼ିଶା ସମାଚାର

About admin

Check Also

ଷ୍ଟାଣ୍ଡାର୍ଡ ପବ୍ଲିକ ସ୍କୁଲରେ ମାଗଣା ସ୍ୱାସ୍ଥ୍ୟ ଶିବିର

କେନ୍ଦ୍ରାପଡ଼ା ୧୮/୦୨/୨୦୨୦ (ଓଡ଼ିଶା ସମାଚାର)-ଜିଲ୍ଲାପାଳଙ୍କ ନିର୍ଦେଶକ୍ରମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପକ୍ଷରୁ ଏକ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ସହରର …

Leave a Reply

Your email address will not be published. Required fields are marked *