Saturday , December 7 2019
Home / ବିଶେଷ / ଜିଲ୍ଲା ସ୍ତରୀୟ ଆର୍ନ୍ତଜାତିକ ଭିନ୍ନକ୍ଷମ ଦିବସରେ ୧୪୨ ଭିନ୍ନକ୍ଷମଙ୍କୁ ଋଣ ପ୍ରଦାନ

ଜିଲ୍ଲା ସ୍ତରୀୟ ଆର୍ନ୍ତଜାତିକ ଭିନ୍ନକ୍ଷମ ଦିବସରେ ୧୪୨ ଭିନ୍ନକ୍ଷମଙ୍କୁ ଋଣ ପ୍ରଦାନ

କେନ୍ଦ୍ରାପଡା ୦୩/୧୨/୨୦୧୯(ଓଡ଼ିଶା ସମାଚାର)-ଜିଲ୍ଲା ସ୍ତରୀୟ ଆର୍ନ୍ତଜାତୀୟ ଭିନ୍ନକ୍ଷମ ଦିବସ କେନ୍ଦ୍ରାପଡାରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ସକାଳ ୯ଟା ସମୟରେ ଜିଲ୍ଲାପାଳଙ୍କ ଦ୍ୱାରା ଉଦଘାଟିତ ସ୍ୱତନ୍ତ୍ର ଓ ସାଧାରଣ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ପକ୍ଷରୁ ଏକ ସଚେତନତା ଶୋଭାଯାତ୍ରା ନୂଆବସଷ୍ଟାଣ୍ଡରୁ ବାହାରି ସହର ମଧ୍ୟଦେଇ ଟାଉନ ହଲ ପରିସର ପର୍ଯ୍ୟନ୍ତ ଆସିଥିଲା । ଏହାପରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଉଦୟନାଥ ଜେନାଙ୍କ ପୈାରହିତ୍ୟରେ ଏକ ସଚେତନତା ସଭା ପୈାର ଟାଉନହଲ ପରିସରରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ରାଉତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦଘାଟନ କରି ଭିନ୍ନକ୍ଷମଙ୍କୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦିଆଯାଉଥିବା ପ୍ରକାଶ କରି ସେମାନଙ୍କ ପ୍ରତି ଥିବା ମନଭାବର ପରିବର୍ନ ପାଇଁ ଆହ୍ୱାନ ଦେଇଥିଲେ । ସମ୍ମାନୀତ ଅତିଥି ଭାବେ ଡେପୁଟୀ କଲେକ୍ଟର ବିରଜା ପ୍ରସାଦ ରାଉତରାୟ ଯୋଗଦେଇ ଭିନ୍ନକ୍ଷମଙ୍କ ସେବା କରୁଥିବା ବ୍ୟକ୍ତି ଜୀବନରେ ଭଗବାନଙ୍କ ଆଶ୍ରିର୍ବାଦ ପାଇଥାଏ ବୋଲି କହିଥିଲେ । ମୁଖ୍ୟବକ୍ତା ଭାବେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଉପନିର୍ଦେଶକ ଚନ୍ଦ୍ରକାନ୍ତ ନାୟକ ଯୋଗଦେଇ ଜିଲ୍ଲାରେ ଭିନ୍ନକ୍ଷମଙ୍କ ପାଇଁ କାର୍ଯ୍ୟକାରି ହେଉଥିବା ଯୋଜନା ଗୁଡିକ ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିବା ସହିତ ଭିନ୍ନକ୍ଷମଙ୍କ କଲ୍ୟାଣ ନିମନ୍ତେ ସମସ୍ତେ ସହଯୋଗ କରିବାକୁ ବକ୍ତବ୍ୟ ରଖିଥିଲେ । ପୁନର୍ବାସ ସ୍ୱେଛାସେବୀ ଅନୁଷ୍ଠାନ ପକ୍ଷରୁ ଆର.ପି.ଡବ୍ଲୁ.ଡି.ନିୟମ -୨୦୧୬ର ଭିନ୍ନକ୍ଷମଙ୍କ ପାଇଁ ସଚେତନତା କାର୍ଯ୍ୟକ୍ରମ ସୁଶ୍ରୀ ସ୍ୱାଗତିକା କରାଇଥିଲେ । ଅପରାହ୍ନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀ ବର୍ମା ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ଭିନ୍ନକ୍ଷମମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଦୁଇ ଭିନ୍ନକ୍ଷମଙ୍କୁ ବିବାହ କରିଥିବା ଦୁଇ ସାଧାରଣ ବ୍ୟକ୍ତି ଡେରାବିଶି ବ୍ଲକର ଗୋକୁଳ ଚନ୍ଦ୍ର ତ୍ରିପାଠୀ ଓ ଯାଜ୍ଞସେନୀ ଦାଶ ଏବଂ ମାର୍ଶାଘାଇ ବ୍ଲକର ମଧୁସ୍ମିତା ବେହେରା ଓ ପ୍ରଦିପ କୁମାର ବେହେରାଙ୍କୁ ବିବାହ ପ୍ରୋତ୍ସାହନ ରାଶି ବାବଦରେ ପ୍ରତ୍ୟେକଙ୍କୁ ୫୦ହଜାର ଟଙ୍କାର ଚେକ ପ୍ରଦାନ କରିଥିଲେ । କେନ୍ଦ୍ର ସରକାରଙ୍କ ଡାକ ବିଭାଗରେ କାର୍ଯ୍ୟରତ ସମ୍ପୂର୍ଣ୍ଣ ଦୃଷ୍ଟିବାଧିତ ଅଳାବାଙ୍କ ଗ୍ରାମର ମଧୁସୁଦନ ଦାସଙ୍କ ପୁତ୍ର ଲକ୍ଷ୍ମଣ ଦାସଙ୍କୁ ମାନପତ୍ର ଓ ଉପଢୈାକନ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ରାଜ୍ୟ ସ୍ତରୀୟ ପାରା କ୍ରୀଡା ପ୍ରତିଯୋଗୀତାରେ ଅଂଶଗ୍ରହଣ କରି ଦ୍ୱିତୀୟ ସ୍ଥାନ ହାସଲ କରିଥିବା ମହାକାଳପଡା ନେତାଜୀ ଉଚ୍ଚ ପ୍ରାଥମିକ ସ୍କୁଲର କୁମାରୀ ଶୀତଳ ରାଉତଙ୍କୁ ଉପଢୈାକନ ଓ ଟ୍ରଫି ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ସଂଗୀତ,ବକ୍ତୃତା,ଏକକ ଅଭିନୟ ପ୍ରତିଯୋଗୀତାରେ ଅଂଶଗ୍ରହଣ କରି ଦକ୍ଷତା ପ୍ରତିପାଦନ କରିଥିବା ୧୭ଜଣ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା । ଜିଲ୍ଲା ପ୍ରଶାସନ ଭିନ୍ନକ୍ଷମ ବ୍ୟକ୍ତିଙ୍କ କଲ୍ୟାଣ ପାଇଁ ଆରମ୍ଭ କରିଥିବା “ସ୍ୱାଭିମାନ”ଯୋଜନା ଅଧିନରେ ୧୪୨ଜଣ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ଭାରତୀୟ ଷ୍ଟେଟ ବ୍ୟାଙ୍କ ଓ ଆକ୍ସିସ ବ୍ୟାଙ୍କ କେନ୍ଦ୍ରାପଡା ଶାଖା ପକ୍ଷରୁ ଡି.ଆର.ଆଇ.ଋଣ ମଞ୍ଜୁରୀ ପତ୍ର ପ୍ରଦାନ କରାଯାଇଥିଲା । ଏଠାରେ ସୂଚନା ଯୋଗ୍ୟ ଯେ ଜିଲ୍ଲାପାଳଙ୍କ ନିର୍ଦେଶରେ ୨୦୧୯-୨୦ ଆର୍ଥିକ ବର୍ଷରେ ଜିଲ୍ଲାର ଏକ ହଜାର ଭିନ୍ନକ୍ଷମଙ୍କୁ ସକ୍ଷମ କରିବାକୁ ଯୋଜନା କରାଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ୭ଟି ସ୍ୱତନ୍ତ୍ର ବିଦ୍ୟାଳୟ ସମେତ କାକଟ ମଙ୍ଗଳା ପ୍ରାଥମିକ ସ୍କୁଲ,ନେତାଜୀ ମଡେଲ ସ୍କୁଲର ଛାତ୍ରଛାତ୍ରୀ ଓ ବିଭିନ୍ନ ବ୍ଲକ ଓ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗର କର୍ମଚାରୀମାନେ ଯୋଗଦେଇଥିଲେ । ଶେଷରେ ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।  ଓଡ଼ିଶା ସମାଚାର

About admin

Check Also

ବାଦାମବାଡ଼ିରେ ନିର୍ମାଣ ହେବ ଫ୍ଲାଏଓଭର୍

କଟକ, ୦୭/୧୨/୨୦୧୯(ଓଡ଼ିଶା ସମାଚାର)-ବାଦାମବାଡ଼ି ଛକରେ ନିର୍ମାଣ ହେବ ଓଭରବ୍ରିଜ୍ । ଯେଉଁ ବ୍ରିଜଟି ବାଦାମବାଡ଼ି ସରକାରୀ ବସଷ୍ଟାଣ୍ଡ ପଛ ରାସ୍ତାରୁ …

Leave a Reply

Your email address will not be published. Required fields are marked *