Friday , October 18 2019
Breaking News
Home / ବିଶେଷ / ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କ ପଦୋନ୍ନତି

ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କ ପଦୋନ୍ନତି

କେନ୍ଦ୍ରାପଡା ୦୯/୧୦/୨୦୧୯ (ଓଡ଼ିଶା ସମାଚାର)-କେନ୍ଦ୍ରାପଡାରେ ୨୦୧୫ରୁ ଅବସ୍ଥାପିତ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଚନ୍ଦ୍ରକାନ୍ତ ନାୟକ,ଓ.ଆଇ.ଏସ.(୧)ଙ୍କର ସୂଚନା ଓ ଲୋକ ସମ୍ପର୍କ ବିଭାଗର ଉପନିର୍ଦେଶକ ଭାବେ ପଦୋନ୍ନତି ପରେ କେନ୍ଦ୍ରାପଡାରେ ପରବର୍ତି ନିଯୁକ୍ତି  ପର୍ଯ୍ୟନ୍ତ ଅବସ୍ଥାପିତ ହୋଇଛନ୍ତି ।  ଶ୍ରୀ ନାୟକ ବୁଧବାର ପୂର୍ବାହ୍ନରେ ଜିଲ୍ଲାପାଳଙ୍କ ନିକଟରେ ଉପନିର୍ଦେଶକ ଭାବେ କାର୍ଯ୍ୟରେ ଯୋଗଦାନ କରିଛନ୍ତି । ଶ୍ରୀ ନାୟକଙ୍କ ୩୩ବର୍ଷ କାର୍ଯ୍ୟକାଳ ମଧ୍ୟରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଭାବେ ବଲାଙ୍ଗିର, ସୁବର୍ଣ୍ଣପୁର, ଭଦ୍ରକ, ବାଲେଶ୍ୱର ଓ ଯାଜପୁର ଜିଲ୍ଲାରେ ସୂଚାରୂ ରୂପେ  କାର୍ଯ୍ୟ କରିଥିବା ବେଳେ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଭାବେ ହିନ୍ଦୋଳ, ନୀଳଗିରି, କଟକର ପଢିହାରୀ ପାଠାଗାର ଓ ଆଠଗଡ ଠାରେ କାର୍ଯ୍ୟ କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

କେନ୍ଦ୍ର କର୍ମଚାରୀ ଓ ଶ୍ରମିକ ମହାସଂଘର ଧାରଣା

କଟକ,୧୮/୧୦/୨୦୧୯(ଓଡ଼ିଶା ସମାଚାର)- ବିଭିନ୍ନ ଦାବି ନେଇ କେନ୍ଦ୍ର ସରକାରୀ କର୍ମଚାରୀ ମହାସଂଘ ଏବଂ ଡାକ, ରେଳ ଡାକସେବା ଅବସରପ୍ରାପ୍ତ କର୍ମଚାରୀ …

Leave a Reply

Your email address will not be published. Required fields are marked *