Saturday , January 25 2020
Breaking News
Home / ବିଶେଷ / ଜିଲ୍ଲା ଶିଶୁ ଶ୍ରମିକ ଟ୍ରାସ୍କଫୋର୍ସ କମିଟି ପକ୍ଷରୁ ରଘୁନାଥପୁର ବଜାରରେ ଚଢାଉ – ୩ ଜଣ ଶିଶୁ ଶ୍ରମିକ ଉଦ୍ଧାର

ଜିଲ୍ଲା ଶିଶୁ ଶ୍ରମିକ ଟ୍ରାସ୍କଫୋର୍ସ କମିଟି ପକ୍ଷରୁ ରଘୁନାଥପୁର ବଜାରରେ ଚଢାଉ – ୩ ଜଣ ଶିଶୁ ଶ୍ରମିକ ଉଦ୍ଧାର

ରଘୁନାଥପୁର,୧୪/୧୧/୨୦୧୯(ଓଡ଼ିଶା ସମାଚାର)- ଜଗତସିଂହପୁର ଜିଲ୍ଲାରେ ସଂଗ୍ରାମ କେଶରୀ ମହାପାତ୍ର ଜିଲ୍ଲାପାଳ ଦାଇତ୍ୱ ନେବା ପରଠାରୁ ବିଭିନ୍ନ ଅଫିସରେ କାର୍ଯ୍ୟ କରିବାପାଇଁ କର୍ମଚାରୀ ମାନେ ତପôର ହୋଇ ଉଠିଛନ୍ତି । ଜିଲ୍ଲାରେ କୌଣସି ଶିଶୁ ଶ୍ରମିକ ଯେପରି ହେଟେଲ୍, ଢାବା, ଦୋକାନ, ଗ୍ୟାରେଜ୍, ଇଟ୍ଟାଭାଟି କାର୍ଯ୍ୟରେ ଶ୍ରମିକ ଭାବରେ ବ୍ୟବହାର ନକରନ୍ତି ସେଥିପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ ଚଢାଉକରି ଶିଶୁ ଶ୍ରମିକ ମାନଙ୍କୁ ଉଦ୍ଧାର କରିବା ପାଇଁ ଏକ ଶିଶୁ ଶ୍ରମିକ ଟାସ୍କଫୋର୍ସ କମିଟ ଗଠନ କରାଯାଇ ଉଦ୍ଧାର କରିବା ପାଇଁ ନିର୍ଦ୍ଧେଶ ଦେଲାପରେ ଶିଶୁ ଶ୍ରମିକ ଟସ୍କଫୋର୍ସ କମିଟି ପକ୍ଷରୁ ଲେବର ଇନିସପେକ୍ଟର ସନ୍ତୋଷ ମହାନ୍ତି, ଶିଶୁ ସୁରକ୍ଷା ୟୁନିଟ୍ ଅଧିକାରୀ ଉଦୟନାଥ ସ୍ୱାଇଁ , ଶିଶୁ ମଙ୍ଗଳ ସମିତିର ସଦସ୍ୟ ଦୁର୍ଗା ଚରଣ ଓଝା, ଚାଇଲ୍ଡ୍ ଲାଇନ୍ ସଂଯୋଜକ ନରେଶ ଗୋଚ୍ଛାୟତ, ଏବିଡିଓ ଅଶୋକ ମହାନ୍ତି,ରଘୁନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଅଧିକାରୀ ଡାକ୍ତର ସୁକାନ୍ତ ଦଳେଇ ଏ.ଏସ୍.ଆଇ ସୁବାଷ କୁମାର ଦାସଙ୍କ ଏକ ଟିମ୍ ବୁଧବାର ସକାଳେ ରଘୁନାଥପୁର ବଜାର, ତାରପୁର ବଜାର, ଜଇପୁର ବଜାର ର ବିଭିନ୍ନ ହୋଟଲ ଓ ସୁଇଟ୍ ଷ୍ଟଲ, ଗ୍ୟାରେଜ, ଇଟାଭାଟି ଆଦି ବିଭିନ୍ନ ସ୍ଥାନରେ ଚଢାଉକରି ୩ ଜଣ ଶିଶୁ ଶ୍ରମିକ ଉଦ୍ଧାର କରିଛନ୍ତି ଏବଂ ଶିଶୁ ଶ୍ରମିକ ମାନଙ୍କୁ ନିୟୋଜିତ ନକରିବା ପାଇଁ ଏକ ସଚେତନ ବାର୍ତା ପ୍ରତି ଦୋକାନ କାନ୍ଥରେ ଝୁଲାଇ ଶିଶୁ ଶ୍ରମିକ ମାନଙ୍କୁ କାମରେ ନଲଗାଇବା ପାଇଁ ହୋଟେଲ୍ ମାଲିକ ମାନଙ୍କୁ ତାଗିଦ୍ କରିବା ସହିତ ମାଲିକ ମାନଙ୍କ ବିରୁଦ୍ଧ୍ୱରେ ଅଇନ ଅନୁସାରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ । ଜିଲ୍ଲା ଶିଶୁ ଟାସ୍କଫୋର୍ସ କମିଟ ଅଚାନକ ଚଢାଉ କଲାପରେ ହୋଟେଲ ବ୍ୟବସାୟୀ ଓ ଇଟ୍ଟାଭାଟି ମାଲିକ ମାନେ ଭୟଭିତ ହୋଇଥିବା ଦେଖିବାକୁ ମିଳିଛି । ଓଡ଼ିଶା ସମାଚାର

About admin

Check Also

ପି.ସି.ବିଦ୍ୟା ମନ୍ଦିର ୧୯୯୫ ବ୍ୟାଚର ବନ୍ଧୁମିଳନ: ଗୁରୁ ଓ ବରିଷ୍ଠ ନାଗରିକଙ୍କୁ ସମ୍ବର୍ଦ୍ଧନା

ରଘୁନାଥପୁର, ୨୪/୦୧/୨୦୨୦ (ଓଡ଼ିଶା ସମାଚାର)- ରଘୁନାଥପୁର ପୂର୍ଣ୍ଣଚନ୍ଦ୍ର ବିଦ୍ୟା ମନ୍ଦିରର ୧୯୯୫ ବ୍ୟାଚର ବନ୍ଧୁ ମିଳନ ଉତ୍ସବରେ ଶିକ୍ଷକ ଓ …

Leave a Reply

Your email address will not be published. Required fields are marked *