Tuesday , February 25 2020
Breaking News
Home / କ୍ରୀଡ଼ା / ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ବାର୍ଷିକ କ୍ରୀଡାଉତ୍ସବ ଉଦଯାପିତ

ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ବାର୍ଷିକ କ୍ରୀଡାଉତ୍ସବ ଉଦଯାପିତ

କେନ୍ଦ୍ରାପଡା ୦୭/୦୨/୨୦୨୦ (ଓଡ଼ିଶା ସମାଚାର)-କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବାଲିଆସ୍ଥିତ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ବାର୍ଷିକ କ୍ରୀଡାଉତ୍ସବ ଉଦଯାପିତ ହୋଇଯାଇଛି । ଏହି ଉପଲକ୍ଷେ ପ୍ରତିଷ୍ଠାନର ଅତିଥି ଅଧ୍ୟାପକ ପ୍ରଫୁଲ୍ଲ କୁମାର ଜେନାଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉତ୍ସବରେ ଜିଲ୍ଲା କ୍ରୀଡା ଅଧିକାରୀ ଲୋକନାଥ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କ୍ରୀଡାକ୍ଷେତ୍ରରେ ଉତ୍କର୍ଷତା ପ୍ରତିପାଦନ କରିବା ପାଇଁ  ଏଭଳି ପ୍ରତିଯୋଗୀତାରେ ଅଂଶଗ୍ରହଣ କରିବାର ଆବଶ୍ୟକତା ରହିଛି ବୋଲି ମତବ୍ୟକ୍ତ କରିଥିଲେ । ଭାରପ୍ରାପ୍ତ ଅଧ୍ୟକ୍ଷ ଗଙ୍ଗାଧର ମହାକୁଡ ସ୍ୱାଗତ ଭାଷଣ ପ୍ରଦାନ ସହିତ ବୀବରଣୀ ପାଠ କରିଥିଲେ ।   ଅତିଥି ଅଧ୍ୟାପିକା ଅନୁସୟା ମିଶ୍ର, ନିଶିପଦ୍ମା ନନ୍ଦ, ମଧୁସ୍ମିତା ଦାଶ ପ୍ରମୁଖ ମଂଚାସୀନ ଥିଲେ ।  ବାଳକ ବିଭାଗରେ ନିତ୍ୟାନନ୍ଦ ବେହେରା ଓ  ବାଳିକା ବିଭାଗରେ ଶୁଭସ୍ମିତା ପ୍ରିୟଦର୍ଶିନୀ ମଲ୍ଲିକ ଚମ୍ପିୟନ ଆଖ୍ୟା ଅର୍ଜ୍ଜନ କରି ପୁରସ୍କୃତ ହୋଇଥିଲେ ।  ବିଭିନ୍ନ କ୍ରୀଡା ପ୍ରତିଯୋଗୀତାର କୃତି ପ୍ରତିଯୋଗୀମାନଙ୍କୁ ମୁଖ୍ୟ ଅତିଥି ଶ୍ରୀ ପାଣିଗ୍ରାହୀ ପୁରସ୍କାର ପ୍ରଦାନ କରିଥିଲେ ।  କେନ୍ଦ୍ରାପଡା ସରକାରୀ ହାଇସ୍କୁଲର କ୍ରୀଡା ଶିକ୍ଷକ ସୁନାକର ବେହେରା ଓ କେନ୍ଦ୍ରାପଡା ସରକାରୀ ବାଳିକା ହାଇସ୍କୁଲର କ୍ରୀଡା ଶିକ୍ଷୟତ୍ରୀ ଶସ୍ମିତା ପଣ୍ଡା ପ୍ରତିଯୋଗୀତା ପରିଚାଳନା କରିଥିଲେ । ଓଡ଼ିଶା ସମାଚାର

About admin

Check Also

ସାଲେପୁର ବାର ଆସୋସିଏସନ୍ ପକ୍ଷରୁ ଅନ୍ତବାର କ୍ରିକେଟ୍ ମ୍ୟାଚ୍

ସାଲେପୁର ୨୨/୦୨/୨୦୨୦ (ଓଡ଼ିଶା ସମାଚାର/ ଅଭୟ ଜେନା):  ସାଲେପୁର ବାର ଆସୋସିଏସନ୍ ଆନୁକୂଲ୍ୟରେ ସମାଜସେବୀ ଡ଼ଃ ଦେବ ମହାନ୍ତିଙ୍କ ସହଯୋଗରେ …

Leave a Reply

Your email address will not be published. Required fields are marked *