Friday , October 18 2019
Breaking News
Home / ସ୍ୱାସ୍ଥ୍ୟ / ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ୨ ମହିଳାଙ୍କ ସମେତ ୩ ଦଲାଲ ଗିରଫ
ଫଟୋ : କେନ୍ଦ୍ରାପଡ଼ା ପୋଲିସ୍ ଏସପି ଙ୍କ ସୌଜନ୍ୟରୁ

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ୨ ମହିଳାଙ୍କ ସମେତ ୩ ଦଲାଲ ଗିରଫ

କେନ୍ଦ୍ରାପଡା,୨୬/୦୯/୨୦୧୯( ଓଡ଼ିଶା ସମାଚାର)-କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ୩ଜଣ ଦଲାଲଙ୍କୁ ଟାଉନ ଥାନା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ଘଟଣାରୁ ପ୍ରକାଶ ଯେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଦୂର ଦୁରାନ୍ତରୁ ଆସୁଥିବା ଗରୀବ ଲୋକମାନଙ୍କୁ ଉତମ ଚିକିତ୍ସା ପ୍ରଦାନ ଓ ଉପଯୁକ୍ତ ଔଷଧ ତଥା ଶୀଘ୍ର ଚିକିତ୍ସା ସୁବିଧା ଭଳି ବିଭିନ୍ନ ଆଳ ଦେଖାଇ ଆର୍ଥିକ ଶୋଷଣ କରୁଥିବା ବିଷୟରେ ବାରମ୍ବାର ଅଭିଯୋଗ ହୋଇଆସୁଥିଲା  ।  ଗୁରୁବାର ଏକ ବିଶେଷ ସୁତ୍ରରୁ ଖବରପାଇ କେନ୍ଦ୍ରାପଡା ଏସଡିପିଓ ରାଜିବଲୋଚନ ପଣ୍ଡାଙ୍କ ନିର୍ଦେଶରେ ଟାଉନ ଥାନା ସବଇନିସପେକ୍ଟର ଅନ୍ତର୍ୟ୍ୟାମୀ ବିଶ୍ୱାଳ ଜିଲ୍ଲା ଡାକ୍ତରଖାନାରେ ପହଁଚି ୨ମହିଳା ଓ  ଜଣେ ପୁରୁଷ ଦଲାଲଙ୍କୁ ଗିରଫକରି ଥାନା କେଶ ନମ୍ବର ୧୮୪/୨୦୧୯ରେ ଆଇ.ପି.ସି.ର ଧାରା ୪୨୦ ଓ ୩୪ ଦଫାରେ  କୋର୍ଟ ଚାଲାଣ କରିଥିଲା  । ଅଭିଯୁକ୍ତ ଦଲାଲମାନେ ହେଉଛନ୍ତି ଟାଉନ ଥାନା ଅନ୍ତର୍ଗତ ବଡହାଟ ଗ୍ରାମର ସୁଧାଂଶୁ ସିଂ(୩୫) ଓ  ଚାଟରାପାଟଣା ଗ୍ରାମର ଜୟନ୍ତୀ ସାହୁ(୫୨) ଏବଂ ମାର୍ଶାଘାଇ ଥାନା ଅନ୍ତର୍ଗତ କାନପୁର ଗ୍ରାମର ସଶ୍ମିତା ବେହେରା(୩୨) । ଘଟଣାର ତଦନ୍ତକାରୀ ଅଧିକାରୀ ଏସ.ଆଇ. ସୋମ୍ୟରଞ୍ଜନ ଜାଲି ଏସମ୍ପର୍କରେ ସୂଚନା ଦେଇଛନ୍ତି । ଓଡ଼ିଶା ସମାଚାର

About admin

Check Also

ଅନ୍ଧତ୍ୱଦୂରୀକରଣ କାର୍ଯ୍ୟକ୍ରମର ସମୀକ୍ଷା : ଆଉ ୧୦ ଜିଲ୍ଲାରେ ଗଡିବ ଭ୍ରାମ୍ୟମାଣ ଚକ୍ଷୁ ଚିକିତ୍ସା କେନ୍ଦ୍ର

ଭୁବନେଶ୍ୱର,୧୬/୧୦/୨୦୧୯ ( ଓଡ଼ିଶା ସମାଚାର)- ରାଜ୍ୟରୁ ଅନ୍ଧତ୍ୱ ଦୂରୀକରଣ ଲାଗି ଚଳିତ ଆର୍ଥିକ ବର୍ଷରେ ରାଜ୍ୟର ଆଉ ୧୦ଟି ଜିଲ୍ଲାରେ …

Leave a Reply

Your email address will not be published. Required fields are marked *