Monday , December 16 2019
Breaking News
Home / ବିଶେଷ / ଜିଲ୍ଲା ବୋଇତ ବନ୍ଦାଣ ସମିତି ପକ୍ଷରୁ ବ୍ୟବସାୟୀଙ୍କୁ ବଳଦେବଶ୍ରୀ ସମ୍ମାନ

ଜିଲ୍ଲା ବୋଇତ ବନ୍ଦାଣ ସମିତି ପକ୍ଷରୁ ବ୍ୟବସାୟୀଙ୍କୁ ବଳଦେବଶ୍ରୀ ସମ୍ମାନ

କେନ୍ଦ୍ରାପଡା,୧୪/୧୧/୨୦୧୯(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ସହରର ଫକିରାବାଦସ୍ଥିତ ପିତା ମିର କବିର ଓ ମାତା ଅମେନା ବିବିଙ୍କ ପୁତ୍ର ହାଜୀ ମିର ମହମ୍ମଦ ଜାବିର ସାହାବଙ୍କୁ କେନ୍ଦ୍ରାପଡା ଜିଲ୍ଲା ବୋଇତ ବନ୍ଦାଣ ସମିତି  ପକ୍ଷରୁ  ଟାଉନହଲରେ  ଅନୁଷ୍ଠିତ ଉତ୍ସବରେ ବଳଦେବଶ୍ରୀ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଛି ।  ୧୯୫୯ ମସିହାରେ କେନ୍ଦ୍ରାପଡା ମାଟିରେ ଜନ୍ମଗ୍ରହଣ କରିଥିବା ମହମ୍ମଦ ଜାବିର  ପିଲାଟି  ଦିନରୁ ବ୍ୟବସାୟରେ ତିଷ୍ଠିବାର ସଙ୍କଳ୍ପ ନେଇ ଏକ ଛୋଟିଆ ଦୋକାନ ଆରମ୍ଭ କରିଥିବା ବେଳେ ଆଜି ସେ  ଆଗଧାଡିର  ପ୍ରତିଷ୍ଠିତ  ବ୍ୟବସାୟୀଙ୍କ  ମଧ୍ୟରେ  ପରିଗଣିତ  ହୋଇପାରିଛନ୍ତି । ଏତଦଭିନ୍ନ ସମାଜସେବା କ୍ଷେତ୍ରରେ  ତାଙ୍କର ବିଶେଷ ଅବଦାନ ନିମନ୍ତେ ତାଙ୍କୁ ସମ୍ମାନୀତ କରାଯାଇଛି । ଜିଲ୍ଲା ବୋଇତ ବନ୍ଦାଣ ସମିତି  ପକ୍ଷରୁ  ବ୍ୟବସାୟୀ ତଥା ସମାଜସେବୀ ମହମ୍ମଦ ଜାବିରଙ୍କୁ ସମ୍ମାନୀତ କରାଯାଇ କେନ୍ଦ୍ରାପଡାରେ ପୁନର୍ବାର ଏକ ଭାଇଚାରାର ସମ୍ପର୍କକୁ ଦୃଢିଭୂତ କରାଯାଇଛି । ସହରର ବହୁ ବ୍ୟବସାୟୀ, ବିଶିଷ୍ଟବ୍ୟକ୍ତି, ଶିକ୍ଷାବୀତ ଓ ବୁଦ୍ଧିଜୀବିମାନେ ଜାବିର ସାହାବଙ୍କୁ ଏଥିନିମନ୍ତେ ଶୁଭେଛା ଜଣାଇଛନ୍ତି । ଓଡ଼ିଶା ସମାଚାର

About admin

Check Also

ବିଦେଶୀ ପକ୍ଷୀ ଜବତ, ୩ ଗିରଫ

ଖୋର୍ଦ୍ଧା, ୧୬/୧୨/୨୦୧୯(ଓଡ଼ିଶା ସମାଚାର)-  ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ୱାଇଲ୍ଡ ଲାଇଫ୍ ପକ୍ଷରୁ ଚଢ଼ଉ କରାଯାଇ ୩ଜଣ ପକ୍ଷୀ ଶିକାରୀଙ୍କୁ ଗିରଫ …

Leave a Reply

Your email address will not be published. Required fields are marked *