Friday , October 18 2019
Breaking News
Home / ରାଜନୀତି / ଜିଲ୍ଲା ବିଜେପି ପକ୍ଷରୁ  କେନ୍ଦ୍ରାପଡାରେ  ଗାନ୍ଧି ସଙ୍କଳ୍ପ ଯାତ୍ରା

ଜିଲ୍ଲା ବିଜେପି ପକ୍ଷରୁ  କେନ୍ଦ୍ରାପଡାରେ  ଗାନ୍ଧି ସଙ୍କଳ୍ପ ଯାତ୍ରା

କେନ୍ଦ୍ରାପଡା ୦୩/୧୦/୨୦୧୯ (ଓଡ଼ିଶା ସମାଚାର)-ଜିଲ୍ଲା ବିଜେପି ପକ୍ଷରୁ କେନ୍ଦ୍ରାପଡାରେ ଗାନ୍ଧି ସଙ୍କଳ୍ପ ଯାତ୍ରା ବୁଧବାର ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ପୂର୍ବାହ୍ନ ୧୦ଟା ସମୟରେ ସହରର ପୁରୁଣା ବସଷ୍ଟାଣ୍ଡରେ ଥିବା ଗାନ୍ଧିଜୀଙ୍କ ପ୍ରତିମୂର୍ତି ଚର୍ତୁପାଶ୍ୱର୍ରେ ସଫେଇ କରାଯିବା ସହିତ ଗାନ୍ଧିଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ଏହି ଉପଲକ୍ଷେ ସୁନାକର ବେହେରାଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ବିଜୟ ମହାପାତ୍ର, ଜିଲ୍ଲା ସଭାପତି ଦୁର୍ଯ୍ୟୋଧନ ସାହୁ ପ୍ରମୁଖ ଯୋଗଦେଇଥିଲେ । ଏହାପରେ ପୁରୁଣା ବସଷ୍ଟାଣ୍ଡରୁ ସିଙ୍ଗଲ ୟୁଜ ପ୍ଲାଷ୍ଟିକ ବର୍ଜନ, ସ୍ୱଛତା ଓ  ଜଳ ସଂରକ୍ଷଣ  ସମ୍ପର୍କରେ ଜନସାଧାରଣଙ୍କୁ  ସଚେତନ କରିବା ପାଇଁ ଏକ ଶୋଭାଯାତ୍ରା ବାହାରି ସ୍ଳୋଗାନ ଦେଇ ବାଟରେ ପ୍ରଚାରପତ୍ର ଲୋକଙ୍କୁ ବାଂଟି ଗାନ୍ଧିଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଲୋକମାନଙ୍କୁ ବୁଝାଇଥିଲେ । ଶୋଭାଯାତ୍ରା ତିନିମୁହାଣି ଠାରେ ପହଁଚିବା ପରେ ସେଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ସଭାରେ ବିଜେପିର ନେତୃମଣ୍ଡଳି ଭାରତର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଗୁରୁତ୍ୱ ପ୍ରଦାନ କରିଥିବା  ସ୍ୱଛତା,ଜଳସଂରକ୍ଷଣ ଏବଂ ଥରେ ବ୍ୟବହୃତ ପ୍ଲାଷ୍ଟିକକୁ ବର୍ଜନ କାର୍ଯ୍ୟକ୍ରମକୁ ଗ୍ରାମାଂଚଳରେ ଲୋକମାନଙ୍କୁ ବ୍ୟାପକ ସଚେତନ କରାଯିବା ପାଇଁ  ବାର୍ତା ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଦଳର ମହାକାଳପଡା ବିଧାନସଭା ପ୍ରାର୍ଥୀ ବିଜୟ ପ୍ରଧାନ,ବିଷ୍ଣୁ ପ୍ରସାଦ ଦାସ, ଉମାକାନ୍ତ ପଟ୍ଟନାୟକ, ଦୁର୍ଗା ପ୍ରସାଦ ନାୟକ, ସୁକାନ୍ତ ଦ୍ୱିବେଦୀ, କିଶୋର ପଣ୍ଡା, ଗଗନବିହାରୀ ସାହୁ, ଦିଲ୍ଲିପ ଦାଶ, ମିଡିଆ ସଂଯୋଜକ ମନୋଜ କୁମାର ଦାଶ, ଶଶାଙ୍କ ସେଠୀ, ଅଭିମନୁ୍ୟ ଗୋଛାୟତ, ଲକ୍ଷ୍ମଣ ସାହୁ, ମହେନ୍ଦ୍ର ପ୍ରସାଦ ଦାସଙ୍କ ସମେତ ଜିଲ୍ଲାର ଏକହଜାରରୁ ଉଦ୍ଧ୍ୱର୍ କାର୍ଯ୍ୟକର୍ତା,ମହିଳା ଓ ଯୁବକମାନେ ଯୋଗଦେଇଥିଲେ । ଓଡ଼ିଶା ସମାଚାର

About admin

Check Also

୫-ଟି ସଚିବ ଭି.କେ. ପାଣ୍ଡିଆନଙ୍କ ପରିଦର୍ଶନ ଓ କାର୍ଯ୍ୟାନୁଷ୍ଠାନ ଯଥାର୍ଥ : ଇଣ୍ଡିଆନ୍ ସିଟିଜେନ୍ସ୍ ପାର୍ଟି

ଭୁବନେଶ୍ୱର,୧୭/୧୦/୨୦୧୯ ( ଓଡ଼ିଶା ସମାଚାର)-ଓଡ଼ିଶା ସରକାରଙ୍କ ୫-ଟି ସଚିବ ଶ୍ରୀ ଭି.କେ. ପାଣ୍ଡିଆନଙ୍କ ବିଭିନ୍ନ ହସ୍ପିଟାଲ ପରିର୍ଶନ ଓ ତକ୍ରାଳ …

Leave a Reply

Your email address will not be published. Required fields are marked *