Tuesday , January 28 2020
Breaking News
Home / ରାଜନୀତି /    ଜିଲ୍ଲା କଂଗ୍ରେସର ସାଂଗଠନିକ ବୈଠକ – ତୃଣମୂଳ ସ୍ତରରୁ କଂଗ୍ରେସ ସଂଗଠନକୁ ମଜବୁତ କରିବା ପାଇଁ ଆହ୍ୱାନ

   ଜିଲ୍ଲା କଂଗ୍ରେସର ସାଂଗଠନିକ ବୈଠକ – ତୃଣମୂଳ ସ୍ତରରୁ କଂଗ୍ରେସ ସଂଗଠନକୁ ମଜବୁତ କରିବା ପାଇଁ ଆହ୍ୱାନ

ଜଗତସିଂହପୁର,୦୬/୧୨/୨୦୧୯(ଓଡ଼ିଶା ସମାଚାର/ଲିଲନପ୍ରଭା ପାଢ଼ୀ)-ଜଗତସିଂହପୁର ଜିଲ୍ଲା କଂଗ୍ରେସର ଏକ ସାଙ୍ଗଠନିକ ବୈଠକ ସ୍ଥାନୀୟ ସ୍ୱର୍ଣ୍ଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା କଂଗ୍ରେର ସଭାପତି ନଟବର ବାରିକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଅଖିଳ ଭାରତୀୟ କଂଗ୍ରେସ କମିଟିର ସଂପାଦକ ରୁଦ୍ର ରାଜୁ ଯୋଗ ଦେଇ ତୃଣମୂଳ ସ୍ତରରୁ କଂଗ୍ରେସ ସଂଗଠନକୁ ମଜବୁତ କରିବା ପାଇଁ ଉପସ୍ଥିତ କର୍ମୀମାନଙ୍କୁ ପରାମର୍ଶ ଦେଇଥିଲେ । ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡିଶାରେ  କଂଗ୍ରେସ ସଂଗଠନ ରହିଛି ଓ ଆଗାମୀ ଦିନରେ ମଧ୍ୟ କଂଗ୍ରେସର ନେତୃତ୍ୱ ସେହି ନିରଞ୍ଜନ ପଟ୍ଟନାୟକଙ୍କ ହାତରେ ରହିବ ବୋଲି ଘୋଷଣା କରିଥିଲେ । ଆର୍ଥôକ ଉଦାରିକରଣ,ଦରଦାମ ବୃଦ୍ଧି,ହତ୍ୟା,ଧର୍ଷଣ ଓ ନାରୀ ନିର୍ଯ୍ୟାତନା,ବେକାରୀ,ବର୍ତମାନ ସମୟର ବଢି ବଢି ଚାଲୁଥିବା ବେଲେ ଉଭୟ ରାଜ୍ୟରେ ବିଜେଡି ଓ କେନ୍ଦ୍ରରେ ବିଜେପି ସରକାର ଏସବୁକୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଛନ୍ତି ।ଏଣୁ ଏହା ବିରୁଦ୍ଧରେ କଂଗ୍ରେସ ସଂଗଠନକୁ ମଜବୁତ କରି ୱାର୍ଡ ସ୍ତରରୁ ସଂଗ୍ରାମ କରିବାକୁ ଆହ୍ୱାନ ଦେଇଥିଲେ । ଅଖିଳ ଭାରତୀୟ କଂଗ୍ରେସ କମିଟିର ସଭାନେତ୍ରୀ ସୋନିଆ ଗାନ୍ଧୀଙ୍କ ଆହ୍ୱାନ କ୍ରମେ ଆଗାମୀ ଡିସେମ୍ବର ୧୪ ତାରିଖରେ ଦିଲ୍ଲୀ ରାମଲିଳା ମଇଦାନରେ ହେବାକୁ ଥିବା ବିକ୍ଷୋଭରେ ସାମିଲ ହେବାକୁ କହିଥିଲେ । ଜଗତସିଂହପୁର ଜିଲ୍ଲାରେ ପ୍ରଦେଶ କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବ ବିଶ୍ୱାଳଙ୍କ ନେତୃତ୍ୱରେ ଆଗାମୀ ଦିନରେ କଂଗ୍ରେସ ନବ କଳେବର ହୋଇ ଶକ୍ତି ବୃଦ୍ଧି ହେବ ବୋଲି ଅଖିଳ ଭାରତୀୟ କଂଗ୍ରେସ କମିଟିର ସଂପାଦକ ରୁଦ୍ର ରାଜୁ କହିଥିଲେ ।ଏହା ସହିତ ନିଜ ନିଜ ଅଂଚଳର ସମସ୍ୟାକୁ ନେଇ ଆନ୍ଦୋଳନ କରିବା ସହିତ ସାଧାରଣ ଲୋକ କିଭଳି ଭାବରେ ବିଭିନ୍ନ ପ୍ରକାର ନ୍ୟାୟ ପାଇପାରିବେ ସେଥିପାଇଁ କାର୍ଯ୍ୟକ୍ରମ ହାତକୁ ନେବାକୁ ସେ ପରାମର୍ଶ ଦେଇଥିଲେ । ଆଗାମୀ ଦିନରେ ଜିଲ୍ଲା କଂଗ୍ରେସ ସଂଗଠନ ମାଧ୍ୟମରେ କଂଗ୍ରେସ ଦଳ ବ୍ଲକ ଓ ପୌରାଳ ଗ୍ରସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମ  ହାତକୁ ନେବ ବୋଲି ସୂଚନା ଦେଇଥିଲେ । ଏହି ସାଂଗଠନିକ ବୈଠକରେ ପର୍ଯ୍ୟବେକ୍ଷକ ଭାବେ ପୁର୍ବତନ ବିଧାୟକ ଭୁଜବଳ ମାଝି ଯୋଗ ଦେଇ ଆତ୍ମ ବିଶ୍ୱାସର ସହିତ କଂଗ୍ରେସ କର୍ମୀମାନେ ସାଧାରଣ ଲୋକମାନଙ୍କ ପାଇଁ ସ୍ୱର ଉତୋଳଣ କରିବାକୁ ଆହ୍ୱାନ ଦେଇଛନ୍ତି ।ଏହି ବୈଠକରେ ପ୍ରଦେଶ କଂଗ୍ରେସ କମିଟିର ଉପସଭାପତି ଶୁଭେନ୍ଦୁ ମହାନ୍ତି,ପାରାଦ୍ୱୀପ ବିଧାୟକ ପ୍ରାର୍ଥୀ ତଥା ବିଶିଷ୍ଟ ଶ୍ରମିକ ନେତା ଅରିନ୍ଦମ ସର୍ଖେଲ ,ତିର୍ତୋଲର ବିଧାୟକ ପ୍ରାର୍ଥୀ ଦେବୀ ପ୍ରସାଦ ମଲ୍ଲିକ,ସାଂସଦ ପ୍ରାର୍ଥୀନୀ ପ୍ରତିମା ମଲ୍ଲିକ,ପୁର୍ବତନ ପୌରାଧ୍ୟକ୍ଷ ବିପ୍ଳବ ଚୌଧୁରୀ,ନଗତ କଂଗ୍ରେସ ସଭାପତି ପ୍ରଶାନ୍ତ ମହାପାତ୍ର,ସଂଖ୍ୟା ଲଘୁ ସେଲର ସଭାପତି ଶେଖ ଆମିନୁସ ସାଜେଦିନ,ଜିଲ୍ଲା କଂଗ୍ରେସ କିଶାନ ସେଲ ସଭାପତି ନିତ୍ୟାନନ୍ଦ ପଣ୍ଡା,ଛାତ୍ର କଂଗ୍ରେସର ସଂଯୋଜକ କୃଷ୍ଣ ଚନ୍ଦ୍ର ପ୍ରଧାନ,ବରିଷ୍ଠ କଂଗ୍ରେସ ନେତା ସର୍ବେଶ୍ୱର ପଣ୍ଡା,ମହିଳା କଂଗ୍ରେସର ରାଜ୍ୟ ସଂପାଦିକା ଦିପ୍ତିରାଣୀ ପ୍ରଧାନ,ବିକ୍ରମ ପରିଡା,ଜିଲ୍ଲା ପରିଷଦ ସଭ୍ୟ ମହନି ବେହେରା,ଶରତ ଚନ୍ଦ୍ର ସେଠୀ,ମାନସ ରଥ,ଅଦୈତ ଜେନା,ସାଧୁ ଚରଣ ମହାନ୍ତି,ତର୍ତୋଲ ଯୁବ କଂଗ୍ରେସ ସଭାପତି ଦେବଦ୍ୟୁତି ପୃଷ୍ଟି,ତିର୍ତୋଲ କଂଗ୍ରେସ ସଭାପତି ଅକ୍ଷୟ ଦାସ,ଦେବପ୍ରସାଦ ମଲ୍ଲିକ,ବିଭୁତି ଭୁଷଣ ସ୍ୱାଇଁ,କାଳନ୍ଦୀ ମହାନ୍ତି,ବୈରାଗୀ ଚରଣ ରାଉତ,ପିସିସି ସଭ୍ୟ ଧ୍ୱଜରାଜ ଖଣ୍ଡୁଆଳ,ଦିପକ ପଶାୟତ,ଗୋପବନ୍ଧୁ ସ୍ୱାଇଁ,ଅକ୍ଷୟ ମହାନ୍ତି,ସୂର୍ଯ୍ୟକାନ୍ତ ସାହୁ,ନରଞ୍ଜନ ବେହୁରା,ବୈଷ୍ନବ ନାୟକ ପ୍ରମୁଖ ଯୋଗ ଦେଇ କଂଗେସ୍ର ସଂଗଠନକୁ ମଜବୁତ କରିବା ପାଇଁ ସୁଚିନ୍ତିତ ମତାମତ ଦେଇଥିଲେ । ଓଡ଼ିଶା ସମାଚାର

About admin

Check Also

ରଘୁନାଥପୁର ବିଜେପି ପକ୍ଷରୁ ଜନ ଜାଗରଣ ପଦଯାତ୍ରା

ତାରପୁର,୧୮/୦୧/୨୦୨୦ (ଓଡ଼ିଶା ସମାଚାର)-ରଘୁନାଥପୁର ବ୍ଲକ୍ ବିଜେପି ପକ୍ଷରୁ ଜନଜାଗରଣ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ବିଜେପି ଜିଲା କାର୍ଯ୍ୟକାରିଣୀ ସଭ୍ୟ …

Leave a Reply

Your email address will not be published. Required fields are marked *