Friday , October 18 2019
Breaking News
Home / ସ୍ୱାସ୍ଥ୍ୟ /    ଜିଲ୍ଲାସ୍ତରୀୟ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ଓ ବିଶ୍ୱ  ଦୃଷ୍ଟି ଦିବସ ପାଳିତ 

   ଜିଲ୍ଲାସ୍ତରୀୟ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ଓ ବିଶ୍ୱ  ଦୃଷ୍ଟି ଦିବସ ପାଳିତ 

ଜଗତସିଂହପୁର, ୧୦/୧୦/୨୦୧୯ (ଓଡ଼ିଶା ସମାଚାର)- ଆଜି ମଧ୍ୟାହ୍ନରେ ଜିଲ୍ଲା ମୁଖ୍ୟ  ଚିକିସôାଳୟର ଓ.ପି.ଡି ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ୱାସ୍ଥ୍ୟ  ସମିତି ଓ ଜିଲ୍ଲା ଆଇନନ ସେବା ପ୍ରାଧିକରଣ ପକ୍ଷରୁ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ଓ ବିଶ୍ୱଦୃଷ୍ଟି ଦିବସ ପାଳିତ ହୋଇଯାଇଛି । ଏହି ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଲାପାଳ  ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର କହିଲେ ଯେ କୈ÷ାଣସି ବ୍ୟକ୍ତି ମାନସିକ ଅବସାଦ ଜନିତ ଆତ୍ମହତ୍ୟା କରିବାର ସମ୍ଭାବନା ଥାଏ । ବହୁ ବଳିଷ୍ଠ ବ୍ୟକ୍ତିତ୍ୱ ହିଟ୍ଲର,ଜନ୍ ହେମିଙ୍ଗ୍ େଓ ଓ ବି.ଡି.ସିଦ୍ଧାର୍ଥ ଆତ୍ମହତ୍ୟା କରିଥିଲେ । ମାନସିକ ବିକାରରୁ ରକ୍ଷା ପାଇବା ପାଇଁ ପ୍ରତ୍ୟେକ ବ୍ୟକ୍ତି ପ୍ରତ୍ୟେହ ଶାରିରୀକ ବ୍ୟାୟାମ,ଚାଲିବା,ଦୈାଡିବା ଓ କ୍ରୀଡା ଅଭ୍ୟାସ କରିବା ଆବଶ୍ୟକ । ଏହା ସହିତ ଧର୍ମଗ୍ରନ୍ଥ ଓ ପୁରାଣ ସଂମ୍ବଧୀୟ ପୁସ୍ତକ ପଠନ ଦ୍ୱାରା  ମାନସିକ ଅବସାଦ ଦୂର ହୁଏ । ପ୍ରତ୍ୟେକ ବ୍ୟକ୍ତି ନିଜ କାମ ନିଜେ କରିବା ଦ୍ୱାରା ମନରେ ବିଶାଦ ଆସେ ନାହିଁ । ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀ କମଳାକାନ୍ତ ରାଉତ ଯୋଗଦେଇ କହିଲେ ସମ୍ପତି କହିଲେ ଲୋକ ସ୍ଥାବର ଓ ଅସ୍ଥାବର ସମ୍ପତିକୁ ବୁଝୁଥିଲେ । କିନ୍ତୁ ଏବେ ବୈାଧିକ ସମ୍ପତି ସବୁଠାରୁ ଶ୍ରେଷ୍ଠ ସମ୍ପତି । ଆଇନରେ ୧ରୁ ୭ବର୍ଷ ପର୍ଯ୍ୟନ୍ତ ଶିଶୁ ଯେ କୈାଣସି ଅପରାଧ କଲେ ତାହାକୁ ଅପରାଧ ଧରାଯାଏ ନାହିଁ । ମାନସିକ ରୋଗୀ ଆଇନ ଆଖିରେ ଶିଶୁ ସହିତ ସମାନ । ଆଶାକର୍ମୀ ମାନେ ପାଗଳ ଓ ମାନସିକ ରୋରୀଙ୍କୁ ପାଇଲେ ଡାକ୍ତରଖାନାକୁ ଆଣନ୍ତୁ । ୨୦୧୭ ମସିହାରେ ମାନସିକ ସ୍ୱାସ୍ଥ୍ୟ ସୁରକ୍ଷା ଅଧିନିୟମ କାର୍ଯ୍ୟକାରୀ ହେଉଛି । କୈାଣସି ମାନସିକ ରୋଗୀ ପୋଲିସ ନଜରକୁ ଆସିଲେ ମେଡିକାଲ ଆଣି ଚିକିସôା ସୁବିଧା ଯୋଗାଇବା ଏବଂ ଜିଲ୍ଲା ଆଇନ ସେବା ପ୍ରାଧିକରଣ ମାଧ୍ୟମରେ ଚିକିସôା ସୁବିଧା ଯୋଗାଇବା ସହିତ ସେମାନଙ୍କ ମୋକଦମା ଲଢିବା ନିମନ୍ତେ ସରକାରୀ ଓକିଲ ସହାୟତା ପ୍ରଦାନ କରାଯାଉଛି । ପ୍ରାରମ୍ଭରେ ଜିଲ୍ଲା ମୁଖ୍ୟ ଚିକିସôା ଅଧିକାରୀ ଡଃ ଗୁଂଜର କୁମାର ମହନ୍ତ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ଓ ବିଶ୍ୱ ଦୃଷ୍ଟି ଦିବସ ପାଳନର ଉଦ୍ଧେଶ୍ୟ ସଂପର୍କରେ ଅବଗତ କରାଇଥିଲେ । ଏ.ଡି.ଏମ୍.ଓ  ଡଃ ବସନ୍ତ କୁମାର ବାରିକ ଯୋଗଦେଇ କହିଲେ ପ୍ରତି ବର୍ଷ ଅକ୍ଟୋବର ୧୦ ତାରିଖରେ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳନ କରାଯାଏ । ମାନସିକ ରୋଗୀଙ୍କର ପ୍ରାରମ୍ଭରୁ ଚିକିସôା,ବ୍ୟବହାରିକ ପରାମର୍ଶ ଦ୍ୱାରା  ବ୍ୟକ୍ତି ପାଗଳ ଅବସ୍ଥାକୁ ଯିବ ନାହିଁ । ଏହି ଦିବସରେ ମାନସିକ ଚିକିସôା ବିଶେଷଜ୍ଞ ଡଃ ରଶ୍ମି ରଂଜନ ପଟ୍ଟନାୟକ ଯୋଗଦେଇ ପାଓାର ପଏଣ ଉପସ୍ଥାପନା ମାଧ୍ୟମରେ ମାନସିକ ରୋଗର ଚିକିସôା ଓ ନିରାକରଣ ସଂପର୍କରେ ସୂଚନା ପ୍ରଦାନ କରିଥିଲେ । ଆତ୍ମହତ୍ୟା ପ୍ରବଣତା ନିରାକରଣ ନିମନ୍ତେ ମାନସିକ ରୋଗୀକୁ ସାମାଜିକ ଓ ଗୋଷ୍ଠୀଗତ ସମର୍ଥନ ଦେବା ଆବଶ୍ୟକ । ବିଶ୍ୱରେ ପ୍ରତି ସେକେଣ୍ଡରେ ଜଣେ ଲୋକ ଆତ୍ମହତ୍ୟା କରିଥାନ୍ତି । ବର୍ଷକୁ ୮ଲକ୍ଷ ଲୋକ ଆତ୍ମହତ୍ୟା ଜନିତ ମୃତୁ୍ୟବରଣ କରୁଛନ୍ତି । ପୁରୁଷ ଲୋକ ଅଧିକ ସୁଇସାଇଡ୍ କରନ୍ତି । ବିଷ,ବଧୁଂକ ଓ ଅସ୍ତ୍ରଶସ୍ତ୍ର ଘରେ ନରଖିବା ଉଚିତ୍ । ପ୍ରତ୍ୟେକ ଦିନ ଯୋଗ ଓ ପ୍ରାଣାୟମ୍ ଦ୍ୱାରା ମାନସିକ ଦୁଶ୍ଚିନ୍ତା ଦୂର ହୁଏ । ବିଶିଷ୍ଟ ଚକ୍ଷୁ ବିଶେଷଜ୍ଞ ଡଃ ଅଶୋକ ମିଶ୍ର ଯୋଗଦେଇ ଚକ୍ଷୁର ଯତô ଓ ଚିକିସôା ସଂପର୍କରେ ସୂଚନା ଦେଇଥିଲେ । ବିଦ୍ୟାଳୟ ଛାତ୍ରଛାଚ୍ରୀଙ୍କର ଚକ୍ଷୁ ପରୀକ୍ଷା କରାଯାଇ ମାଗଣାରେ ଚଷମା ବଣନ କରାଯାଉଛି । ମୋତିଆ ବିନ୍ଦୁର ସବୁ ଚିକିସôାଳୟରେ ମାଗଣା ଚିକିସôା କରାଯାଉଛି ବୋଲି କହିଥିଲେ । ଏହି ଦିବସରେ ଏ.ଡି.ଏମ୍.ଓ.ଡଃ ଶ୍ରୀ ରାଏ,ଡି.ପି.ଏମ୍ ଶ୍ରୀ ଚକ୍ରଧର ଜେନା,ପ୍ରୋଗ୍ରାମ ଅଫିସର ଡଃ ସୁଧାଂଶୁ ଲେଙ୍କା,ଜଲ୍ଲାସ୍ତରୀୟ ଅଧିକାରୀ,ସ୍ୱେଛାସେବୀ ସଂଗଠନ ସଦସ୍ୟ,ଶିକ୍ଷକ ଶିକ୍ଷୟିତ୍ରୀ,ଆଶାକର୍ମୀମାନେ ଉପସ୍ଥିତ ଥିଲେ । ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳନ ଅବସରରେ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର ମାନସିକ ସ୍ୱାସ୍ଥ୍ୟ ସଚେତନତା ରଥକୁ ପତାକା ହଲାଇ ଶୁଭ ଉଦ୍ଘାଟନ କରିଥିଲେ । ଏହି ସଚେତନତା ରଥ ସମସ୍ତ ବ୍ଲକ ପରିକ୍ରମା କରି ମାନସିକ ସ୍ୱାସ୍ଥ୍ୟ ସଂପର୍କରେ ଜନସାଧାରଣଙ୍କୁ ସଚେତନ କରିବ । ଏ.ଡି.ପି.ଏଚ୍.ସି.ଓ ଶ୍ରୀ ବିରେନ୍ଦ୍ର କୁମାର ନାୟକ ଦିବସଟିକୁ ସଂଯୋଜନା କରିଥିବା ବେଳେ ଶ୍ରୀ ପ୍ରଶାନ୍ତ କୁମାର ଦାସ,କମୁ୍ୟନିଟି ନର୍ସ ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ଅନ୍ଧତ୍ୱଦୂରୀକରଣ କାର୍ଯ୍ୟକ୍ରମର ସମୀକ୍ଷା : ଆଉ ୧୦ ଜିଲ୍ଲାରେ ଗଡିବ ଭ୍ରାମ୍ୟମାଣ ଚକ୍ଷୁ ଚିକିତ୍ସା କେନ୍ଦ୍ର

ଭୁବନେଶ୍ୱର,୧୬/୧୦/୨୦୧୯ ( ଓଡ଼ିଶା ସମାଚାର)- ରାଜ୍ୟରୁ ଅନ୍ଧତ୍ୱ ଦୂରୀକରଣ ଲାଗି ଚଳିତ ଆର୍ଥିକ ବର୍ଷରେ ରାଜ୍ୟର ଆଉ ୧୦ଟି ଜିଲ୍ଲାରେ …

Leave a Reply

Your email address will not be published. Required fields are marked *