Tuesday , February 25 2020
Breaking News
Home / ସ୍ୱାସ୍ଥ୍ୟ /      ଜିଲ୍ଲାସ୍ତରୀୟ ଜାତୀୟ କୃମି ନାଶକ ଦିବସ,ଫେବୃୟାରୀ-୨୦୨୦ ର ଶୁଭାରମ୍ଭ

     ଜିଲ୍ଲାସ୍ତରୀୟ ଜାତୀୟ କୃମି ନାଶକ ଦିବସ,ଫେବୃୟାରୀ-୨୦୨୦ ର ଶୁଭାରମ୍ଭ

ଜଗତସିଂହପୁର, ୧୦/୦୨/୨୦୨୦ (ଓଡ଼ିଶା ସମାଚାର)- ସୋମବାର ପୂର୍ବାହ୍ନରେ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଜଗତସିଂହପୁର ଠାରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଆନୁକୁଲ୍ୟରେ ଜିଲ୍ଲାସ୍ତରୀୟ ଜାତୀୟ କୃମି ନାଶକ ଦିବସ,ଫେବୃୟାରୀ-୨୦୨୦ର ଶୁଭାରମ୍ଭ ହୋଇଯାଇଅଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର  ଛାତ୍ରୀ ମାନଙ୍କୁ କୃମିନାଶକ ବଟିକା ବଂଟନ କରିଥିଲେ । କୃମି ସଂକ୍ରମିତ ନହେଉଥିବା ପିଲାମାନେ ଅଧିକ ସ୍ୱାସ୍ଥ୍ୟବାନ୍ ହୁଅନ୍ତି । ପିଲାଙ୍କ ଦେହରେ କୃମି ହୋଇ ପୃଷ୍ଟିହୀନତା ଓ ରକ୍ତହିନତା ଯୋଗୁ ଦୁର୍ବଳ ଅନୁଭବ କରନ୍ତି । ସେମାନଙ୍କର ମାନସିକ ଓ ଶାରୀରିକ ଅଭିବୃଦ୍ଧି ବାଧାପାଏ । ସମସ୍ତ ୧ରୁ ୧୯ବର୍ଷର ପିଲାମାନେ ବିଦ୍ୟାଳୟ  ଓ ଅଙ୍ଗନବାଡୀ କେନ୍ଦ୍ରରେ କୃମିନାଶକ ବଟିକା ଚୋବାଇ ଖାଆନ୍ତୁ । ଅଣ ପଂଜିକୃତ ଓ ବିଦ୍ୟାଳୟ ଯାଉନଥିବା ପିଲାମାନେ ଅଙ୍ଗନବାଡୀ କେନ୍ଦ୍ରରେ ଏହି ଔଷଧ ଖାଇ ପାରିବେ । ଯେଉଁ ପିଲାମାନେ ବିଦ୍ୟାଳୟ ଓ ଅଙ୍ଗନବାଡୀ ମାଧ୍ୟମରେ ଜାତୀୟ କୃମିନାଶକ ଦିବସରେ ଔଷଧ ଖାଇ ନଥିବେ ,ସେମାନଙ୍କୁ ୧୭ ଫେବୃୟାରୀ-୨୦୨୦ ଦିନ ଔଷଧ ଦିଆଯିବ । କୃମିନାଶକ ଔଷଧ ଉଭୟ ବୟସ୍କ ଓ ପିଲାଙ୍କ ପାଇଁ  ନିରାପଦ । ଯାହା କେବଳ ବିଦ୍ୟାଳୟ ଓ ଅଙ୍ଗନବାଡୀ କେନ୍ଦ୍ର ମାଧ୍ୟମରେ ମିଳିପାରିବ । ବଟିକାକୁ ଭଲକରି ଚୋବାଇ ଖାଇବାକୁ ପଡିବ ।  ଶୁଦ୍ଧ ପାନୀୟ ଜଳ ବ୍ୟବହାର କରିବେ । ଆଲବେଣ୍ଡାଜୋଲ୍ ବଟିକାକୁ ଚୋବାଇ ନଖାଇବା ଦ୍ୱାରା ଏହାର ପ୍ରଭାବ କମ୍ ହୋଇଥାଏ । ଯେଉଁମାନଙ୍କ ଦେହରେ ଅଧିକ କୃମି ସଂକ୍ରମିତ ହୋଇଥାଏ ବଟିକା ଖାଇବା ପରେ ସେମାନଙ୍କ ଶରୀରରେ  ଦେହ ଅସୁସ୍ଥ ଲାଗିବା,ପେଟରେ ଯନ୍ତ୍ରଣା ହେବା,ତରଳ ଝାଡା ହେବା, ବା କ୍ଲାନ୍ତ ଲାଗିବା ଭଳି ଳକ୍ଷଣ କ୍ୱଚିତ୍ କ୍ଷେତ୍ରରେ ଦେଖିବାକୁ ମିଳିଥାଏ । ତେବେ ଏହା ସେପରି ମାରାତ୍ମକ ନୁହେଁ । ତଥାପି ଆବଶ୍ୟକ ସ୍ଥଳେ ସ୍ୱାସ୍ଥ୍ୟ କର୍ମୀ କିମ୍ବା ଡାକ୍ତରଙ୍କ ପରାମର୍ଶ କରନ୍ତୁ । ଜରୁରୀ ଅବସ୍ଥାରେ ନିକଟସ୍ଥ ସରକାରୀ ଚିକିତ୍ସାଳୟ ସହ ଯୋଗାଯୋଗ କରନ୍ତୁ । ଜଗତସିଂହପୁର ଜିଲ୍ଲାରେ ମୋଟ ୨,୨୯,୩୬୬ ଜଣ ପିଲାଙ୍କୁ କୃମିନାଶକ ବଟିକା ପ୍ରଦାନ କରାଯିବ । ଏହି ଉତ୍ସବରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାର ଡଃ ବିଜୟା ପଣ୍ଡା, ସହକାରୀ ଚିକିତ୍ସା ଅଧିକାରୀ ଡଃ ପ୍ରମୋଦ କୁମାର ବାରିକ,ସହକାରୀ ଚିକିତ୍ସା ଅଧିକାରୀ ଡଃ କ୍ଷେତ୍ରବାସୀ ଦା,ଡି.ପି.ଏମ୍ ଚକ୍ରଧର ଜେନା ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ,ସମସ୍ତ ଛାତ୍ରୀ ଓ ଶିକ୍ଷୟିତ୍ରୀ,ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ । ଉପ-ପରିଚାଳକ ପ୍ରଜନନ  ଓ ଶିଶୁସ୍ୱାସ୍ଥ୍ୟ ଶ୍ରୀ ସୁକାନ୍ତ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ଷ୍ଟାଣ୍ଡାର୍ଡ ପବ୍ଲିକ ସ୍କୁଲରେ ମାଗଣା ସ୍ୱାସ୍ଥ୍ୟ ଶିବିର

କେନ୍ଦ୍ରାପଡ଼ା ୧୮/୦୨/୨୦୨୦ (ଓଡ଼ିଶା ସମାଚାର)-ଜିଲ୍ଲାପାଳଙ୍କ ନିର୍ଦେଶକ୍ରମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପକ୍ଷରୁ ଏକ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ସହରର …

Leave a Reply

Your email address will not be published. Required fields are marked *