Monday , December 16 2019
Breaking News
Home / ବିଶେଷ / ଜିଲ୍ଲାସ୍ତରୀୟ ଅଭିଯୋଗ ଶୁଣାଣି : ୪୩୯ଟି ଅଭିଯୋଗ ର ତତ୍କାଳ ସମାଧାନ ପାଇଁ ନିର୍ଦେଶ

ଜିଲ୍ଲାସ୍ତରୀୟ ଅଭିଯୋଗ ଶୁଣାଣି : ୪୩୯ଟି ଅଭିଯୋଗ ର ତତ୍କାଳ ସମାଧାନ ପାଇଁ ନିର୍ଦେଶ

କେନ୍ଦ୍ରାପଡା ୦୨/୧୨/୨୦୧୯(ଓଡ଼ିଶା ସମାଚାର)-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦଭାବନା ସଭା ଗୃହରେ  ଜିଲ୍ଲାସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର ସୋମବାର  ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ସମର୍ଥ ବର୍ମା, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନୀତି ଶେଖର ଯୋଗଦେଇ ଅଭିଯୋଗ ଗୁଡିକର ଶୁଣାଣି କରିଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ରାଉତ, ଉପ ଜିଲ୍ଲାପାଳ ଜ୍ୟୋତି ଶଙ୍କର ମହାପାତ୍ର, ଡିଆରଡିଏର ପ୍ରକଳ୍ପ ନିର୍ଦ୍ଧେଶକ ଦିଲ୍ଲିପ କୁମାର ପରିଡା, ସୂଚନା ଓ ଲୋକ ସଂପର୍କ ବିଭାଗ  ଉପ ନିର୍ଦ୍ଧେଶକ ଚନ୍ଦ୍ରକାନ୍ତ ନାୟକ ପ୍ରମୁଖ ଏହି ମିଳିତ ଜନ ଅଭିଯୋଗ ଶୁଣାଣିରେ ସହାୟତା କରିଥିଲେ ।  ଏହି ଅଭିଯୋଗ ଶୁଣାଣି ଶିବିରରରେ ମୋଟ ୪୩୯ଟି ଅଭିଯୋଗ ପଞ୍ଜିକୃତ ହୋଇଥିବା ବେଳେ  ସେଥିରୁ ୪୦୫ଟି ବ୍ୟକ୍ତିଗତ ଅଭିଯୋଗ ଥିବା ବେଳେ ୩୪ଟି ସାମୂହିକ ଅଭିଯୋଗ ଥିଲା । ବ୍ୟକ୍ତିଗତ ଅଭିଯୋଗ ଗୁଡିକ ମଧ୍ୟରେ କାଳିଆ ସହାୟତା ପ୍ରଦାନ, ଫନି ସହାୟତା, ଧାନ ଫସଲ କ୍ଷତି ସହାୟତା, ଚିକିତ୍ସା ସହାୟତା, ଭତା ପ୍ରଦାନ,ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଆର୍ଥିକ ସହାୟତା ପ୍ରଦାନ ପ୍ରଭୃତି ଅନ୍ତର୍ଭୁକ୍ତ ।  ସାମୂହିକ ଅଭିଯୋଗ ଗୁଡିକ ମଧ୍ୟରେ ରାସ୍ତା ନିର୍ମାଣ, ନଳକୂପ ଖନନ, ସ୍କୁଲ ସମସ୍ୟାର ସମାଧାନ ଆଦି ଅନ୍ତର୍ଭୁକ୍ତ ।  ଏଥି ସହିତ ପୁରୁଷୋତମପୁର ଠାରେ ଜମି ଅବରୋଧ ହଟାଇବା, ରାସ୍ତା ଅବରୋଧକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ, ଗୁଆଳି ଗାଁ ସ୍ୱୟଂ ସହାୟକ ଗୋଷ୍ଠୀକୁ କାର୍ଯ୍ୟ ଯୋଗାଇ ରୋଜଗାରକ୍ଷମ କରାଇବା, ଗରଦପୁର ଠାରେ ଅଙ୍ଗନବାଡି ଗୃହ ନିର୍ମାଣ ଆଦି ଅନ୍ତର୍ଭୁକ୍ତ । ଏହି ମିଳିତ ଜନ ଅଭିଯୋଗ ଶୁଣାଣି ଶିବିରରେ ଅନ୍ୟମାନଙ୍କ ମଧ୍ୟରେ ସହକାରୀ ଜିଲ୍ଲାପାଳ, କେନ୍ଦ୍ରାପଡା ତହସିଲଦାର , ଜିଲ୍ଲା ଶିକ୍ଷା ଅଧିକାରୀ କଳ୍ପନା ବେହେରା,ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ଚିନ୍ମୟୀ ରଥ ପ୍ରମୁଖଙ୍କ ସହିତ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଯୋଗ ଦେଇଥିଲେ । ଓଡ଼ିଶା ସମାଚାର

About admin

Check Also

ପ୍ରବାଦପୁରୁଷ ଭାଗବତ ପ୍ରସାଦ ମହାନ୍ତିଙ୍କ ଦେହାନ୍ତ ଏକ ଯୁଗର ଅବସାନ – କେନ୍ଦ୍ରାପଡା ଜିଲ୍ଲା ସାହିତ୍ୟ ସଂସଦ

କେନ୍ଦ୍ରାପଡା,୧୫/୧୨/୨୦୧୯(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ଜିଲ୍ଲା ସାହିତ୍ୟ ସଂସଦ ଆନୁକୁଲ୍ୟରେ ପ୍ରବାଦପୁରୁଷ ଭାଗବତ ପ୍ରସାଦ ମହାନ୍ତିଙ୍କ ଦେହାନ୍ତରେ ଏକ ସ୍ମୃତିଚାରଣ ସଭା ସଂସଦର …

Leave a Reply

Your email address will not be published. Required fields are marked *