Wednesday , December 11 2019
Breaking News
Home / ସ୍ୱାସ୍ଥ୍ୟ / ଜିଲା ଚିକିତ୍ସାଳୟ ପଛ ଫାଟକ ଖୋଲିବା ଦାବି – ମୁଖ୍ୟ ଫାଟକରେ ତାଲା ପକାଇଲେ ମହିଳା

ଜିଲା ଚିକିତ୍ସାଳୟ ପଛ ଫାଟକ ଖୋଲିବା ଦାବି – ମୁଖ୍ୟ ଫାଟକରେ ତାଲା ପକାଇଲେ ମହିଳା

କେନ୍ଦ୍ରାପଡା, ୨୦/୧୦/୨୦୧୯(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ପୌରସଂସ୍ଥା ଅନ୍ତର୍ଗତ ୮ନମ୍ବର ୱାର୍ଡର ଶତାଧିକ ମହିଳା ଶନିବାର ସକାଳେ ଜିଲା ମୁଖ୍ୟ ଚିକିତ୍ସାଳୟ ମୁଖ୍ୟ ଫାଟକରେ ତାଲା ପକାଇ ଫାଟକ ଆଗରେ ବହୁ ସମୟଧରି ବସି ରହିଥିଲେ । ସେମାନଙ୍କ ଦାବିଥିଲା ଜିଲା ମୁଖ୍ୟ ଚିକିତ୍ସାଳୟ ପଛ ପାଖରେ ତାଙ୍କ ୱାର୍ଡକୁ ଯିବା ଆସିବା ପାଇଁ ଗୋଟିଏ ଛୋଟ ଫାଟକ ଥିଲା । ଏହି ଫାଟକରେ ଡାକ୍ତରଖାନା ପକ୍ଷରୁ ତାଲା ପକାଇ ଦିଆଯିବାରୁ ତାଙ୍କ ୱାର୍ଡର ରୋଗୀମାନେ କେନ୍ଦ୍ରାପଡା ଡାକ୍ତରଖାନାକୁ ପ୍ରାୟ ଏକ କି.ମି. ବୁଲାଣି ରାସ୍ତାଦେଇ ଆସୁଛନ୍ତି । ସେହି ଫାଟକର ତାଲା ଖୋଲିବାପାଇଁ ଜିଲାମୁଖ୍ୟ ଚିକିସôା ଅଧିକାରିଣୀଙ୍କୁ ବାରମ୍ବାର ଅନୁରୋଧ ସତ୍ୱ୍ୱେ ସେହି ଫାଟକର ତାଲା ଖୋଲା ନ ଯିବାରୁ ମନକରପୁର ଗ୍ରାମର ମହିଳାମାନେ ଜିଲାମୁଖ୍ୟ ଚିକିସôାଳୟର ମୁଖ୍ୟ ଫାଟକରେ ତାଲା ପକାଇ ଫାଟକ ଆଗରେ ଧାରଣାରେ ବସିଥିଲେ । ପରିସ୍ଥିତି ଉତେଜନାପୂର୍ଣ୍ଣ ହୋଇପଡିବାରୁ କେନ୍ଦ୍ରାପଡା ଟାଉନଥାନାର ଭାରପ୍ରାପ୍ତ ଅଧିକାରୀ ଜ୍ୟୋତିରଞ୍ଜନ ସାମନ୍ତରାୟ ପୁଲିସ ଫୋର୍ସ ସହିତ ପହଂଚି ମହିଳାମାନଙ୍କ ସହ ଆଲୋଚନା କରିବା ସହିତ ଏ ସମ୍ପର୍କରେ ଜିଲାପାଳଙ୍କ ସହିତ ଆଲୋଚନା କରିଥିଲେ । ଜିଲାପାଳଙ୍କ ନିର୍ଦ୍ଧେଶରେ ଡାକ୍ତରଖାନାର ପଛପାଖ ଗେଟ୍ ଖୋଲି ଦିଆଯାଇଥିଲା । ଏହା ପରେ ଆନ୍ଦୋଳନକାରୀ ମହିଳାମାନେ ଡାକ୍ତରଖାନାର ମୁଖ୍ୟ ଫାଟକରୁ ତାଲା ଖୋଲିବା ସହିତ ଧାରଣା ପ୍ରତ୍ୟାହାର କରି ଡାକ୍ତରଖାନାର ପଛପାଖ ଗେଟ୍ ବାଟଦେଇ ନିଜ ନିଜ ଘରକୁ ଫେରିଯାଇଥିଲେ । ଓଡ଼ିଶା ସମାଚାର

About admin

Check Also

ପୁନର୍ବାସ ପକ୍ଷରୁ ସ୍ପିଚ ଥେରାପିର ଶୁଭାରମ୍ଭ

କେନ୍ଦ୍ରାପଡା, ୦୮/୧୨/୨୦୧୯(ଓଡ଼ିଶା ସମାଚାର)-–ଭିନ୍ନକ୍ଷମଙ୍କ ସହାୟତା ଓ ପୁନଃ ପ୍ରତିଷ୍ଠା ପାଇଁ କାର୍ଯ୍ୟରତ ସ୍ୱେଛାସେବୀ ଅନୁଷ୍ଠାନ ପୁନର୍ବାସ ପକ୍ଷରୁ ସ୍ପିଚ ଥେରାପିର …

Leave a Reply

Your email address will not be published. Required fields are marked *