Saturday , February 29 2020
Breaking News
Home / କୃଷି / ଜିଲା କୃଷକ ସଂଗଠନର ସାଧାରଣ ବୈଠକ

ଜିଲା କୃଷକ ସଂଗଠନର ସାଧାରଣ ବୈଠକ

ତାରପୁର, ୧୮/୦୧/୨୦୨୦ (ଓଡ଼ିଶା ସମାଚାର)-ରଘୁନାଥପୁର ବ୍ଲକ୍ ଅନ୍ତର୍ଗତ ଧଳତଙ୍ଗଗଡ଼ ଠାରେ ଜିଲା କୃଷକ ସଂଗଠନର ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଂଗଠନର ସମ୍ପାଦକ ଇଂ ବାବାଜୀ ଚରଣ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଜିଲାର ୮ ଗୋଟି ବ୍ଲକ୍ ର ଚାଷୀନେତାମାନେ ଯୋଗଦେଇ କୃଷକଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ । ବ୍ଲକ୍ ର ପ୍ରମୁଖ କୃଷକ ନେତା ପ୍ରଶାନ୍ତ ଦାସ ଉକ୍ତ ବ୍ଲକ୍ ରେ ଜିନ୍ଦଲ କମ୍ପାନୀର ଚାଷ ଜମି ଅଧିଗ୍ରହଣ ସମ୍ପର୍କରେ ଉପୁଜିଥିବା ସମସ୍ୟା ସମ୍ପର୍କରେ ଆଲୋଚନା କରି ଏହାର ସମାଧାନ ଦିଗରେ ସଂଗଠନର ହସ୍ତକ୍ଷେପ ଲୋଡ଼ିଥିଲେ । ସମଗ୍ର ଜିଲାରେ କୋକୁଆ ଭୟ ସୃଷ୍ଟି କରିଥିବା ସାଧାରଣ ଗରୀବ ଚାଷୀ ମାନଙ୍କର ବିଦ୍ୟୁତ ଲାଇନ କଟିଯିବା ସମସ୍ୟା ଉପରେ ପ୍ରତ୍ୟେକ ଅଂଚଳର ଚାଷୀମାନେ ଉଦବେଗ ପ୍ରକାଶ କରିଥିଲେ । ସଂଖ୍ୟାଧିକ ଚାଷୀଙ୍କର ଭୁଲ ବିଦ୍ୟୁତ ବିଳ ସଂଶୋଧନ କରାନଯାଇ ତାଙ୍କ ଠାରୁ ଯୋର ଜବରଦସ୍ତ ବିଲ ଆଦାୟ କରାଯିବା ପ୍ରକ୍ରିୟାକୁ ବୈଠଳରେ ବିରୋଧ କରାଯାଇଥିଲା । ଏହି ସମସ୍ୟାକୁ ନେଇ ଜିଲାପାଳ ଓ ବିଭାଗୀୟ ଯନ୍ତ୍ରୀଙ୍କ ସହିତ ଆଲୋଚନା କରି ଏହାର ସମାଧାନ ପନ୍ଥା ବାହର କରିବା ପାଇଁ ବୈଠଳରେ ସ୍ଥିର କରାଯାଇଥିଲା । ସର୍ବସମ୍ମତିକ୍ରମେ ଦିଲିପ କୁମାର ରଥ ଓ ପ୍ରଶାନ୍ତ କୁମାର ଦାସଙ୍କୁ ଜିଲା କୃଷକ ସଂଗଠନର ଉପଦେଷ୍ଟା ଭାବେ ଗ୍ରହଣ କରାଯାଇଥିଲା । ସଂଗଠନର ସଭାପତି ଗୋବିନ୍ଦ ଚନ୍ଦ୍ର ଜେନା , ଉପସଭାପତି ସାରଦା ପ୍ରସାଦ ରାୟ, ପାର୍ଥଶଖା ପାଲଟାସିଂ, ନିତ୍ୟାନନ୍ଦ ନାୟକ, ଶଶିଭୁଷଣ ନାୟକ, ପ୍ରକାଶ ଜେନା, ଅରୁଣ ସ୍ୱାଇଁ , କ୍ଷେତ୍ରମୋହନ ବେହୋରା, ଡ଼ଃ ରାଜ କିେ;ଶାର ବରାଳ,ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ଯଦୁନାଥ ଜେନା, ବିଚିତ୍ରାନନ୍ଦ ସ୍ୱାଇଁ,ଅଜୟ ଜେନା, ବିନୋଦ ବିହାରୀ ରାଉତ, ରଂଜନ କୁମାର ସ୍ୱାଇଁ,ଦିବାକର ନାୟକ,ଗଙ୍ଗାଧର ଜେନା, ବିପିନ ବିହାରୀ ସ୍ୱାଇଁ ଙ୍କକ ସମେତ ବହୁ ଚାଷୀ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

କୃଷି ବିଜ୍ଞାନ କେନ୍ଦ୍ରରେ ଗବେଷଣା ଓ ସଂପ୍ରସାରଣ ପାଇଁ ମିଳିତ ବୈଠକ

କେନ୍ଦ୍ରାପଡା ୨୬/୦୨/୨୦୨୦ (ଓଡ଼ିଶା ସମାଚାର)-କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଜଜାଙ୍ଗସ୍ଥିତ କୃଷି ବିଜ୍ଞାନ କେନ୍ଦ୍ର ସମ୍ମିଳନୀ କକ୍ଷରେ ବୁଧବାର ପୂର୍ବାହ୍ନରେ କୃଷି …

Leave a Reply

Your email address will not be published. Required fields are marked *