Monday , December 16 2019
Breaking News
Home / ବିଶେଷ / ଜିଲା ଅବକାରୀ ବିଭାଗରେ ଅଚଳାବସ୍ଥା

ଜିଲା ଅବକାରୀ ବିଭାଗରେ ଅଚଳାବସ୍ଥା

କେନ୍ଦ୍ରାପଡା,୧୫/୧୧/୨୦୧୯(ଓଡ଼ିଶା ସମାଚାର)-ଜିଲା ଅବକାରୀ ବିଭାଗର ସୁପରିନଟେଣ୍ଡେଂଟ ଗତ ମାସରେ ଅବସର ନେଇଥିବାରୁ କେନ୍ଦ୍ରାପଡାର ଅତିରିକ୍ତ ଜିଲାପାଳ ବସନ୍ତ କୁମାର ରାଉତ ନିଜ ଦାୟିତ୍ୱ ସହିତ ଅବକାରୀ ବିଭାଗର ସୁପରିନଟେଣ୍ଡେଂଟ ଦାୟିତ୍ୱରେ ଅଛନ୍ତି । ଅବକାରୀ କାର୍ଯ୍ୟାଳୟରେ ଦୁଇଟି କିରାଣି ପଦ ମଞ୍ଜୁରି ଥିବାବେଳେ ଦୁଇବର୍ଷ ହେବ ବରିଷ୍ଠ କିରାଣି ପଦ ଖାଲି ପଡିଛି । କନିଷ୍ଠ କିରାଣିଙ୍କୁ ଅନ୍ୟତ୍ର ବଦଳି କରାଯାଇଥିବାରୁ ସେ ୨୩ତାରିଖରୁ ନୂତନ ସ୍ଥାନରେ ଯୋଗ ଦେଇଛନ୍ତି । ତାଙ୍କ ସ୍ଥାନରେ ବୌଦ୍ଧ ଜିଲାରୁ ସନ୍ଦୀପ ପଟ୍ଟନାୟକଙ୍କର ବଦଳି ହୋଇଥିବା ବେଳେ ସେ ଏପର୍ଯ୍ୟନ୍ତ ଏଠାକୁ ଆସିନାହାନ୍ତି । ତେଣୁ ଜିଲା ଅବକାରୀ କାର୍ଯ୍ୟାଳୟ ସଂପୂର୍ଣ୍ଣ ଅଚଳ ହୋଇପଡିଛି । ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ କାର୍ଯ୍ୟାଳୟ ଜଗି ବସିଛନ୍ତି । ଏହି ଜିଲା କାର୍ଯ୍ୟାଳୟ ପାଇଁ ଦୁଇ ଇନ୍ସପେକ୍ଟରଙ୍କ ସ୍ଥାନରେ ଅଛନ୍ତି ଜଣେ । ୪ ସବ-ଇନ୍ସପେକ୍ଟରଙ୍କ ସ୍ଥାନରେ ଅଛନ୍ତି ଦୁଇ । ୫ ସହକାରୀ ସବ୍-ଇନ୍ସପେକ୍ଟରଙ୍କ ସ୍ଥାନରେ ଅଛନ୍ତି ୪ । ୧୫ କନଷ୍ଟେବଳଙ୍କ ସ୍ଥାନରେ ଅଛନ୍ତି ୮ । ଏଭଳି ପରିସ୍ଥିତିରେ ଜିଲା ଅବକାରୀ କାର୍ଯ୍ୟାଳୟ ବସ୍ତୁତଃ ଅଚଳ ହୋଇପଡିଛି । ତୁରନ୍ତ ସୁପରିନଟେଣ୍ଡେଂଟ ପଦ ସହିତ ଅନ୍ୟ ଖାଲି ପଡିଥିବା ପଦ ପୂରଣ ପାଇଁ ସାଧାରଣରେ ଦାବି ହେଉଛି । ଓଡ଼ିଶା ସମାଚାର

About admin

Check Also

ବିଦେଶୀ ପକ୍ଷୀ ଜବତ, ୩ ଗିରଫ

ଖୋର୍ଦ୍ଧା, ୧୬/୧୨/୨୦୧୯(ଓଡ଼ିଶା ସମାଚାର)-  ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ୱାଇଲ୍ଡ ଲାଇଫ୍ ପକ୍ଷରୁ ଚଢ଼ଉ କରାଯାଇ ୩ଜଣ ପକ୍ଷୀ ଶିକାରୀଙ୍କୁ ଗିରଫ …

Leave a Reply

Your email address will not be published. Required fields are marked *