Monday , December 16 2019
Breaking News
Home / ଶିକ୍ଷା / ଜିଲାସ୍ତରୀୟ ଶିଶୁ ମହୋତ୍ସବ ସରଗିଫୁଲ

ଜିଲାସ୍ତରୀୟ ଶିଶୁ ମହୋତ୍ସବ ସରଗିଫୁଲ

କାମାଖ୍ୟାନଗର, ୧୫/୧୧/୨୦୧୯(ଓଡ଼ିଶା ସମାଚାର)- ଢେଙ୍କାନାଳ ଜିଲାସ୍ତରୀୟ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ସେବାଶ୍ରମ ବିଦ୍ୟାଳୟର ସରଗିଫୁଲ କାମାଖ୍ୟାନଗର ବ୍ଲକ ଅନ୍ତର୍ଗତ ଅଁଳାବେରେଣୀ ପଂଚାୟତର ଢ଼େଙ୍କାନାଳ- କାମାଖ୍ୟାନଗର ମୁଖ୍ୟରାସ୍ତା କଡରେ ଆଲୁଅଝରଣଠାରେ ଶେବାଶ୍ରମ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଢେଙ୍କାନାଳ ଅତିରିକ୍ତ ଜିଲାପାଳ ଭବେଶ କୁମାର ନାୟକ ମୁଖ୍ୟଅତିଥି ରୂପେ ଯୋଗଦେଇ ଉତ୍ସବକୁ ଉଦଘାଟନ କରି ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତିର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଲୁକ୍କାୟିତ ପ୍ରତିଭା ଲୋକଲୋଚନକୁ ଆସିପାରିଲେ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କର ଯୋଜନା ସଠିକ ଭାବରେ ରୂପାୟିତ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ । କାମାଖ୍ୟାନଗର ଉପଜିଲାପାଳ ବିଷ୍ଣୁପ୍ରସାଦ ଆଚାର୍ଯ୍ୟ ମୁଖ୍ୟବକ୍ତା ରୂପେ ଯୋଗଦେଇ ନିଜର ଆତ୍ମବିଶ୍ୱାସ ପ୍ରତି ଗୁରୁତ୍ୱ ଦେଇ ପାରିଲେ ଛାତ୍ରଛାତ୍ରୀ ସମାଜରେ ପ୍ରତିଷ୍ଠିତ ହେଇ ପାରିବେ ବୋଲି ମତବ୍ୟକ୍ତ କରିଥିଲେ । ଏହି ଅବସରରେ ଛାତଛାତ୍ରୀଙ୍କ ମଧ୍ୟରେ ବକ୍ତୃତା, ଏକକ ଅଭିନୟ, ଗଣିତ, ବିଜ୍ଞାନ ଓ ସାଧାରଣ କୁଇଜ ପ୍ରତିଯୋଗୀତା, ଡ୍ରଇଂ, ସଙ୍ଗୀତ ଆଦି ୨୨ ଟି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ଜିଲାର ୩୮ଟି ଆଶ୍ରମ ଓ ସେବାଶ୍ରମ ବିଦ୍ୟାଳୟର ସାଢେ ୩ ଶହ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ଉଦଯାପନୀ ଉସôବରେ ଢେଙ୍କାନାଳ ଜିଲାପାଳ ଭୁମେଶଚନ୍ଦ୍ର ବେହେରା ମୁଖ୍ୟ ଅତିଥି ରୁପେ ଯୋଗଦେଇ ଛାତ୍ରଛାତ୍ରୀ ଶିକ୍ଷାକୁ ଗୁରୁତ୍ୱ ଦେଲେ ରାଜ୍ୟ ତଥା ଦେଶର ଉନ୍ନତିରେ ଏହା ସହାୟକ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ । ଆରକ୍ଷୀ ଅଧୀକ୍ଷକ ଅନୁପମା ଜେମସ୍ ମୁଖ୍ୟବକ୍ତା ରୁପେ ଯୋଗଦେଇ ସରକାରଙ୍କ ପକ୍ଷରୁ ଶିକ୍ଷା କ୍ଷେତ୍ରରେ ବିଭିନ୍ନ ପଦକ୍ଷେପ ସଂପର୍କରେ ଆଲୋକପାତ କରି ଛାତ୍ରଛାତ୍ରୀ ତଥା ଶିକ୍ଷକଶ୍ରେଣୀ ଏଥିପ୍ରତି ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଥିଲେ । ଉଦଘାଟନୀ ଓ ଉଦଯାପନୀ ଉସôବରେ ଜିଲା ମଙ୍ଗଳ ଅଧିକାରୀ ମାନସରଂଜନ ମିଶ୍ର ସଭାପତିତ୍ୱ କରିଥିବା ବେଳେ ତାରେଣୀପଶୀ ଆଶ୍ରମ ବିଦ୍ୟାଳୟର ହିନ୍ଦୀ ଶିକ୍ଷକ ନାରାୟଣ ପଣ୍ଡା ଧନ୍ୟବାଦ ଦେଇଥିଲେ । ଆଲୁଅଝରଣ ସେବାଶ୍ରମର ପ୍ରଧାନଶିକ୍ଷକ ଶରତଚନ୍ଦ୍ର ଦେହୁରୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ବିଦ୍ୟାଳୟର ସମସ୍ତ ଶିକ୍ଷକ,ଶିକ୍ଷୟତ୍ରୀ ଓ କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ବିଦ୍ୟା ଅଧ୍ୟୟନ ସହିତ ଖେଳକୁଦରେ ମଧ୍ୟ ଯଥେଷ୍ଟ ଆବଶ୍ୟକତା ରହିଛି 

ସାଲେପୁର,୧୪/୧୨/୨୦୧୯ (ଓଡ଼ିଶା ସମାଚାର/ ଅଭୟ ଜେନା ) : ଖେଳକୁଦ ଦ୍ୱାରା ସ୍ୱାସ୍ଥ୍ୟର ଉନ୍ନତି ସହିତ ଶରୀର ନିରୋଗ ରହିଥାଏ …

Leave a Reply

Your email address will not be published. Required fields are marked *