Saturday , November 16 2019
Breaking News
Home / ବିଶେଷ / ଜିଲାରେ ଗ୍ରାମୀଣ ଗୃହ ନିର୍ମାଣ ଯୋଜନାରେ ୭ମାସରେ ମାତ୍ର ୯ଭାଗ ଗୃହ ନିର୍ମାଣ ଶେଷ ହୋଇଛି

ଜିଲାରେ ଗ୍ରାମୀଣ ଗୃହ ନିର୍ମାଣ ଯୋଜନାରେ ୭ମାସରେ ମାତ୍ର ୯ଭାଗ ଗୃହ ନିର୍ମାଣ ଶେଷ ହୋଇଛି

କେନ୍ଦ୍ରାପଡା,୦୮/୧୧/୨୦୧୯(ଓଡ଼ିଶା ସମାଚାର)-ପ୍ରଧାନମନ୍ତ୍ରୀ ଆବାସ ଯୋଜନା,ବିଜୁ ପକ୍କାଘର ଯୋଜନା ଓ ନିର୍ମାଣ ଶ୍ରମିକ ପକ୍କାଘର ଯୋଜନାରେ କେନ୍ଦ୍ରାପଡା ଜିଲାରେ ଅପ୍ରେଲମାସଠାରୁ ଅକ୍ଟୋବର ଶେଷସୁଦ୍ଧା ୭ମାସ ମଧ୍ୟରେ ମୋଟ ୨୯ହଜାର ୯୬୦ଟି ଗୃହ ନିର୍ମାଣ ହେବାପାଇଁ ମଞ୍ଜୁରୀ ମିଳିଥିବାବେଳେ ସେଥି ମଧ୍ୟରୁ ମାତ୍ର୨୫୮୭ଟି ଗୃହ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । ଯାହା କି ସମୁଦାୟ ଧାର୍ଯ୍ୟଲକ୍ଷ୍ୟର ମାତ୍ର ଶତକଡା ୮. ୬୩ ଭାଗ । ଆସନ୍ତା ପାଂଚମାସ ଭିତରେ ଅବଶିଷ୍ଟ୨୭,୩୭୩ ଗୃହ ନିର୍ମାଣ କାର୍ଯ୍ୟ ଶେଷ ହେବାରେ ଅନିଶ୍ଚିତତା ଦେଖା ଦେଇଛି । ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାରୁ ମିଳିଥିବା ତଥ୍ୟ ଅନୁଯାୟୀ ଏହି ତିନୋଟି ଗ୍ରାମୀଣ ଗୃହ ନିର୍ମାଣ ଯୋଜନାରେ ମହାକାଳପଡା ବ୍ଲକରେ ୬୦୫୦ଟି ଗୃହ ନିର୍ମାଣ ହେବାପାଇଁ ମଂଜୁରୀ ଥିବା ବେଳେ ହୋଇଛି ମାତ୍ର ୨୯୦ଟି , ରାଜନଗର ବ୍ଲକରେ ୫୯୪୬ଟି ଗୃହ ନିର୍ମାଣ ହେବାପାଇଁ ମଂଜୁରୀ ମିଳିଥିବା ବେଳେ ହୋଇଛି ମାତ୍ର ୪୦୮ଟି, ଆଳି ବ୍ଲକରେ ୪୮୩୪ଟିରୁ ହୋଇଛି ମାତ୍ର ୩୬୫ଟି, ରାଜକନିକା ବ୍ଲକରେ ୫୨୯୮ଟିରୁ ହୋଇଛି ମାତ୍ର ୪୨୭ଟି, ପଟ୍ଟାମୁଣ୍ଡାଇ ବ୍ଲକରେ ୨୮୬୯ଟିରୁ ହୋଇଛି ମାତ୍ର ୩୫୫, କେନ୍ଦ୍ରାପଡା ବ୍ଲକରେ ୨୨୦୦ଟିରୁ ହୋଇଛି ମାତ୍ର ୩୦୨ଟି, ମାର୍ଶାଘାଇ ବ୍ଲକରେ୧୬୬୪ଟିରୁ ହୋଇଛି ମାତ୍ର ୨୩୨ଟି, ଡେରାବିଶ ବ୍ଲକରେ ୮୫୦ଟିରୁ ହୋଇଛି ମାତ୍ର ୧୫୬ଟି, ଗଦରପୁର ବ୍ଲକରେ ୨୪୯ଟିରୁ ହୋଇଛି ମାତ୍ର ୫୨ଟି । ନିର୍ମାଣ ଶ୍ରମିକ ଗୃହ ପକ୍କାଘର ଯୋଜନାରେ ଯେଉଁସବୁ ଗୃହ ନିର୍ମାଣ ହୋଇଛି ତାହା ଅତ୍ୟନ୍ତ ନୈରାଶ୍ୟ ଜନକ । ଏହି ଯୋଜନାରେ ମହାକାଳପଡା ବ୍ଲକରେ ୧୫ଟିରୁ ୨ଟି, ରାଜନଗର ବ୍ଲକରେ ୩ରୁ ଗୋଟିଏ, ଆଳିବ୍ଲକରେ ୪୫ରୁ ୯ଟି, ରାଜକନିକା ବ୍ଲକରେ ୪ରୁ ଗୋଟିଏ, ପଟ୍ଟାମୁଣ୍ଡାଇ ବ୍ଲକରେ ୧ରୁ ଶୂନ୍ୟ, ମାର୍ଶାଘାଇ ବ୍ଲକରେ ୫ରୁ ୩ଟି, ଡେରାବିଶ ବ୍ଲକରେ ଆଦୌ ଏହି ଯୋଜନାରେ ଘର ମଞ୍ଜୁର ହୋଇନାହିଁ । ଗଦରପୁର ବ୍ଲକରେ ୧ରୁ ୧ । ଏହିଭଳି ସମୁଦାୟ ୭୯ଟିରୁ ମାତ୍ର ୧୯ଟି ଗୃହ ନିର୍ମାଣ ଶେଷ ହୋଇଛି । ଜିଲ୍ଲାରେ ୭ମାସ ମଧ୍ୟରେ ଗ୍ରାମୀଣ ଗୃହ ନିର୍ମାଣ ଯୋଜନାରେ ମାତ୍ର ୯ଭାଗ ଗୃହର ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବା ବେଳେ ଆଉ ମାତ୍ର ୫ମାସ ମଧ୍ୟରେ ୯୧ଭାଗ ଗୃହର ନିର୍ମାଣ କାର୍ଯ୍ୟ କିପରି ଶେଷ ହେବ ତାହା ଆଶ୍ଚର୍ଯ୍ୟ ଚକିତ କରିଛି ? ଏଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାନଗଲେ ପରବର୍ତି ବର୍ଷରେ ଜିଲ୍ଲାକୁ ଏହିସବୁ ଯୋଜନାରେ ମିଳିବାକୁ ଥିବା କୋଟା ହ୍ରାସ ପାଇବାର ସମ୍ଭାବନା ସୃଷ୍ଟି ହୋଇଛି । ଓଡ଼ିଶା ସମାଚାର

About admin

Check Also

କେନ୍ଦ୍ରାପଡା ବାଲିଯାତ୍ରାରେ ମନମୋହିଲା ଭାଇଚାରାର ସମ୍ପର୍କ

କେନ୍ଦ୍ରାପଡା ୧୫/୧୧/୨୦୧୯(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ବାଲିଯାତ୍ରା ମହୋତ୍ସବ ୨୦୧୯ର ତୃତୀୟ ସନ୍ଧ୍ୟାରେ ମନମୋହିଲା ଭାଇଚାରାର ସମ୍ପର୍କ । ଜାତି,ଧର୍ମ,ବର୍ଣ୍ଣ ନିର୍ବିଶେଷରେ ଏକାଠିହେଲେ …

Leave a Reply

Your email address will not be published. Required fields are marked *