Friday , October 18 2019
Breaking News
Home / ଶିକ୍ଷା / ଜିଲାପାଳଙ୍କ ହସ୍ତକ୍ଷେପ ପରେ ବିଦ୍ୟାଳୟରୁ ଖୋଲିଲା ତାଲା

ଜିଲାପାଳଙ୍କ ହସ୍ତକ୍ଷେପ ପରେ ବିଦ୍ୟାଳୟରୁ ଖୋଲିଲା ତାଲା

ରାଜନଗର, ୨୦/୦୯/୨୦୧୯(ଓଡ଼ିଶା ସମାଚାର)- ରାଜନଗର ବ୍ଲକ ରାଜପୁର ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ବିବାଦ ଯୋଗୁଁ ଅଭିଭାବକମାନେ ତାଲା ପକାଇଥିଲେ । ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଟଙ୍କା ନ ଉଠାଇବାରୁ ପୋଷାକ ଓ ଜୋତା ବଂଟନ ବନ୍ଦ ରହିଥିଲା । ମଧ୍ୟାହ୍ନ ଭୋଜନ ବନ୍ଦ ରହିଥିଲା । ଏହାର ପ୍ରତିବାଦ କରି ଅଭିଭାବକମାନେ ବିଦ୍ୟାଳୟ ଫାଟକରେ ତାଲା ପକାଇଥିଲେ । ଖବରପାଇ ଜିଲାପାଳ ସମର୍ଥ ବର୍ମା ବ୍ଲକ ଶିକ୍ଷାଧିକାରୀ ରାଜେଶ କୁମାର ସ୍ୱାଇଁଙ୍କୁ ତୁରନ୍ତ ସମସ୍ୟାର ସମାଧାନ ପାଇଁ ନିର୍ଦ୍ଧେଶ ଦେଇଥିଲେ । ବ୍ଲକ ଶିକ୍ଷାଧିକାରୀ ଶ୍ରୀ ସ୍ୱାଇଁ, ସିଆରସିସି ପ୍ରଶାନ୍ତ କୁମାର ଜେନା ବିଦ୍ୟାଳୟ ନିକଟରେ ପହଂଚି ତାଲା ଖୋଲିବାକୁ ଅଭିଭାବକଙ୍କୁ ଅନୁରୋଧ କରିବା ସହ ସମସ୍ୟା ସଂପର୍କରେ ଆଲୋଚନା କରି ସମାଧାନ କରିବାକୁ କହିଥିଲେ । ଏହାପରେ ଅଭିଭାବକମାନେ ତାଲା ଖୋଲି ବିଦ୍ୟାଳୟ ପରିସରରେ ବସି ଆଲୋଚନା କରିଥିଲେ । କିନ୍ତୁ ବିଦ୍ୟାଳୟ ପରିଚାଳନା କମିଟିର ସଭାପତିଙ୍କୁ ଡକାଇଥିଲେ ମଧ୍ୟ ସେ ଆସିନଥିଲେ । ଜିଲାପାଳ ଶ୍ରୀ ବର୍ମା ପହଂଚି ଘଟଣା ସଂପର୍କରେ ଅବଗତ ହେବା ପରେ ଶିକ୍ଷାଧିକାରୀଙ୍କୁ ଆବଶ୍ୟକ ନିଷ୍ପତି ନେବାକୁ କହି ଚାଲି ଆସିଥିଲେ । ବ୍ଲକ ଶିକ୍ଷାଧିକାରୀ ଶ୍ରୀ ସ୍ୱାଇଁ ପରିଚାଳନା କମିଟିକୁ ଭାଙ୍ଗି ଦେବା ସହ ନୂତନ କମିଟି ଗଠନ ପର୍ଯ୍ୟନ୍ତ ସିଆରସିସି ଓ ପ୍ରଧାନ ଶିକ୍ଷକ ଟଙ୍କା ଉଠାଇ ପୋଷାକ ବିତରଣ କରିବା ସହ ମଧ୍ୟାହ୍ନ ଭୋଜନ ଚାଲୁ ରଖିବାକୁ ନିର୍ଦ୍ଧେଶ ଦେଇଥିଲେ । ଏହା ପରେ ସମସ୍ତ ଶିକ୍ଷକ ଓ ଆସିଥିବା ଅଭିଭାବକ, ସିଆରସିସି, ବ୍ଲକ ଶିକ୍ଷାଧିକାରୀ ସାମିଲ ହୋଇ ବିଦ୍ୟାଳୟ ପରିସରକୁ ସଫେଇ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ଆର୍ଥିକ ଅନଗ୍ରସର ଛାତ୍ର ଛାତ୍ରୀଙ୍କ ଶିକ୍ଷା ଖର୍ଚ୍ଚ ନମିଳିବା ପ୍ରତିବାଦରେ କଟକ ପାରାଦୀପ ରାସ୍ତା ଅବରୋଧ

ରଘୁନାଥପୁର, ୧୧/୧୦/୨୦୧୯ (ଓଡ଼ିଶା ସମାଚାର)- ଆର୍ଥିକ ଅନଗ୍ରସର ଜନ ଜାତି ଓ ଉପଜାତି ଛାତ୍ର ଛାତ୍ରୀଙ୍କ ୨୫ ପ୍ରତିଶତ ଶିକ୍ଷା …

Leave a Reply

Your email address will not be published. Required fields are marked *