Monday , December 16 2019
Breaking News
Home / କୃଷି / ଜିଲାପାଳଙ୍କ ମଣ୍ଡିି ପରିଦର୍ଶନ

ଜିଲାପାଳଙ୍କ ମଣ୍ଡିି ପରିଦର୍ଶନ

ମାଲକାନଗିରି, ୦୧/୧୨/୨୦୧୯(ଓଡ଼ିଶା ସମାଚାର)- ମାଲକାନଗିରି ଜିଲାପାଳ ମନିଷ ଅଗ୍ରବାଲ ଜିଲାରେ ବିଭିନ୍ନ ମଣ୍ଡି ପରିଦର୍ଶନ କରିଛନ୍ତି । ସଦର ବ୍ଲକସ୍ଥିତ ଝରାପାଲ୍ଲୀ ଓ ପଦ୍ମଗିରି ମଣ୍ଡି ପରିଦର୍ଶନ କରିଥିବା ବେଳେ ଏଠାରେ ଚାଷୀଙ୍କ ସହ ଆଲୋଚନା କରି ବିଭିନ୍ନ ସମସ୍ୟା ସମ୍ବନ୍ଧରେ ମଧ୍ୟ ଆଲୋଚନା କରିଥିଲେ । ମିଲର, ନିୟନ୍ତ୍ରିତ ବଜାରକମିଟି, ଲ୍ୟାମ୍ପ କର୍ତୃପକ୍ଷଙ୍କ ଦ୍ୱାର ଚାଷୀ ଯେପରି ହଇରାଣ ନ ହୁଅନ୍ତି ଏବଂ କିଭଳି ସେମାନଙ୍କ ପ୍ରାପ୍ୟ ପାଇବେ ସେଥିନେଇ ତାଗିଦ କରିଥିଲେ । ଚାଷୀ ଦଲାଲଙ୍କ କବଜାରେ ନ ଯାଆନ୍ତି, ସେଥିପାଇଁ ତାଗିଦ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଉପଜିଲାପାଳ ରାମେଶ୍ୱର ପ୍ରଧାନ, ବିଡିଓ ଗୁଣନିଧି ନାୟକ ପ୍ରମୁଖ ଗସ୍ତ କରିଥିଲେ । ଗତ ଏକ ସପ୍ତାହ ହେବ ମାଲକାନଗିରି ଜିଲାରେ ମଣ୍ଡି ଆରମ୍ଭ ହୋଇଛି । ମଣ୍ଡିରୁ ଧାନ ଉଠାଉ ନଥିବାରୁ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି । ଆଜି କୋରୁକୋଣ୍ଡାରେ ଚାଷୀ ନେତା ଗୋବିନ୍ଦପାତ୍ରଙ୍କ ନେତୃତ୍ୱରେ ଶତାଧିକ ଚାଷୀ ବିକ୍ଷୋଭ କରିଥିବା ବେଳେ ଏଫଏକ୍ୟୁର ଆଳ ଦେଖାଇ ଚାଷୀଙ୍କଠାରୁ କ୍ୱିଂଟାଲ ପିଛା ୧୦ କେଜି ଧାନ କଟା ଯାଉଥିବା ଅଭିଯୋଗ ହୋଇଛି । ଏଥିନେଇ କୋରୁକୋଣ୍ଡା ମଣ୍ଡିରେ ଧାନ ଖାଲି ବସ୍ତା ଟଙ୍କା ମିଳୁ ନଥିବା ବେଳେ ମିଲରମାନେ ଧାନ ଓଜନ ନେବା ନିୟମ ଥିବା ବେଳେ ତାହା ପାଳନ ହେଉନାହିାଁ ସେହିଭଳି ଚାଷୀଙ୍କୁ ଓଜନ କରିବା ପାଉଣା ମଧ୍ୟ ଦିଆ ଯାଉନାହିଁ ବୋଲି ଅଭିଯୋଗ ହୋଇଥିଲା । ଗତ ଶୁକ୍ରବାରଠାରୁ ମଣ୍ଡିରେ ଧାନକିଣା ଆରମ୍ଭ ହୋଇଥିବା ବେଳେ କାଁ ଭାଁ ଚାଷୀଙ୍କ ଧାନ କିଣା ଯାଇଛି । ମାତ୍ର ଦୁଇରୁ ତିନି ଲୋକଙ୍କ ଏଫଏକ୍ୟୁ ଧାନ ଥିବା ବେଳେ ମିଲ ମାଲିକ ଏବଂ ନିୟନ୍ତ୍ରିତ ବଜାର କମିଟି ଓ ଲ୍ୟାମ୍ପ ମିଳିତ ଭାବେ ଚାଷୀଙ୍କୁ ଶୋଷଣ କରୁଛନ୍ତି । ଚାଷୀଙ୍କ ଏଫଏକ୍ୟୁ ଧାନରେ ଦୁଇକେଜି କାଟିବାକୁ କୁହା ଯାଉଥିବା ବେଳେ ୧୨ ରୁ ୧୫ କେଜି କାଟିବା ପାଇଁ କହି ଚାଷୀଙ୍କୁ ଶୋଷଣ କରୁଛନ୍ତି ବୋଲି ଚାଷୀ ଅଭିଯୋଗ କଲା ପରେ ଏଥିନେଇ ଜିଲାପାଳ ବିଭିନ୍ନ ମଣ୍ଡିକୁ ଗସ୍ତ କରି ଚାଷୀଙ୍କ ସମସ୍ୟା ବୁଝିଥିଲେ । ଓଡ଼ିଶା ସମାଚାର

About admin

Check Also

‘ଚାଷୀ ବ୍ୟବହାର କରନ୍ତୁ, ବୈଜ୍ଞାନିକ ଉଦଭାବନ କରନ୍ତୁ’

ଭୁବନେଶ୍ୱର ,୧୧/୧୨/୨୦୧୯(ଓଡ଼ିଶା ସମାଚାର)-ବିଜୁ ପଟ୍ଟନାୟକ ସମ୍ମିଳନୀ କକ୍ଷରେ ଭାରତୀୟ କୃଷି ଓ ଅନୁସନ୍ଧାନ ପରିଷଦ ଓୟୁଏଟି ପକ୍ଷରୁ କୃଷି କାର୍ଯ୍ୟରେ …

Leave a Reply

Your email address will not be published. Required fields are marked *