Monday , December 16 2019
Breaking News
Home / ବିଶେଷ / ଜିଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର

ଜିଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର

ଝରିଗାଁ, ୨୦/୧୧/୨୦୧୯(ଓଡ଼ିଶା ସମାଚାର)- ଝରିଗାଁ ବ୍ଲକ ରାଜୀବଗାନ୍ଧୀ ସେବାକେନ୍ଦ୍ର ଗୃହରେ ନବରଙ୍ଗପୁର ଜିଲାପାଳ ଡଃ. ଅଜିତ କୁମାର ମିଶ୍ର ମୋଟ ୧୦ଟି ଅଭିଯୋଗର ଶୁଣାଣି କରିଥିଲେ । ଉମରକୋଟ ବ୍ଲକର ବାସୁଦେବ ହାଲଦାର ଏବଂ ପର୍ଶୁରାମ ବହାର ଚିକିତ୍ସା ନେଇ ଆର୍ଥିକ ସହାୟତା, ଉମରକୋଟ ବ୍ଲକ ରାଜପୁର ଗ୍ରାମପଂଚାୟତର ଝୋଲା ଗ୍ରାମବାସୀ ପ୍ରମୁଖ ବିଦ୍ୟାଳୟର ଶିକ୍ଷକ ପାଠ ନ ପଢାଇ କ୍ୱାକ କାମରେ ଲିପ୍ତ ରହିଥିବା ଘଟଣା ନେଇ ଜଣେଇଥିଲେ । ଝରିଗାଁ ବ୍ଲକ ଚକଲାପଦର ସରପଂଚ ଅଞ୍ଜିତା ଦଳେଇ, ଗ୍ରାମପଂଚାୟତ ସଂପ୍ରସାରଣ ଅଧିକାରୀ ପଂଚାୟତକୁ ଆସୁ ନ ଥିବା ଯୋଗୁଁ ସର୍ବନିମ୍ନ ସୁବିଧାରୁ ପଂଚାୟତବାସୀ ବଂଚିତ ରହିଥିବା ଯୋଗୁଁ ପିଇଓଙ୍କ ବଦଳି ଦାବି କରିଥିଲେ । ସେହିଭଳି ଝରିଗାଁ ବ୍ଲକର ଶୁଭମ ହୋଟେଲ ଏବଂ ଉମରକୋଟ ପେଣ୍ଡାଣୀ ଟେଂଟ ହାଉସ ମାଲିକ ଦ୍ୱୟ ଜିଲାପାଳଙ୍କୁ ଭେଟି ଚନ୍ଦାହାଣ୍ଡି ବ୍ଲକରେ ଗତ ୨୦୧୮ ମସିହା ଜୁଲାଇ ମାସରେ ଆମ ଗାଁ ଆମ ବିକାଶ ଯୋଜନାରେ ଚନ୍ଦାହାଣ୍ଡି ବ୍ଲକ ବିଡିଓଙ୍କ ନିର୍ଦ୍ଦେଶକ୍ରମେ ଖାଦ୍ୟଯୋଗାଣ ଓ ଟେଂଟହାଉସ ସାମଗ୍ରୀ ନେଇ ହୋଟେଲମାଲିକ ଆହୁରି ୯୦ହଜାର ଏବଂ ଟେଂଟ ହାଉସ ମାଲିକ ୧ଲକ୍ଷ ୬୦ହଜାର ଟଙ୍କା ପାଉଣା ପାଇବାର ଥିବା ବେଳେ ମାସ ମାସ ଧରି ଅପେକ୍ଷା କରିଥିଲେ ହେଁ ଏଯାବତ ପାଇପାରିନାହାନ୍ତି । ତେବେ ସରକାରଙ୍କୁ ଜଣାଯାଇଅଛି ସେଠାରୁ ଟଙ୍କା ଆସିଲେ ତୁମକୁ ଦିଆଯିବାର ପ୍ରତିଶ୍ରୁତି ମିଳୁଛି । ବକଡାବେଡା ଗ୍ରାମର ତାପସ ମିର୍ଥା ଏନଆରଇଜିଏସ ପାଉଣା ପାଇନଥିବା, ଝରିଗାଁ ବ୍ଲକ ଚିକିଲି ଗ୍ରାମର ନୀଳଧର କୁଲି ନିଜ ଝିଅକୁ ଫେରିପାଇବା ଉଦ୍ଦେଶ୍ୟରେ ପୁଲିସର ସହାୟତା ନେଇ ଲିଖିତ ଅଭିଯୋଗ କରିଥିଲେ । ଏହାପରେ ଝରିଗାଁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ତରଫରୁ ଜିଲାପାଳଙ୍କ ଦ୍ୱାରା ୩୫ଜଣଙ୍କୁ ପେନସନ ଓ ୪ଜଣ ହିତାଧିକାରୀଙ୍କୁ ହୁଇଲ ଚେୟାର ବଂଟନ କରିଥିଲେ । ଝରିଗାଁ ବ୍ଲକ ପ୍ରଶାସନ ତରଫରୁ ଅଭିନବ ଭାବରେ ବ୍ଲକର ହିତାଧିକାରୀଙ୍କ ସୁବିଧା ନେଇ ଏକ ସ୍ୱତନ୍ତ୍ର ଗୃହରେ ବ୍ୟାଙ୍କ ବ୍ୟବସ୍ଥା ସହ ହିତାଧିକାରୀ ସହାୟତା କେନ୍ଦ୍ର ଲୋକାର୍ପଣ କରାଯାଇଥିଲା । ଶୁଣାଣୀ ଶିବିର ପରେ ଜିଲାପାଳ ଶ୍ରୀ ମିଶ୍ର ଝରିଗାଁ ସଦର ମହକୁମା ସ୍ଥିତ ଭୂତ ପୂର୍ବ ବୋର୍ଡ ପ୍ରାଥମିକ ବିଦ୍ୟାଳୟ ଗସ୍ତ କରି ବିଦ୍ୟାଳୟର ଆନୁଷଙ୍ଗିକ ଅବ୍ୟବସ୍ଥାର ସୁଧାର ଏବଂ ପାନୀୟଜଳ ବ୍ୟବସ୍ଥା ଶୀଘ୍ର ସଜାଡିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଶେଷରେ ଜିଲାପାଳ ଏବଂ ଏସପି ବିଦ୍ୟାର୍ଥୀଙ୍କ ସହ ମିଶି ମଧ୍ୟାହ୍ନଭୋଜନ ଖାଇଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଆରକ୍ଷୀ ଅଧିକ୍ଷକ ନୀତିନ କୁସଲକର, ଉପଜିଲାପାଳ ଭାସ୍କର ରଇତ, ଜିଲାମଙ୍ଗଳ ଅଧିକାରୀ ପବିତ୍ର ମୋହନ ପ୍ରଧାନ, ସିଡିଏମଓ ଡ. ସନ୍ତୋଷ କୁମାର ସ୍ୱାଇଁ, ଉମରକୋଟ ଏସଡିପିଓ ହେମନ୍ତ କୁମାର ପାଢୀ, ବିଡିଓ ଦେବେନ୍ଦ୍ର ବାହାଦୂର ସିଂ, ଧରୁଆ ଏବିଡିଓ ପ୍ରଫୁଲ୍ଲ କହଁର, ବିଇଓ ସୁରେଶ ଚନ୍ଦ୍ର ନାୟକ, ସିଡିପିଓ ଏସ. ବାସନ୍ତୀ, ଝରିଗାଁ ଥାନା ଅଧିକାରୀ ନରେଶ କୁମାର ପ୍ରଧାନ, ବିଏସଏସଓ ପ୍ରାର୍ଥଜିତ ମଣ୍ଡଳ ପ୍ରମୁଖ କର୍ମଚାରୀ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

ବିଦେଶୀ ପକ୍ଷୀ ଜବତ, ୩ ଗିରଫ

ଖୋର୍ଦ୍ଧା, ୧୬/୧୨/୨୦୧୯(ଓଡ଼ିଶା ସମାଚାର)-  ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ୱାଇଲ୍ଡ ଲାଇଫ୍ ପକ୍ଷରୁ ଚଢ଼ଉ କରାଯାଇ ୩ଜଣ ପକ୍ଷୀ ଶିକାରୀଙ୍କୁ ଗିରଫ …

Leave a Reply

Your email address will not be published. Required fields are marked *