Monday , December 16 2019
Breaking News
Home / ବିଶେଷ / ଜିଅନ୍ତା ଶଙ୍ଖକୁ ନେଇ ଚର୍ଚ୍ଚା

ଜିଅନ୍ତା ଶଙ୍ଖକୁ ନେଇ ଚର୍ଚ୍ଚା

ଗରଦପୁର, ୧୫/୧୧/୨୦୧୯(ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ବଙ୍ଗାଳପୁର ପଂଚାୟତ ଚଁପୁର ଗ୍ରାମର ସୀତାନାଥ ମାହାଳିଙ୍କ ବାଡିରେ ଏକ ଜୀବନ୍ତ ଶଙ୍ଖ ଚାଲିବା ନେଇ ସ୍ଥାନୀୟ ଅଂଚଳରେ ଚର୍ଚ୍ଚା ଜୋର ଧରିଛି । ଉକ୍ତ ଗ୍ରାମ ନିକଟରେ ସମୁଦ୍ର କିମ୍ବା ନଦୀ ନ ଥିଲେ ମଧ୍ୟ ଜୀବନ୍ତ ଶଙ୍ଖ ବାହାରିଥିବାରୁ ଶଙ୍ଖକୁ ଦେଖିବାକୁ ଭିଡ ଲାଗିଛି । ଏହା ପୂର୍ବରୁ ଗତ ସୋମବାର ମଧ୍ୟ ଆଉ ଏକ ଜୀବନ୍ତ ଶଙ୍ଖ ବାହାରିଥିଲା । ଏହାକୁ ଲୋକମାନେ ନଦୀରେ ଛାଡିଦେଇଥିଲେ । ତେବେ ଆଜି ଆଉ ଏକ ଜୀବନ୍ତ ଶଙ୍ଖ ବାହାରିବା ନେଇ ଲୋକଙ୍କ ମଧ୍ୟରେ ବିଭିନ୍ନ ମତ ପ୍ରକାଶ ପାଉଥିଲାବେଳେ ବୁଲ୍ବୁଲ୍ ବାତ୍ୟାରେ କେଉଁଠୁ ଉଠିଆସିଛି ବୋଲି ଚର୍ଚ୍ଚା ହେଉଛି । ଓଡ଼ିଶା ସମାଚାର

About admin

Check Also

ବିଦେଶୀ ପକ୍ଷୀ ଜବତ, ୩ ଗିରଫ

ଖୋର୍ଦ୍ଧା, ୧୬/୧୨/୨୦୧୯(ଓଡ଼ିଶା ସମାଚାର)-  ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ୱାଇଲ୍ଡ ଲାଇଫ୍ ପକ୍ଷରୁ ଚଢ଼ଉ କରାଯାଇ ୩ଜଣ ପକ୍ଷୀ ଶିକାରୀଙ୍କୁ ଗିରଫ …

Leave a Reply

Your email address will not be published. Required fields are marked *