Tuesday , January 28 2020
Breaking News
Home / ସ୍ୱାସ୍ଥ୍ୟ / ଜାପାନୀ ଏନ୍ ସେଫାଲାଇଟସ୍ ଟୀକାକରଣ ଅଭିଯାନ ନିମନ୍ତେ ତୃତୀୟ ଜିଲ୍ଲା ସ୍ତରୀୟ ଟାସ୍କଫୋର୍ସ କମିଟି ବୈଠକ

ଜାପାନୀ ଏନ୍ ସେଫାଲାଇଟସ୍ ଟୀକାକରଣ ଅଭିଯାନ ନିମନ୍ତେ ତୃତୀୟ ଜିଲ୍ଲା ସ୍ତରୀୟ ଟାସ୍କଫୋର୍ସ କମିଟି ବୈଠକ

ଜଗତସିଂହପୁର ୦୭/୧୨/୨୦୧୯(ଓଡ଼ିଶା ସମାଚାର)-ଗତକାଲି  ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଆନୁକୂଲ୍ୟରେ ଜାପାନୀ ଏନ୍ସେଫାଲାଇଟସ୍ ଟୀକାକରଣ ଅଭିଯାନ ନିମନ୍ତେ ତୃତୀୟ ଜିଲ୍ଲା ସ୍ତରୀୟ ଟାସ୍କଫୋର୍ସ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଏହି ବୈଠକରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର କହିଲେ ଜିଲ୍ଲ୍ାରେ ଜାପାନୀ ଏନ୍ ସେଫାଲାଇଟସ୍ ଟୀକାକରଣ ୧୧ ନଭେମ୍ବର ଠାରୁ ଆରମ୍ଭ ହୋଇଛି । ଏହା ୧୦ ଡିସେମ୍ବର ପର୍ଯ୍ୟନ୍ତ ହେବାର ଥିଲା । ୧ ବର୍ଷରୁ ୧୫ ବର୍ଷ ଶିଶୁଙ୍କୁ ଗୋଷ୍ଠୀ ସ୍ତରରେ ଏବଂ ସମସ୍ତ ସରକାରୀ ଓ ବେସରକାରୀ  ବିଦ୍ୟାଳୟରେ ଏହି ଟୀକା ପ୍ରଦାନ କରାଯାଉଛି । ଏହି ଅଭିଯାନର ଶତ ପ୍ରତିଶତ ସଫଳତା ନିମନ୍ତେ ରାଜ୍ୟ ସରକାର ଡିସେମ୍ବର ୧୨ରୁ ଡିସେମ୍ବର ୨୧ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଆମ ଜିଲ୍ଲାରେ ଏହି ଟୀକାକରଣ କାର୍ଯ୍ୟକ୍ରମ ସଫଳତା ୨ୟ ସ୍ଥାନରେ ରହିଛି । ଯେଉଁ ବିଦ୍ୟାଳୟରେ ପିଲା କମିବାରୁ ଶତ ପ୍ରତିଶତ ସଫଳତା ହୋଇନାହିଁ ସେହି ସବୁ ବିଦ୍ୟାଳୟରେ ଅଧିକ ଛାତ୍ରଛାତ୍ରୀଙ୍କୁ ଟୀକାକରଣରେ ସାମିଲ କରିବାକୁ ଜିଲ୍ଲାପାଳ ଜିଲ୍ଲା ଶିକ୍ଷା ଅଧିକାରୀ, ବ୍ଲକ  ଶିକ୍ଷା  ଅଧିକାରୀ ଓ  ପ୍ରଧାନ ଶିକ୍ଷକ ମାନଙ୍କୁ ପରାମର୍ଶ ଦେଇଥିଲେ । ଜିଲ୍ଲାରେ ୨,୬୪,୦ ୩୩ ପିଲାଙ୍କୁ ଜାପାନୀ ଟୀକା ପ୍ରଦାନ କରାଯିବା ପାଇଁ ଧାର୍ଯ୍ୟ  ଲକ୍ଷ୍ୟ ରହିଛି । ଡିସେମ୍ବର ୬ ତାରିଖ ସୁଦ୍ଧା ଜିଲ୍ଲା ରେ ୨,୧୩,୩୬୫ ଜଣଙ୍କୁ ଜାପାନୀ ଟୀକା ପ୍ରଦାନ କରାଯାଇଛି । ଯାହାକି ୮୦.୮ ପ୍ରତିଶତ ସଫଳତା । ଏହି ବୈଠକରେ ଜିଲ୍ଲାପାଳ ଜିଲ୍ଲାରେ ମାତୃ ଓ ଶିଶୁ ମୃତୁ୍ୟର ସମୀକ୍ଷା କରିଥିଲେ । ୧୦୮ ଓ  ୧୦୨ ଆମ୍ବୁଲାନ୍ସର ସଠିକ୍ ପରିଚାଳନା,ଫୋନ୍ ପାଇବାର ଅଧଘଣା ମଧ୍ୟରେ ରୋଗୀ ପାଖରେ ପହଚିଂବା ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ଜିଲ୍ଲାପାଳ କ୍ଲଷ୍ଟର ଲିଡରଙ୍କୁ ପରାମର୍ଶ ଦେଇଥିଲେ । ଏହି ବୈଠକରେ ରାଜ୍ୟ ସରକାରଙ୍କ ୧୨ଟି ଇଣ୍ଡିକେଟର ଯଥା ମାତୃମୃତୁ୍ୟ,ଶିଶୁମୃତୁ୍ୟ,ଗାଁ କଲ୍ୟାଣ ସମିତି ପାଣ୍ଠି,ଯକ୍ଷା,ନିଦାନ,ନିରାମୟ ,ମମତା ଦିବସ,ଟୀକାକରଣ,ଜନନୀ  ଓ ଶିଶୁ ସୁରକ୍ଷା କାର୍ଯ୍ୟକ୍ରମ ,ଲକ୍ଷ୍ୟ ଓ କାୟାକଳ୍ପ ସଂପର୍କରେ ପୁଂଖାନୁପୁଖଂ ଆଲୋଚନା କରିଥିଲେ । ପ୍ରାରମ୍ଭରେ ଜିଲ୍ଲା ମୂଖ୍ୟ ଚିକିତ୍ସା  ଅଧିକାରୀ ଡଃ ବିଜୟା ପଣ୍ଡା,ସ୍ୱାଗତ ଭାଷଣ ପ୍ରଦାନ କରି ଜାପାନୀ ଏନ୍ସେଫାଲାଇ୍ସ୍ ଟୀକାକରଣ ସମୟ ବୃଦ୍ଧିର ସୂଚନା ଦେଇଥିଲେ । ଏହି ବୈଠକରେ ଏଡିପିଏଚ୍ଓ ଡଃ ବସନ୍ତ କୁମାର ବାରିକ,ଏ.ଡି.ପି.ଏଚ୍.ଓ ,ଟିବି ଡଃ ଚନ୍ଦ୍ରକାନ୍ତି ଆଚାର୍ଯ୍ୟ,ଏ.ଡି.ପି.ଏଚ୍.ଓ,ମେଡିକାଲ ଡଃ ଗୁଂଜର ଚରଣ ମହନ୍ତ.ଡି.ପି.ସି,ସମଗ୍ର ଶିକ୍ଷା ଅଭିଯାନ ଶ୍ରୀ ସପନ କୁମାର ଜେନା,ସହକାରୀ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ,ସମସ୍ତ ସି.ଡି.ପି.ଓ,ଡି.ପି.ଏମ୍ ଚକ୍ରଧର ଜେନା,ସମସ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସୁପରିଟେଣ୍ଡେଣ ଏଡି.ପି.ଏଚ୍.ସିଓ ଶ୍ରୀ ବିରେନ୍ଦ୍ର କୁମାର ନାୟକ,ହସ୍ପିଟାଲ ମ୍ୟାନେଜର ଶକ୍ତିମୟୀ ସାମଲ,ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଶେଷରେ ଡେପୁଟୀ ମ୍ୟାନେଜର, ପ୍ରଜନନ ଓ ଶିଶୁ ସ୍ୱାସ୍ଥ୍ୟ ଶ୍ରୀ ସୁକାନ୍ତ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ବଦଳିବ ଏସ୍ସିବି ରୂପ, ହେବ ବିଶ୍ୱସ୍ତରୀୟ ମେଡିକାଲ୍

ଭୁବନେଶ୍ୱର ,୨୩/୦୧/୨୦୨୦ (ଓଡ଼ିଶା ସମାଚାର)- କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ (ଏସସିବି)ମେଡିକାଲର ନବକଳେବର ହେବ । ଏସସିବିକୁ ବିଶ୍ୱସ୍ତୀୟ ମେଡିକାଲ୍ କରାଯିବାପାଇଁ …

Leave a Reply

Your email address will not be published. Required fields are marked *