Saturday , February 29 2020
Breaking News
Home / ବିଶେଷ / ଜାତୀୟ ରକ୍ତଦାତା ସମାବେଶରେ ଟିମ୍ ହ୍ୟୁମାନିଟି ସମ୍ମାନିତ

ଜାତୀୟ ରକ୍ତଦାତା ସମାବେଶରେ ଟିମ୍ ହ୍ୟୁମାନିଟି ସମ୍ମାନିତ

ଫୁଲବାଣୀ, ୧୫/୦୨/୨୦୨୦ (ଓଡ଼ିଶା ସମାଚାର)-ଓଡିଶା ରକ୍ତଦାତା କୋର ଗୃପ ଓ ସମର୍ପଣର ମିଳିତ ଆନୁକୁଲ୍ୟରେ ପୁରୀ ଠାରେ ଥିବା ଆୟୁର୍ବେଦ କଲେଜର ସମ୍ମିଳନୀ ଗୃହରେ ଜାତୀୟ ରକ୍ତଦାତା ସମାବେଶ ଗତ ସୋମବାର ଅନୁଷ୍ଠିତ ହୋଇ ଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ମହାମହିମ ରାଜ୍ୟ ପାଳ ପ୍ରଫେସର ଗଣେଶୀ ଲାଲ ଜୀ ଯୋଗ ଦେଇ ପ୍ରଦୀପ ପ୍ରଜ୍ୱଳନ ପୁର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରି ରକ୍ତଦାତା ମାନଙ୍କ କାର୍ଯ୍ୟକୁ ଦେଶର ଜବାନ ମାନଙ୍କ ବଳିଦାନ ସହ ତୁଳନା କରିବାସହିତ ପୁରୀ ଅଂଚଳର ପୁଲୱାମାସହୀଦଙ୍କ ପରିବାରକୁ ସମବେଦନା ଜଣାଇତାଙ୍କୁ ଉପଢୌକନ ପ୍ରଦାନ କରିଥିଲେରକ୍ତଦାନ କ୍ଷେତ୍ରରେ ଉଲ୍ଲେଖନୀୟଅବଦାନ ଥିବା ବ୍ୟକ୍ତି ବିଶେଷ ମାନଙ୍କୁ ସମ୍ମାନୀତ କରିଥିଲେ । ଏହି ସମାବେଶରେ ଫୁଲବାଣୀ ରକ୍ତଦାନ ସମିତିର ସହସମ୍ପାଦକ ତଥା ୧୫୦ରୁ ଉର୍ଦ୍ଧ୍ୱଥର ରକ୍ତଦାନ କରିଥିବା ପ୍ରଶାନ୍ତ କୁମାର ବେହେରାଙ୍କୁ ଉତ୍କଳ ରକ୍ତବୀର ସମ୍ମାନରେ ସମ୍ମାନିତ କରାଯାଇଛି । ଏଥି ସହ ରକ୍ତଦାନକ୍ଷେତ୍ରରେ ଉଲ୍ଲେଖନୀୟ ସହେଯାଗ ପାଇଁ ଫୁଲବାଣୀର ସେଚ୍ଛାସେବୀ ସଂଗଠନ ଟିମ ହ୍ୟୁମାନିଟିକୁ ମଧ୍ୟ ସମ୍ମାନିତ କରାଯାଇଛି ।ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥିଭାବେ ରାଜ୍ୟ କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା ଯୋଗଦେଇଥିବାବେଳେ ବିଧାୟକ ଜୟନ୍ତଷଡଙ୍ଗୀ, ସମାବେଶର ମୁଖ୍ୟ ସଂଯୋଜକ ବଦ୍ରୀ ମିଶ୍ର, ସମର୍ପଣର ଅଧ୍ୟକ୍ଷ ଅଭିମନ୍ୟୁଭୁୟାଁ, ସମ୍ପାଦକ ଜୟନ୍ତୀ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ଶ୍ରୀ ବେହେରା ଓ ଟିମ୍ ହ୍ୟୁମାନିଟିକୁ ମାନପତ୍ର ଓ ଉପଢୌକନଦେଇ ସମ୍ବର୍ଦ୍ଧିତ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ଓଡ଼ିଆରେ ସରକାରୀ  ‌ କାର୍ଯ୍ୟ – ମାର୍ଚ୍ଚ ୨୩ରୁ ଦ୍ୱିତୀୟ ପର୍ଯ୍ୟାୟ ପ୍ରଶିକ୍ଷଣ

ଭୁବନେଶ୍ୱର ,୨୯/୦୨/୨୦୨୦ (ଓଡ଼ିଶା ସମାଚାର)-ଶୁଦ୍ଧ ଓଡ଼ିଆରେ ହେବ ସରକାରୀ  ‌ କାର୍ଯ୍ୟ । ସଂକ୍ଷେପରେ ଶବ୍ଦ ଲେଖାଯିବ। ଶୁଦ୍ଧ ବ୍ୟାକରଣ …

Leave a Reply

Your email address will not be published. Required fields are marked *