Sunday , December 8 2019
Breaking News
Home / ବିଶେଷ / ଜାତୀୟ ଯୁବ ପ୍ରକଳ୍ପ ପକ୍ଷରୁ ମଧୁପୀଠରେ ଚାରା ବଂଟନ

ଜାତୀୟ ଯୁବ ପ୍ରକଳ୍ପ ପକ୍ଷରୁ ମଧୁପୀଠରେ ଚାରା ବଂଟନ

ସାଲେପୁର, ୧୯/୦୭/୨୦୧୯ (ଓଡ଼ିଶା ସମାଚାର /ଅଭୟ ଜେନା) – ଜାତୀୟ ଯୁବକ ପ୍ରକଳ୍ପ କଟକ ଶାଖା ପକ୍ଷରୁ ଉକ୍ରଳ ଗୌରବ ମଧୁବାବୁଙ୍କ ଜନ୍ମପୀଠ ସତ୍ୟଭାମାପୁରଠାରେ ଚାରା ବଂଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଫନି ବାତ୍ୟାରେ ବ୍ୟାପକ ବୃକ୍ଷ ନଷ୍ଟ ହୋଇଥିବାରୁ ଜାତୀୟ ଯୁବକ ପ୍ରକଳ୍ପ  କଟକ ଶାଖା ସ୍ୱେଚ୍ଛାସେବୀ ପରିବେଶ ଚିନ୍ତା ପାଇଁ ବିଭିନ୍ନ ସ୍ଥାନରେ ଚାରା ବଂଟନ କରାଯାଉଛି । ଏହି ପରିପ୍ରେକ୍ଷୀରେ ମଧୁପୀଠ ଅନ୍ତେବାସୀଙ୍କୁ ଚାରା ବଂଟାଯିବା ସହ ବୃକ୍ଷକୁ ନେଇ ସଚେତନତା ବାର୍ତା ଦିଆଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ କସ୍ତୁରୀବା ଗାନ୍ଧି ଟ୍ରଷ୍ଟର ପ୍ରତିନିଧି ସନ୍ଧ୍ୟାରାଣୀ ମଲ୍ଲିକ, ବିଜୟାନନ୍ଦ ଯୁବ ପରିଷଦର ସଂପାଦକ ବିଶ୍ୱରଂଜନ ସାହୁ ପ୍ରମୁଖ ଯୋଗଦେଇ ସ୍ୱେଚ୍ଛାସେବୀମାନଙ୍କୁ ଏହି କାର୍ଯ୍ୟକ୍ରମ ବହୁଳ ମାତ୍ରାରେ କରିବାପାଇଁ ଉତ୍ସାହିତ କରିଥିଲେ । ଜାତୀୟ ଯୁବ ପ୍ରକଳ୍ପ  କଟକ ସଂଯୋଜକ ପ୍ରକାଶ ଚନ୍ଦ୍ର ମହାପାତ୍ର, ଦେବରଂଜନ ସାମଲ, ରୁନିଲତା ସ୍ୱାଇଁ, ରଶ୍ମିରଂଜନ ପୃଷ୍ଟି, ବିଷ୍ଣୁପ୍ରିୟା ବେହେରା, ଅମିୟ କୁମାର ସାହୁ, ପ୍ରଭାସ କୁମାର ମହାପାତ୍ର ପ୍ରମୁଖ ସ୍ୱେଚ୍ଛାସେବୀ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଓଡ଼ିଶା ସମାଚାର

About admin

Check Also

ଶିଶୁ ଦୁଷ୍କର୍ମକାରୀଙ୍କୁ କୌଣସି ରାଜକ୍ଷମା ମିଳିବ ନାହିଁ: ରାଷ୍ଟ୍ରପତି

ନୂଆଦିଲ୍ଲୀ/ ଭୁବନେଶ୍ୱର ,୦୮/୧୨/୨୦୧୯(ଓଡ଼ିଶା ସମାଚାର)- ବର୍ତମାନଦେଶରେ ବଢ଼ୁଥିବା ଦୁଷ୍କର୍ମ ଓ ହତ୍ୟାଘଟଣାକୁ ନେଇ ସବୁଠି ବିକ୍ଷୋଭ ଜାରି ରହିଛି । …

Leave a Reply

Your email address will not be published. Required fields are marked *